ETV Bharat / business

ଅର୍ଥନୀତିକୁ ଲାଗିଲା ଝଟକା, 7.3%କୁ ଖସିଲା ଜିଡିପି

author img

By

Published : May 31, 2021, 8:00 PM IST

Updated : May 31, 2021, 8:14 PM IST

ଅର୍ଥବ୍ୟବସ୍ଥାକୁ ଲାଗିଲା ବଡ ଝଟକା । 2020-21 ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ 7.3 ପ୍ରତିଶତ ଖସିଲା । ଅଧିକ ପଢନ୍ତୁ..

ଅର୍ଥନୀତିକୁ ଲାଗିଲା ଝଟକା,  7.3% କୁ ଖସିଲା ଜିଡିପି

ନୂଆଦିଲ୍ଲୀ: 2020-21 ଆର୍ଥିକ ବର୍ଷରେ 7.3 ପ୍ରତିଶତକୁ ଖସିଲା ଭାରତୀୟ ଅର୍ଥବ୍ୟବସ୍ଥା । ଯାହାକି 4 ଦଶନ୍ଧିର ସବୁଠାରୁ ବଡ ହ୍ରାସ । ତେବେ 2020-21 ଚତୁର୍ଥ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ (ଜିଡିପି) 1.6 ପ୍ରତିଶତ ବଢିଛି । ଏଥିରୁ ସଙ୍କେତ ମିଳିଛି କି କୋରୋନାର ଦ୍ବିତୀୟ ଲହର ପୂର୍ବରୁ ଦେଶର ଅର୍ଥବ୍ୟବସ୍ଥା ପୁନରୁଦ୍ଧାର ପଥରେ ଥିଲା ।

କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ଏ ନେଇ ତଥ୍ୟ ପ୍ରକାଶିତ ପାଇଛି । ଏନଏସଓର ତଥ୍ୟ ଅନୁଯାୟୀ, ମୋଟ ଘରୋଇ ଉତ୍ପାଦ (ଜିଡିପି) 2019-20 ଆର୍ଥିକ ବର୍ଷରେ ପ୍ରାୟ 145 ଲକ୍ଷ କୋଟି ଟଙ୍କାରୁ ହ୍ରାସ ହୋଇ ଗତ ଆର୍ଥିକ ବର୍ଷ 135 ଲକ୍ଷ କୋଟି ଟଙ୍କା ରହିଛି ।

ଦେଶର ଅର୍ଥବ୍ୟବସ୍ଥାରେ ଆର୍ଥିକ ବର୍ଷ 2020-21 ରେ ହ୍ରାସ ଆଶା ରହିଥିଲା । କାରଣ ଗତ ବର୍ଷ କୋରୋନା ମହାମାରୀର ଗଭୀର ପ୍ରଭାବରେ ଅର୍ଥବ୍ୟବସ୍ଥା କ୍ଷତାକ୍ତ ହୋଇଥିଲା । 2019-20 ରେ ଜିଡିପି ଗ୍ରୋଥ 4 ପ୍ରତିଶତ ରହିଥିଲା ।

ଗତ ଆର୍ଥିକ ବର୍ଷରେ ଗ୍ରସ ଭେଲ୍ୟୁ ଆଡେଡରେ 6.2 ପ୍ରତିଶତ ହ୍ରାସ ରେକର୍ଡ ହୋଇଥିଲା । GVA ତେବେ ଏ ବର୍ଷ ଫେବୃଆରୀରେ ଜାରି ଅଗ୍ରିମ ଅନୁମାନରେ ଗତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାରରେ 8 ପ୍ରତିଶତ ହ୍ରାସ ନେଇ ଅନୁମାନ ପ୍ରକାଶ ପାଇଥିଲା । ତେବେ ଆଜି ପ୍ରକାଶିତ ରିପୋର୍ଟ ଆକଳନ ଠାରୁ ଭଲ ରହିଛି ।

ଗତ ଆର୍ଥିକ ବର୍ଷର ଶେଷ ତ୍ରୟମାସରେ ନିର୍ମାଣ ସେକ୍ଟରର ଅଭିବୃଦ୍ଧି 14 ପ୍ରତିଶତ ରହିଛି । ୟୁଟିଲିଟି ସେକ୍ଟରର ବିକାଶ ହାର 9.1 ପ୍ରତିଶତ ଅଛି । ୟୁଟିଲିଟିରେ ଗ୍ୟାସ, ବିଦ୍ୟୁତ, ୱାଟର ଯୋଗାଣ ରହିଥାଏ । ଅନ୍ୟପଟେ ସେବାରେ 2.3 ପ୍ରତିଶତ ହ୍ରାସ ଦେଖାଦେଇଛି । ସେବା କ୍ଷେତ୍ରରେ ହୋଟେଲ, ଟ୍ରେଡ ଓ ଟ୍ରାନ୍ସପୋର୍ଟ ଭଳି ଦିଗ ରହିଛି । ତେବେ ନିର୍ମାଣ ଓ ୟୁଟିଲିଟି କ୍ଷେତ୍ରରେ ଉତ୍ତମ ପ୍ରଦର୍ଶ ଯୋଗୁଁ ଗତ ଆର୍ଥିକ ବର୍ଷର ଜିଡିପିରେ ଆଶାତୀତ ସୁଧାର ଦେଖାଦେଇଛି ।

ତେବେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ (ଏପ୍ରିଲ-ଜୁନ) ରେ କୋରୋନାର ଦ୍ବିତୀୟ ଲହର ପ୍ରଭାବ ପଡିବ । ଏହି କାରଣରୁ ଅଭିବୃଦ୍ଧି ଅନୁମାନ ଖସାଯାଇଛି । ଗତିଶୀଳ ହେଉଥିବା ଅର୍ଥବ୍ୟବସ୍ଥା କୋରୋନା ଦ୍ବିତୀୟ ଲହର ମାଡରେ ପୁଣି ଟ୍ରାକକୁ ଖସୁଛି ।

Last Updated : May 31, 2021, 8:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.