ETV Bharat / business

ଶସ୍ତା ଅଶୋଧିତ ତୈଳର ଫାଇଦା ଉଠାଇଲା ଭାରତ, ଭରିଲା ଭଣ୍ଡାର - ଭାରତ ଭଣ୍ଡାରରେ ଗଚ୍ଛିତ କଲା ତେଲ

ଶସ୍ତାର ଅଶୋଧିତ ତୈଳ କିଣି ଭଣ୍ଡାର ଭରିଲା ଭାରତ । ଗଚ୍ଛିତ ତେଲ ଦେଶର ମୋଟ ଚାହିଦାର 20 ପ୍ରତିଶତ ସହ ସମାନ ରହିଛି ବୋଲି ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ..

india uses low crude prices to stock pile 32 mt of oil
ଶସ୍ତା ଅଶୋଧିତ ତୈଳର ଭାଇଦା ଉଠାଇଲା ଭାରତ, ଭରିଲା ଭଣ୍ଡାର
author img

By

Published : May 4, 2020, 11:58 PM IST

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ହ୍ରାସର ଭରପୂର ଫାଇଦା ଉଠାଇଲା ଭାରତ । ମୌକାର ସୁଯୋଗ ନେଇ ଭାରତ ନିଜର ତେଲ ଭଣ୍ଡାର, ଟ୍ୟାଙ୍କ ଓ ପାଇପ ଲାଇନ ଏବଂ ଜାହାଜରେ 3 କୋଟି 20 ଲକ୍ଷ ଟନର ଅଶୋଧିତ ତୈଳ ଗଚ୍ଛିତ କରିଛି । ସୋମବାର ଏ ନେଇ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଦୁନିଆର ତୃତୀୟ ବଡ ତେଲ ଆମଦାନୀକାରୀ ଦେଶ ହେଉଛି ଭାରତ । ଭାରତ ନିଜର ତେଲ ଆବଶ୍ୟକତାର 85 ପ୍ରତିଶତ ଆମଦାନୀ କରିଥାଏ ।

ତେବେ କୋରୋନା ଭାରରସ ସଂକ୍ରମଣ ରୋକିବାକୁ ଲାଗୁ ଲକଡାଉନ କାରଣରୁ ସମଗ୍ର ବିଶ୍ବରେ ତେଲ ଚାହିଦା ଅଚାନକ ହ୍ରାସ ହୋଇଛି । କୋଭିଡ-19 ଚ୍ୟାଲେଞ୍ଜ କମ କରିବାକୁ ନେଇ ଫେସବୁକରେ ଧର୍ମେନ୍ଦ୍ରଙ୍କ ସହ ଆଲୋଚନା ବେଳେ ସେ ଏ ସମ୍ବନ୍ଧରେ ଜଣାଇଛନ୍ତି ।

ସେ କହିଛନ୍ତି କି, ଶକ୍ତି କ୍ଷେତ୍ରରେ ଏହି ଏକ ଅଦ୍ଭୁଦପୂର୍ବ ସ୍ଥିତି । ଏହା ପୂର୍ବରୁ ଏଭଳି ସ୍ଥିତି କେବେ ଉତ୍ପନ୍ନ ହୋଇନାହିଁ ।

ତେବେ ଭଣ୍ଡାରରେ ଗଚ୍ଛିତ କରାଯାଇଥିବା ତେଲ ଦେଶର ମୋଟ ଚାହିଦାର 20 ପ୍ରତିଶତ ସହ ସମାନ ରହିଛି ବୋଲି ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.