ETV Bharat / business

ଗ୍ରାହକଙ୍କୁ ଲାଗିବ ଝଟକା, ବଢିବ ଖାଇବା ତେଲ ଦର ! - ବଢିପାରେ ଖାଇବା ତେଲ ଦର

ଗ୍ରାହକଙ୍କୁ ଲାଗିପାରେ ଝଟକା । ଆଗକୁ ବଢିପାରେ ଖାଇବା ତେଲ ଦର । ଅଧିକ ପଢନ୍ତୁ

ବଢିପାରେ ଖାଇବା ତେଲ ଦର
ବଢିପାରେ ଖାଇବା ତେଲ ଦର
author img

By

Published : Feb 11, 2022, 12:49 PM IST

ମୁମ୍ବାଇ: ଖାଦ୍ୟରେ ଲୁଣର ଯେପରି ଭୂମିକା ରହିଛି ତେଲର ମଧ୍ୟ ରହିଛି । ଖାଦ୍ୟକୁ ସୁସ୍ବାଦୁ କରିବା ପାଇଁ ଖାଇବା ତେଲ ଭଲ କାମ କରିଥାଏ । କିନ୍ତୁ ଏହାର ଦାମ ବଢିବା କଥା ଶୁଣିଲେ ମନ ପିତା ହୋଇଯାଏ । ଏହାକୁ ନେଇ ଘରେ ଘରେ ଗୃହିଣୀ ଚିନ୍ତାରେ ପଡିଯାଆନ୍ତି । ଆଗକୁ ଏହି ସଙ୍କଟ ଦେଖିବାକୁ ମିଳିପାରେ । ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଖାଇବା ତେଲ ଦର କମାଇବାକୁ ସରକାର ଉଦ୍ୟମ ଚଳାଇଥିଲେ । ହେଲେ ବିଶ୍ବର ସର୍ବ ବୃହତ ତେଲ ଯୋଗାଣକାରୀ ରାଷ୍ଟ୍ର ଇଣ୍ଡୋନେସିଆ ରପ୍ତାନୀ ଉପରେ କଟକଣା ଲଗାଇବାରୁ ଅନ୍ତର୍ଜାତୀୟ ବଜାରରେ ଏହାର ଦର ବୃ୍ଦ୍ଧି ହୋଇଛି । ଫଳରେ ଭାରତୀୟ ବଜାରରେ ଏହାର ଦର ବଢିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି ।

ଖାଇବା ତେଲ ଦରର ଦୁଇ ତୃତୀୟାଂଶ ବିଦେଶକୁ ଆମଦାନୀ ହେଉଛି । ଇଣ୍ଡୋନେସିଆ ଏହାର ୨୦ ପ୍ରତିଶତ ତେଲ ଘରୋଇ ବଜାରରେ ବିକ୍ରି କରିବାକୁ ଉତ୍ପାଦନକାରୀ କମ୍ପାମୀମାନଙ୍କୁ ନିର୍ଦ୍ଦେଶ ଦେଇଛି । ଫଳସ୍ବରୂପ ଅନ୍ତର୍ଜାତୀୟ ବଜାରରେ ତେଲ ଦର ବୃଦ୍ଧି ପାଇଛି । ଭାରତର ଦର ହ୍ରାସ ଉଦ୍ୟମରେ ଏହା ବାଧକ ହୋଇଥିବା ମୁମ୍ବାଇର ସଲଭେଣ୍ଟ ଏକ୍ସଟ୍ରାକ୍ଟସ ଆସୋସିଏସନ ଅଫ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବି.ଭି ମେହେଟା କରିଛନ୍ତି ।

ଏହା ବି ପଢନ୍ତୁ...ବିଧାନସଭା ନିର୍ବାଚନ ପରେ ଦେଶରେ ବଢିବ ତୈଳ ଦର !

ପାମ ତେଲ ଦାମ ବଢି ୧୦ ଲିଟର ପ୍ରତି ୧,୨୨୧ ଟଙ୍କାରେ ପହଞ୍ଚିଛି । ଆଶୋଧିତ ପାମ ତେଲ ଟନ ପ୍ରତି ୧,୪୫୦ ଡଲାର ଥିବାବେଳେ ସୋୟାବିନ ତେଲ ଦାମ ୧,୪୯୦ ଡଲାର ଏବଂ ସୂର୍ଯ୍ୟମୁଖୀ ତେଲ ଦର ୧, ୪୫୫ ଡଲାର ରହିଛି । ତେଲ ଦର କମାଇବାକୁ ସରକାରଙ୍କ ପକ୍ଷରୁ ଚାପ ପକାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.