ETV Bharat / business

ଇଣ୍ଡିଆ ରେଟିଂର ଅନୁମାନ, ଚଳିତ ଆର୍ଥିକ ବର୍ଷ 10.1% ଅଭିବୃଦ୍ଧି - India Rating revises

ଦେଶରେ କୋରୋନା ଭାଇରସର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ଏହି ସଂଶୋଧନ ହୋଇଛି ଅଭିବୃଦ୍ଧି ହାର । ଚଳିତ ଆର୍ଥିକ ବର୍ଷ ଆର୍ଥିକ ରିସର୍ଚ୍ଚ ଏଜେନ୍ସି ଇଣ୍ଡିଆ ରେଟିଂ ଅନୁସାରେ 10.1% ରହିପାରେ ଦେଶର ଜିଡିପି । ଅଧିକ ପଢନ୍ତୁ...

ଇଣ୍ଡିଆ ରେଟିଂର ଅନୁମାନ, ଚଳିତ ଆର୍ଥିକ ବର୍ଷ  10.1% ଅଭିବୃଦ୍ଧି

author img

By

Published : Apr 23, 2021, 4:54 PM IST

ମୁମ୍ବାଇ: 2021-22 ଆର୍ଥିକ ବର୍ଷ ପାଇଁ ଭାରତର ମୋଟ ଘରୋଇ ଉତ୍ପାଦ ଅନୁମାନ ସଂଶୋଧନ କଲା ଆର୍ଥିକ ରିସର୍ଚ୍ଚ ଏଜେନ୍ସି ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚ । ଚଳିତ ଆର୍ଥିକ ବର୍ଷ ଅଭିବୃଦ୍ଧି ହାର 10.4 ନୁହେଁ 10.1 ପ୍ରତିଶତ ରହିପାରେ । ଏ ନେଇ ଆନୁମାନିକ ରିପୋର୍ଟ ପ୍ରକାଶ କରିଛି ରେଟିଂ ଏଜେନ୍ସି ।

ଦେଶରେ କୋରୋନା ଭାଇରସର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ଏହି ସଂଶୋଧନ କରାଯାଇଛି । ଇଣ୍ଡିଆ ରେଟିଙ୍ଗ୍ସ କହିଛି କି , ଯେବେ ଦେଶର ବଡ ଭାଗରେ କୋରୋନା ଭାଇରସ ମାମଲା ବୃଦ୍ଧି ସହ ଚିକିତ୍ସା ବ୍ୟବସ୍ଥା ଚାପଗ୍ରସ୍ତ । ଏଭଳି ସ୍ଥିତିରେ ଏଜେନ୍ସି କହିଛି କି କୋରୋନାର ଏହି ଦ୍ବିତୀୟ ଲହର ମଧ୍ୟ ମେ ମଝି ସୁଦ୍ଧା ସୁଧୁରିପାରେ ।

ରିଜର୍ଭ ବ୍ୟାଙ୍କ ଚଳିତ ମାସ ଆରମ୍ଭରେ ଜାରି ମୌନ୍ଦ୍ରିକ ନୀତିର ସମୀକ୍ଷା ରିପୋର୍ଟରେ 2021-22 ଆର୍ଥିକ ବର୍ଷର ଜିଡିପି ହାର 10.5 ପ୍ରତିଶତ ରହିପାରେ ବୋଲି ଅନୁମାନ କରିଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି କି, ବର୍ତ୍ତମାନ ପରିସ୍ଥିତିରେ କୋରୋନା ଭାଇରସ ମାମଲା ବୃଦ୍ଧି ବଡ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ।

ଅନ୍ୟ ବ୍ରୋକରେଜ କମ୍ପାନୀ ଓ ବିଶ୍ଲେଷକ ବି କୋରୋନା ଭାଇରସ ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ଭାରତର ଆର୍ଥିକ ବୃଦ୍ଧି ଅନୁମାନକୁ କମ କରୁଛନ୍ତି । ଗତ ଆର୍ଥିକ ବର୍ଷ 2020-21 ରେ ଭାରତର ଜିଡିପି ହାରରେ 7.6 ପ୍ରତିଶତ ହ୍ରାସ ଆସିବା ଅନୁମାନ ରହିଛି ।

ଇଣ୍ଡିଆ ରେଟିଂ କହିଛି କି କୋରୋନା ଭାଇରସର ଦ୍ବିତୀୟ ଲହରର ଆର୍ଥିକ ପ୍ରଭାବ ଏତେ ଅଧିକ ହେବ ନାହିଁ, ଯେତେ ପ୍ରଥମ ଲହରର ପଡିଥିଲା । ଏହାର କାରଣ ପ୍ରଥମ ଲହର ଚରମରେ ପହଞ୍ଚିବା ସମୟରେ ଯେତେ ମାମଲା ରହିଥିଲା, ତା ତୁଳନାରେ ଦ୍ବିତୀୟ ଲହରରେ ଦୈନିକ ମାମଲା ସଂଖ୍ୟା 3 ଗୁଣା ବୃଦ୍ଧି ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.