ନୂଆଦିଲ୍ଲୀ: ହ୍ରାସ ହେବ କୋରୋନା ରୋଗୀଙ୍କ ଜୀବନ ରକ୍ଷାକାରୀ ଔଷଧ ଭାବେ ବ୍ୟବହୃତ ରେମଡିସିଭିଅର । ଭାରତ ରେମଡିସିଭିଅର ଶୁଳ୍କ ହଟାଇ ଦେଇଛି । ଏହା ଏକ ଆଣ୍ଟି-ଭାଇରାଲ ଔଷଧ, ଯାହା ବର୍ତ୍ତମାନ କୋରୋନା ଭାଇରସ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହେଉଛି ।
ଅର୍ଥମନ୍ତ୍ରାଳୟ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବିଜ୍ଞପ୍ତି ଜାରି କରି ଏ ନେଇ ସୂଚନା ଦେଇଛନ୍ତି । ବିଜ୍ଞପ୍ତି ଅନୁସାରେ ଔଷଧ ତିଆରିରେ ବ୍ୟବହୃତ ଫାର୍ମାସ୍ୟୁଟିକାଲ୍ ଉପାଦାନ ଆମଦାନୀ ଉପରେ ଶୁଳ୍କ ହଟାଯାଇଛି ।
ଏହା ବ୍ୟତୀତ ରେଡି ଟୁ ୟୁଜ ରେମଡିସିଭିଅର ଇଞ୍ଜେକ୍ସନରୁ ମଧ୍ୟ ଆମଦାନୀ ଶୁଳ୍କ ଛାଡ କରାଯାଇଛି । ଏହି ବିଜ୍ଞପ୍ତି 2021 ଅକ୍ଟୋବର 31 ପର୍ଯ୍ୟନ୍ତ ବଳବତ୍ତର ରହିବ ।