ETV Bharat / business

‘ଲକଡାଉନ ଉଠାଇବାକୁ ଦରକାର ମଜବୁତ ରଣନୀତି’

ଲମ୍ବା ଲକଡାଉନ ଯୋଗୁଁ ଅଣାୟତ ଅର୍ଥବ୍ୟବସ୍ଥା । ହ୍ରାସ ପାଉଛି ବିକାଶ ଦର । ଏଣୁ ଲକଡାଉନ ଉଠାଇବା ପାଇଁ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ବୁଝି ବିଚାରି ରଣନୀତି ତିଆରି କରିବାକୁ ପଡିବ ।

'India needs intelligent lockdown exit strategy'
‘ଲକଡାଉନ ଉଠାଇବାକୁ ଦରକାର ମଜବୁତ ରଣନୀତି’
author img

By

Published : May 30, 2020, 4:55 PM IST

ନୂଆଦିଲ୍ଲୀ: ଦେଶବ୍ୟାପି ବନ୍ଦ ଯୋଗୁଁ ହ୍ରାସ ପାଇଁ ଭାରତର ଅଭିବୃଦ୍ଧି ଦର । ପ୍ରଭାବିତ ରାଜସ୍ବ । ଏଥିଯୋଗୁଁ କଟକଣା କୋହଳ ପାଇଁ ଚିନ୍ତା କରାଯାଉଛି । ତେବେ ଲକଡାଉନ ଉଠାଇବା ରଣନୀତି ବହୁତ ଭାବି ବିଚାରି ପ୍ରସ୍ତୁତ କରିବାକୁ ହେବ । ଏସବିଆଇର ଏକ ରିସର୍ଚ୍ଚ ରିପୋର୍ଟରେ ଶନିବାର ଏ ନେଇ ମତ ପ୍ରକାଶ ପାଇଛି ।

ଗତ ଆର୍ଥିକ ବର୍ଷ 2019-20ର ଚତୁର୍ଥ ତ୍ରୟମାସରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ହ୍ରାସ ପାଇ 4.2 ପ୍ରତିଶତ ରହିଛି । ଯାହାକି 11 ବର୍ଷର ରେକର୍ଡ ଭାଙ୍ଗି ସର୍ବନିମ୍ନ ସ୍ତରକୁ ଖସିଛି ।

ଗତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ଜାନୁଆରୀ-ମାର୍ଚ୍ଚରେ ବୃଦ୍ଧି ଦର 40 ମାସର ନିମ୍ନ ସ୍ତର 3.1 ପ୍ରତିଶତକୁ ହ୍ରାସ ପାଇଛି । କୋରୋନା ସଂକ୍ରମଣ ପ୍ରତିହିତ ପାଇଁ ଦେଶବ୍ୟାପି ଜାରି ଲକଡାଉନ ଯୋଗୁଁ ଆର୍ଥିକ ଗତିବିଧି ଗଭୀର ଭାବେ ପ୍ରଭାବିତ । ଲକଡାଉନ 4.0 ମେ 31 ଯାଏଁ ରହିଛି ।

ଏସବିଆଇ ରିସର୍ଚ୍ଚ ରିପୋର୍ଟ ଇକୋରେପରେ କୁହାଯାଇଛି କି, ‘‘ ସବୁ ଦିଗକୁ ଦୃଷ୍ଟିରେ ରଖି ସମସ୍ତ ବିଚାର ସହ ଲକଡାଉନ ଉଠାଇବାକୁ ରଣନୀତି ତିଆରି କରିବାକୁ ହେବ । କାରଣ ଦୀର୍ଘ ଦିନ ଧରି ରାଷ୍ଟ୍ରବ୍ୟାପି ବନ୍ଦର ପ୍ରଭାବ ଲମ୍ବା ସମୟ ଧରି ଦେଶର ଅଭିବୃଦ୍ଧି ହାର ଉପରେ ମଧ୍ୟ ପଡିବ ।’’

ପୂର୍ବରୁ ଅନୁଭବରୁ ଜଣାପଡୁଛି କି ମନ୍ଦାବସ୍ଥାରୁ ମୁକୁଳିବା ପ୍ରକ୍ରିୟା ଧୀମା ରହିଥାଏ । ବିଗିଡିଯାଇଥିବା ଆର୍ଥିକ ଗତିବିଧିକୁ ପୁଣି ଚଳଚଞ୍ଚଳ ପାଇଁ 5ରୁ 10 ବର୍ଷ ଲାଗିଯାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.