ନୂଆଦିଲ୍ଲୀ: ଭାରତରେ 'ଅତ୍ୟଧିକ ଗଣତନ୍ତ୍ର' ଅଛି, ଯେଉଁଥିପାଇଁ ଏଠାରେ କଠୋର ସଂସ୍କାର ଆଣିବା କଷ୍ଟକର । ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅମିତାଭ କାନ୍ତ ମଙ୍ଗଳବାର ଏ ନେଇ କହିଛନ୍ତି ।
ସେ ଜୋର ଦେଇ କହିଛନ୍ତି ଯେ, ଦେଶକୁ ପ୍ରତିସ୍ପର୍ଦ୍ଧା କରିବା ପାଇଁ ବଡ ସୁଧାରର ଆବଶ୍ୟକତା ରହିଛି । ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କାନ୍ତ କହିଛନ୍ତି ଯେ, ପ୍ରଥମ ଥର କେନ୍ଦ୍ର ଖନନ, କୋଇଲା, ଶ୍ରମ, କୃଷି ସମେତ ବିଭିନ୍ନ କ୍ଷେତ୍ରରେ କଠୋର ସୁଧାରକୁ ଆଗକୁ ବଢାଇଛି । ଏବେ ରାଜ୍ୟକୁ ସୁଧାରର ଆଗାମୀ ପର୍ଯ୍ୟାୟକୁ ଆଗକୁ ବଢାଇବା ଜରୁରୀ ।
ଭାରତ ପରିପ୍ରେକ୍ଷୀରେ କଠୋର ସଂସ୍କାର ଆଣିବା ଅତ୍ୟନ୍ତ କଷ୍ଟକର । ଏହାର କାରଣ ହେଉଛି ଭାରତରେ ଗଣତନ୍ତ୍ର ଅତ୍ୟଧିକ… ଏହି ସଂସ୍କାର (ଖଣି, କୋଇଲା, ଶ୍ରମ, କୃଷି)କୁ ଆଗକୁ ବଢାଇବା ପାଇଁ ରାଜନୈତିକ ଇଚ୍ଛାଶକ୍ତି ଆବଶ୍ୟକ । ତଥାପି ଅନେକ ସଂସ୍କାର ଅଛି ଯାହାକୁ ଆଗକୁ ନେବାକୁ ହେବ । ’’
ଦୃଢ ସୁଧାର ବିନା ଚୀନ ଭଳି ଦେଶ ସହ ପ୍ରତିଯୋଗୀତା ସହଜ ହେବ ନାହିଁ । ଏଣୁ ଆଗାମୀ ସୁଧାର ନେଇ ରାଜ୍ୟଗୁଡିକ ଆଗକୁ ଆସି ପଦକ୍ଷେପ ନେବାକୁ ହେବ ବୋଲି କାନ୍ତ କହିଛି । ସେ ଆହୁରି ମଧ୍ୟ ଜଣାଇଛନ୍ତି ଯେ, ଯଦି 10-12 ରାଜ୍ୟ ଉଚ୍ଚ ଦରରେ ବୃଦ୍ଧି କରିବେ । ତେବେ ଭାରତ ବିକାଶ ହାର ଅଭିବୃଦ୍ଧି ଉପରମୁହାଁ ହେବାକୁ କେହି ରୋକିପାରିବେ ନାହିଁ ।