ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତ କୋରୋନା ଭଳି ବୈଶ୍ବିକ ମହାମାରୀ ସହ ସୁଦୃଢତାର ସହ ମୁକାବିଲା କରୁଛି । ଅନ୍ୟପଟେ ଲୋକଙ୍କ ସ୍ବାସ୍ଥ୍ୟ ସହ ଅର୍ଥବ୍ୟବସ୍ଥାର ସ୍ଥିତି ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରୀଭୂତ କରି ରଖିଛି । ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ କହିଛନ୍ତି ।
‘ଇଣ୍ଡିଆ ଗ୍ଲୋବାଇ ୱିକ 2020’ ଉଦଘାଟନ ଅବସରରେ ପିଏମ କହିଛନ୍ତି କି, ‘‘ଭାରତ ଆଜି ବି ଦୁନିଆର ସବୁଠୁ ମୁକ୍ତ ଅର୍ଥବ୍ୟବସ୍ଥା ମଧ୍ୟରୁ ଗୋଟିଏ । ଆଉ ଏଭଳି ବହୁତ କମ ଦେଶ ଅଛି , ଯେଉଁମାନେ ଭାରତ ଭଳି ଅନେକ ସୁଯୋଗ ପ୍ରଦାନ କରନ୍ତି ।
‘‘ ଭାରତୀୟମାନେ ପ୍ରକୃତ ସଂସ୍କାରକ। ଇତିହାସ ଦର୍ଶାଏ ଯେ ସାମାଜିକ ହେଉ କି ଅର୍ଥନୈତିକ ପ୍ରତ୍ୟେକ ଚ୍ୟାଲେଞ୍ଜକୁ ଦୃଢତାର ସହ ଅତିକ୍ରମ କରିଛି ଭାରତ। ଗୋଟିଏ ପଟେ ଭାରତ ବିଶ୍ୱ ମହାମାରୀ ବିରୋଧରେ ଏକ ଶକ୍ତିଶାଳୀ ଯୁଦ୍ଧ କରୁଛି । ଅନ୍ୟପଟେ ଲୋକଙ୍କ ସ୍ବାସ୍ଥ୍ୟ ସୁଧାର ଉପରେ ଫୋକସ କରୁଛି । ସମାନ ଭାବେ ଅର୍ଥନୀତିର ସ୍ବାସ୍ଥ୍ୟ ଉପରେ ମଧ୍ୟ ଦୃଷ୍ଟି ରଖିଛି । ’’ ଏ ନେଇ ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି ।
କୋରୋନା ସଂକ୍ରମଣ କାଳରେ ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଆଣିବା ପାଇଁ ନିଆଯାଇଥିବା ଆବଶ୍ୟକ ପଦକ୍ଷେପ ବିଷୟରେ ବିସ୍ତୁତ ସୂଚନା ଦେଇ ପିଏମ ବୈଶ୍ବିକ ସମୁଦାୟକୁ ଭାରତରେ ନିବେଶ ପାଇଁ ଅପିଲ କରିଛନ୍ତି ।