ETV Bharat / business

ବଢୁଛି ନଗଦ କାରବାର, କମୁଛି ATM

ବଢୁଛି ନଗଦ କାରବାର । ହେଲେ ଟଙ୍କା ଉଠାଇବାକୁ ମିଳୁନି ଏଟିଏମ । ଲକ୍ଷେ ଲୋକଙ୍କୁ ମାତ୍ର 22 ଟି ଏଟିଏମ ।

author img

By

Published : May 18, 2019, 1:41 AM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଡିଜିଟାଲ ଅପେକ୍ଷା ନଗଦ ଉପରେ ଅଧିକ ନିର୍ଭରଶୀଳ ଭାରତୀୟ । ରିପୋର୍ଟ ମୁତାବକ, କାଁ ଭାଁ ଦେଖିବାକୁ ମିଳୁଛି ଏଟିଏମ । ଲକ୍ଷେ ଲୋକଙ୍କୁ ମାତ୍ର 22 ଟି ଏଟିଏମ । ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଏହି ସୂଚନା ମିଳିଛି ।

ସରକାରଙ୍କ କଡା କଟକଣା ଯୋଗୁଁ ବ୍ୟୟବହୁଳ ହୋଇଛି ଏଟିଏମ ବ୍ୟବହାର । ଏଥିଯୋଗୁଁ ଦିନକୁ ଦିନ କମିଚାଲିଛି ଏଟିଏମ । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ରିପୋର୍ଟ ମୁତାବକ, ଏଟିଏମ ସଂଖ୍ୟା ଦେଖିବାକୁ ଗଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ମଧ୍ୟରେ ଭାରତ ସ୍ଥାନ ସବୁଠାରୁ ପଛରେ । ଆଗକୁ ଏହି ସଂଖ୍ୟା ଆହୁରି ହ୍ରାସ ନେଇ ଅନୁମାନ କରାଯାଉଛି ।

ଯଦି ଏପରି ଭାବେ ଏଟିଏମ ସଂଖ୍ୟା କମେ, ତେବେ ଆଗମୀ ଦିନରେ ଜନତା ଅଧିକ ମାତ୍ରାରେ ପ୍ରଭାବିତ ହେବେ । ଖାସ କରି ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ପଛୁଆ ବର୍ଗର ଲୋକଙ୍କୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡିବ । ଏ ନେଇ ଏଟିଏମ ଯୋଗାଣକାରୀ ସଂସ୍ଥା ହିଟାଚି ପେମେଣ୍ଟ ସର୍ଭିସେସ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ରୁସ୍ତମ ଇରାନି କହିଛନ୍ତି ।

ଗତବର୍ଷ ସଫ୍ଟୱେର ଓ ଅନ୍ୟାନ୍ୟ ଯନ୍ତ୍ରାଂଶଗୁଡିକୁ ଅପଡେଟ କରିବାରୁ ବ୍ୟାଙ୍କ ଓ ଏଟିଏମ ଅପରେଟରଙ୍କୁ ନିର୍ଦ୍ଦେଶ ଦେଇଥିଲା ଆରବିଆଇ । ଆଉ ଏଥିପାଇଁ ସବୁ ଖର୍ଚ୍ଚ ସେମାନଙ୍କୁ ହିଁ ବହନ କରିବାକୁ ପଡିଥିଲା । ଏଥିଯୋଗୁଁ କ୍ରମାଗତ ଏଟିଏମ ସଂଖ୍ୟା ମଧ୍ୟ ହ୍ରାସ ପଇବାରେ ଲାଗିଛି ।

Intro:Body:

fhjfh

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.