ETV Bharat / business

ମେ 31 ଯାଏଁ ଅନ୍ତର୍ଜାତୀୟ ଉଡାଣ ବନ୍ଦ

author img

By

Published : Apr 30, 2021, 4:25 PM IST

ମେ 31 ଯାଏଁ ବନ୍ଦ ରହିବ ଅନ୍ତର୍ଜାତୀୟ ବିମାନ ସେବା । ହେଲେ ଡିଜିଏସ ଦ୍ବାରା ଅନୁମୋଦିତ ବିମାନ ଓ କୋର୍ଗୋ ବିମାନ ଚଳାଚଳ କଟକଣାମୁକ୍ତ ରହିବ । ଅଧିକ ପଢନ୍ତୁ...

ମେ 31 ଯାଏଁ ଅନ୍ତର୍ଜାତୀୟ ଉଡାଣ ବନ୍ଦ
ମେ 31 ଯାଏଁ ଅନ୍ତର୍ଜାତୀୟ ଉଡାଣ ବନ୍ଦ

ନୂଆଦିଲ୍ଲୀ: କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ସେବା ରଦ୍ଦ ଅବଧିକୁ ବଢାଯାଇଛି । ଦେଶରୁ ଯାଉଥିବା ନିୟମିତ ଅନ୍ତରାଷ୍ଟ୍ରୀୟ ଉଡାଣ ମେ 31 ଯାଏଁ ଯାଏଁ ବନ୍ଦ ରହିବ । ଶୁକ୍ରବାର ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏ ନେଇ ସୂଚନା ଦେଇଛି ।

ଏହା ପୂର୍ବରୁ ଏପ୍ରିଲ 30 ଯାଏଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ବ୍ୟାନ ରହିଥିଲା । କୋରୋନା ଭାଇରସ ମହାମାରୀ ପ୍ରତିହିତ ପାଇଁ ଏହି ଉଡାଣ ବନ୍ଦ ରହିଛି । ଏ ନେଇ ଡିଜିସିଏ କହିଛି କି, ଏଥି ମଧ୍ୟରେ, ବିଭିନ୍ନ ବିଷୟକୁ ଦୃଷ୍ଟିରେ ରଖି ଦକ୍ଷ କର୍ତ୍ତୃପକ୍ଷଙ୍କ ଦ୍ବାରା ସିଲେକ୍ଟେଡ ମାର୍ଗରେ ଆନ୍ତରାଷ୍ଟ୍ରୀୟ ନିର୍ଦ୍ଧାରିତ ବିମାନକୁ ଅନୁମତି ଦିଆଯାଇପାରେ । ସେହିପରି ଡିଜିଏସ ଦ୍ବାରା ଅନୁମୋଦିତ ବିମାନ ଓ କୋର୍ଗୋ ବିମାନ ଚଳାଚଳ କଟକଣାମୁକ୍ତ ରହିବ ।

କୋରୋନା ଭାଇରସ ମହାମାରୀ ଯୋଗୁଁ 2020 ମାର୍ଚ୍ଚ 23 ରୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଚାଲୁଥିବା ନିର୍ଦ୍ଧାରିତ ଉଡାଣ ବନ୍ଦ ରହିଛି । ହେଲେ ମେ ମାସ ପରେ ବନ୍ଦେ ଭାରତ ମିଶନ ଅଧିନରେ ସ୍ବତନ୍ତ୍ର ଅନ୍ତରାଷ୍ଟ୍ରୀୟ ଉଡାଣର ପରିଚାଳନା କରାଯାଉଛି । ଏହା ବ୍ୟତିତ ଜୁଲାଇରୁ ସିଲେକ୍ଟେଡ ଦେଶ ମଧ୍ୟରେ ଦ୍ବିପାକ୍ଷୀକ ‘‘ ଏୟାର ବବଲ’ବ୍ୟବସ୍ଥା ଅଧିନରେ କିଛି ଉଡାଣ ଚାଲିଛି ।

ଭାରତ 27 ଦେଶ ସହ ଏୟାର ବବଲ ବୁଝାମଣା କରିଛି । ଏହି ଚୁକ୍ତି ଅନୁସାରେ ଦୁଇ ଦେଶ ମଧ୍ୟରେ ସେମାନଙ୍କ ଏୟାରଲାଇନ ଦ୍ବାରା ସ୍ବତନ୍ତ୍ର ଉଡାଣ ପରିଚାଳନା କରାଯାଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.