ETV Bharat / business

ଦୁବାଇ ଖାଇବ ଡ୍ରାଗନ ଫ୍ରୁଟ, ରପ୍ତାନୀ ହେଲା ପ୍ରଥମ ବ୍ୟାଚ

author img

By

Published : Jun 26, 2021, 8:25 PM IST

ଫାଇବର ଏବଂ ମିନେରାଲ୍ସ ସମୃଦ୍ଧ ଡ୍ରାଗନ ଫ୍ରୁଟର ପ୍ରଥମ ବ୍ୟାଚ ଦୁବାଇକୁ ରପ୍ତାନି କରାଯାଇଛି । ଏ ନେଇ ଶନିବାର ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଦୁବାଇ ଖାଇବ ଡ୍ରାଗନ ଫୁଟ,   ରପ୍ତାନୀ ହେଲା ପ୍ରଥମ ବ୍ୟାଚ

ନୂଆଦିଲ୍ଲୀ: ଦୁବାଇ ଖାଇବ ଭାରତ ମାଟିର ଡ୍ରାଗନ ଫ୍ରୁଟ । ଫାଇବର ଏବଂ ମିନେରାଲ୍ସ ସମୃଦ୍ଧ ଡ୍ରାଗନ ଫ୍ରୁଟର ପ୍ରଥମ ବ୍ୟାଚ ଦୁବାଇକୁ ରପ୍ତାନୀ କରାଯାଇଛି । ଏ ନେଇ ଶନିବାର ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

  • Dragon fruit goes to Dubai: In a major boost to export of exotic fruits, a consignment of the fibre & mineral rich Dragon Fruit (Kamalam) sourced from farmers of Sangli, Maharashtra has been exported to Dubai.

    📖 https://t.co/WEwqSm5LMt pic.twitter.com/xW6c9vTQR4

    — Piyush Goyal (@PiyushGoyal) June 26, 2021 " class="align-text-top noRightClick twitterSection" data=" ">

ଭାରତରେ ଡ୍ରାଗନ ଫ୍ରୁଟକୁ କମଲମ ନାଁରେ ବି ଜଣାଯାଏ । ମହାରାଷ୍ଟ୍ର କୃଷକଙ୍କ ଡ୍ରାଗନ ଫ୍ରୁଟର ଏହି ବ୍ୟାଚ ସାଙ୍ଗଲୀ ଜିଲ୍ଲାର ଟଡାସର ଗାଁରୁ କିଣାଯାଇଛି । ଭାରତ ସରକାରଙ୍କ ସଂସ୍ଥା ଏପିଡା (APEDA) ରୁ ମାନ୍ୟତାପ୍ରାପ୍ତ ଏକ୍ସପୋର୍ଟରେ କମଲମ ଡ୍ରାଗନ୍ ଫ୍ରୁଟ (dragon fruit) ଏହି ବ୍ୟାଚ ଦୁବାଇ ପଠାଯିବ । ଏବେ ସୁଦ୍ଧା ଡ୍ରାଗନ ଫ୍ରୁଟର ଚାଷ ମାଲେସିଆ, ଥାଇଲ୍ୟାଣ୍ଡ, ଫିଲିପିନ୍ସ , ଆମେରିକା ଓ ଭିଏତନାମା ଭଳି ଦେଶରେ ହେଉଛି ।

ଭାରତରୁ ପ୍ରଥମ ଥର ଦୁବାଇକୁ ଡ୍ରାଗନ ଫ୍ରୁଟର ରପ୍ତାନୀ କରାଯାଇଛି । ଭାରତରେ ଡ୍ରାଗନ ଫ୍ରୁଟ ଚାଷର ଆରମ୍ଭ 1990ର ଦଶକ ଆରମ୍ଭରେ ହୋଇଥିଲା । ପ୍ରଥମେ ଲୋକ ଡ୍ରାଗନ ଫ୍ରୁଟକୁ ସଉକ ଭାବେ ନିଜ ବଗିଚାରେ ଲଗାଉଥିଲେ । ହେଲେ ଗତ କିଛି ବର୍ଷରେ ଦେଶରେ ଡ୍ରାଗନ ଫ୍ରୁଟ ବହୁତ ଲୋକପ୍ରିୟ ହୋଇଛି । ଆଉ ଅନେକ ରାଜ୍ୟର ଚାଷୀ ଏବେ କମଲମ ଚାଷୀ କରୁଛନ୍ତି ।

ଭାରତରେ ଏହି ସମୟରେ କର୍ଣ୍ଣାଟକ, କେରଳ , ତାମିଲନାଡୁ, ମହାରାଷ୍ଟ୍ର, ଗୁଜୁରାଟ, ଓଡିଶା , ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଆଣ୍ଡାମାନରେ ଡ୍ରାଗନ ଫ୍ରୁଟ ଚାଷ କରାଯାଇଥାଏ । ଡ୍ରାଗନ ଫ୍ରୁଟ କମଲମ ଚାଷରେ କମ ପାଣି ବ୍ୟବହାର ହୋଇଥାଏ । dragon fruit କମଲମ ଅଲଗା ଅଲଗା ମାଟିରେ ଉତ୍ପାଦନ କରାଯାଇପାରେ । ଡ୍ରାଗନ ଫ୍ରୁଟର 3 ମୁଖ୍ୟ ପ୍ରକାର ଭେଦ ରହିଛି । ଯେଉଁଥିରେ ପିଙ୍କ ସ୍କ୍ରିନ ସହ ହ୍ବାଇଟ ଫ୍ଲେଶ, ପିଙ୍କ ସ୍କିନ ସହ ରେଡ ଫ୍ଲେଶ ଓ ୟେଲୋ ସ୍କିନ ସହ ହ୍ବାଇଟ ଫ୍ଲେଶ ସାମିଲ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.