ନୂଆଦିଲ୍ଲୀ: ପ୍ରଥମେ ପ୍ରତିବନ୍ଧକ , ପରେ ମୁହଁ ବୁଲେଇନେଲା । ତେଲ କିଣାକୁ ନେଇ ଆମେରିକା ଦିନକୁ ଦିନ ଭାରତର ଟେନସନ ବଢାଇ ଚାଲିଛି । ଇରାନରୁ ତେଲ କିଣା ବନ୍ଦ ପରେ ଭାରତକୁ କୌଣସି ସାହାଯ୍ୟ କରିପାରିବୁ ନାହିଁ । ଏପରିକି ରିହାତି ରେଟରେ ତେଲ ଯୋଗାଇବା ଭରଷା ମଧ୍ୟ ଦେଇପାରିବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛି ଆମେରିକା।
ଅଶୋଧିତ ତୈଳ ପ୍ରାଇଭେଟ ସେକ୍ଟର ଅନ୍ତର୍ଭୁକ୍ତ । ଏଣୁ ସରକାର ମଧ୍ୟ ଶସ୍ତାରେ ଏହାକୁ ବିକ୍ରି କରିବାକୁ ବାଧ୍ୟ କରିପାରିବେ ନାହିଁ ବୋଲି ସଫେଇ ଦେଇଛନ୍ତି ଆମେରିକା ବାଣିଜ୍ଯ ମନ୍ତ୍ରୀ ବିଲବର ରାସ । ଇରାନରୁ ତେଲ କିଣା ବନ୍ଦ କରିବା ନେଇ ଆମେରିକା ଦେଇଥିବା ଅବଧି ସରିଯିବା ପରେ ଭାରତ ଆଉ ଆମଦାନୀ କରିପାରିବ ନାହିଁ । ଚଳିତ ମାସରେ ଏହି ସମୟ ସମାପ୍ତ ହେଉଛି ।
ଇରାନରୁ ଅଶୋଧିତ ତୈଳ ଆମଦାନୀ ଉପରେ ଭାରତକୁ ବହୁ ଫାଇଦା ମିଳିଥାଏ । ବିମାନ ବନ୍ଦରରୁ ତେଲ ଆଣିବା ବେଳେ ମଧ୍ୟ କୌଣସି ଚାର୍ଜ ଲାଗିନଥାଏ । ଏଥିସହ କମ ଦରରେ ଇରାନରୁ ଭାରତ ଅଧିକ ତେଲ ଆଣିଥାଏ । କିନ୍ତୁ ଆମେରିକାର ଧମକ ପରେ ଏବେ ଭାରତ ମୁଣ୍ଡରେ ତେଲ ଚଡକ ପଡିଛି । ଏବେ ପୁଣି ବୋଝ ଉପରେ ନଳିତା ବିଡା ପରି ଆମେରିକାର ସହାୟତା ଦେବାକୁ ମନା କରି ଭାରତକୁ ଚିନ୍ତାରେ ପକାଇଦେଇଛି ।