ETV Bharat / business

ଭାରତର ବଡ ରେକର୍ଡ , ଦାରିଦ୍ର୍ୟତା କବଳରୁ ବାହାରିଛନ୍ତି ସର୍ବାଧିକ 17.3 କୋଟି

10 ବର୍ଷରେ ସର୍ବାଧିକ 17.3 କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ବାହାର କରିଛି ଭାରତ । ଯାହାକି ଏହି ଅବଧିରେ ଅନ୍ୟ ଦେଶ ତୁଳନାରେ ବହୁତ ଅଧିକ । ଅଧିକ ପଢନ୍ତୁ..

author img

By

Published : Jul 17, 2020, 4:26 PM IST

ଭାରତର ବଡ ରେକର୍ଡ
ଭାରତର ବଡ ରେକର୍ଡ

ନ୍ୟୁୟର୍କ: ଭାରତରେ 2005-06ରୁ 2015-16 ମଧ୍ୟରେ 27.3 କୋଟି ଲୋକ ଦାରିଦ୍ର୍ୟ ସୀମା ରେଖାରୁ ବାହାରିଛନ୍ତି । ଏହି ଅବଧିରେ କୌଣସି ମଧ୍ୟ ଦେଶର ଦାରିଦ୍ର୍ୟ ସଂଖ୍ୟା ଏହା ସବୁଠୁ ବଡ ହ୍ରାସ । ମିଳିତ ଜାତିସଂଘର ଏକ ରିପୋର୍ଟରେ ଏ ନେଇ ସୂଚନା ଦିଆଯାଇଛି।

ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ (UNDP) ଏବଂ ଅକ୍ସଫୋର୍ଡ ଦାରିଦ୍ର ଏବଂ ମାନବ ବିକାଶ ଉଦ୍ୟମ (OPHI) ଦ୍ବାରା ଏହି ତଥ୍ୟ ପ୍ରକାଶିତ । ଏହି ରିପୋର୍ଟ ଦର୍ଶାଉଛି କି , 2000 ରୁ 2019 ମଧ୍ୟରେ 75 ଟି ଦେଶ ମଧ୍ୟରୁ 65 ଟି ବହୁମୁଖୀ ଦାରିଦ୍ର୍ୟ ( multidimensional poverty) ସ୍ତରକୁ ଯଥେଷ୍ଟ ହ୍ରାସ କରିଛି।

multidimensional poverty ଲୋକଙ୍କ ଦୈନନ୍ଦୀନ ଜୀବନରେ ଅନୁଭୂତ ବିଭିନ୍ନ ଅଭାବକୁ ଅନ୍ତର୍ଭୁକ୍ତ କରେ । ଯେପରି ଖରାପ ସ୍ବାସ୍ଥ୍ୟ, ଶିକ୍ଷାର ଅଭାବ, ବଞ୍ଚିବା ଶୈଳୀରେ , କମ ଗଣାମାନର କାମ , ହିଂସାର ଆଶଙ୍କା ଏବଂ ଏଭଳି ଅଞ୍ଚଳରେ ବସବାସ, ଯାହା ପରିବେଶ ପାଇଁ ବିପଦଜନ୍ନକ ।

ଏହି 65 ଦେଶ ସେମାନଙ୍କ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ (MPI) କମ କରିଥିବା ବେଳେ 50 ଦେଶ ଦାରିଦ୍ର ସୀମା ରେଖା ତଳେ ରହୁଥିବା ଦାରିଦ୍ର୍ୟଙ୍କ ସଂଖ୍ୟା ହ୍ରାସ କରିଛନ୍ତି ।

ରିପୋର୍ଟରେ କୁହାଯାଇଛି ଯେ ସବୁଠାରୁ ବଡ ହ୍ରାସ ଭାରତରେ ଦେଖାଦେଇଛି । ଯେଉଁଠାରେ 27.3 କୋଟି ଲୋକ 10 ବର୍ଷରେ ଗରିବକୁ ଉପରକୁ ଉଠିବାରେ ସଫଳ ହୋଇଛନ୍ତି । ରିପୋର୍ଟରେ ଦର୍ଶାଯାଇଛି ଯେ 4ଟି ଦେଶ - ଆର୍ମେନିଆ 2010–2015 / 2016), ଭାରତ (2005 / 2014–15 / 2016), ନିକାରାଗୁଆ (2001–2011 / 2012) ଏବଂ ଉତ୍ତର ମାକେଡୋନିଆ (2005/2014) ସେମାନଙ୍କ ଗ୍ଲୋବାଲ MPTI ଭେଲ୍ୟୁ କୁ ଅଧା କରିଦେଇଛନ୍ତି । ଭିନ୍ନ ଗରିବ ସ୍ତର ଥିବା ଦେଶମାନଙ୍କ ପାଇଁ କ’ଣ ସମ୍ଭବ ଏହି ଦେଶଗୁଡିକ ଦର୍ଶାଇଥାଏ ।

ରିପୋର୍ଟରେ କୁହାଯାଇଛି କି, ‘‘ 14ଟି ଦେଶ ନିଜ ସମସ୍ତ ଉପ-ଆଞ୍ଚଳିକ କ୍ଷେତ୍ରଗୁଡିକରେ ବହୁମୁଖୀ ଗରିବ ସଂଖ୍ୟାକୁ କମ କରିପାରିଛନ୍ତି । ଏଦି ଦେଶ ମଧ୍ୟରେ ବାଙ୍ଗଲାଦେଶ, ବୋଲିଭିୟା, କିଙ୍ଗଡମ ଅଫ ଏସାୱାତିନି, ଗାମ୍ବିଓ, ଗୁଆନା, ଭାରତ, ଲାଇବେରିଆ, ମାଲି, ମୋଜାମ୍ବିକ, ନାଇଜର, ନିକାରାବୁଆ, ନେପାଳ , ରୱାଣ୍ଡା ରହିଛି ।

କିନ୍ତୁ ଆଶଙ୍କା ରହିଛି କି ଦାରିଦ୍ର୍ୟ ସୂଚକାଙ୍କ ପ୍ରଗତି ଉପରେ କୋରୋନା ମହାମାରୀ ପ୍ରଭାବ ଗୁରୁତର ଭାବେ ପଡିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.