ETV Bharat / business

1979 ପରେ ପ୍ରଥମ, ବଡ ଆର୍ଥିକ ସଙ୍କୁଚନର ସାମ୍ନା କରିବ ଭାରତ - 1979ର ଜିଡିପି

ଅଗଷ୍ଟ 31 ରେ ପ୍ରକାଶ ପାଇବ ଚଳିତ ଆର୍ଥିକ ବର୍ଷ ପ୍ରଥମ ତ୍ରୟମାସର ଅଭିବୃଦ୍ଧି ରିପୋର୍ଟ । ଯେହେତୁ କୋରୋନା କଟକଣାରେ ପୂରା ତ୍ରୟମାସ କଟିଛି ଏଣୁ ବଡ ଆର୍ଥିକ ସଙ୍କୋଚନର ଆଶଙ୍କା ରହିଛି । ପୂର୍ବରୁ ଏ ନେଇ ବହୁ ଜାତୀୟ ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି ମଧ୍ୟ ଅର୍ଥନୀତି ନିମ୍ନମୁହାଁ ନେଇ ଆକଳନ କରିଛନ୍ତି । ଅଧିକ ପଢନ୍ତୁ..

1979 ପରେ ପ୍ରଥମ , ବଡ ଆର୍ଥିକ  ସଙ୍କୁଚନର ସାମ୍ନା କରିବ ଭାରତ

author img

By

Published : Aug 29, 2020, 10:10 PM IST

ବିଜନେସ ଡେସ୍କ, ଇଟିଭି ଭାରତ : ସୋମବାର କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ସିଏସଓ) ପକ୍ଷରୁ 2020 ଜୁନ ତ୍ରୟମାସର ମୋଟ ଘରୋଇ ଉତ୍ପାଦ (ଜିଡିପି) ରିପୋର୍ଟ ପ୍ରକାଶ ପାଇବ । ତେବେ ପ୍ରଥମ ତ୍ରୟମାସ କୋରୋନା ଓ ଲକଡାଉନରେ କଟିଥିବାରୁ ହୋଇପାରେ ଭାରତ ଏବେ ସବୁଠୁ ବଡ ଆର୍ଥିକ ସଙ୍କୁଚନର ସାମ୍ନା କରିବ । ଜୁନ ତ୍ରୟମାସର ଜିଡିପି ରିପୋର୍ଟ ଭାରତୀୟ ଅର୍ଥନୀତିରେ କୋରୋନା ମହାମାରୀର ପ୍ରତିକୂଳ ପ୍ରଭାବର ପ୍ରଥମ ସଂପୂର୍ଣ୍ଣ ପରିସଂଖ୍ୟାନ ପ୍ରତିଫଳନ ହେବ ବୋଲି ଆଶା କରାଯାଉଛି।

ବ୍ୟାଙ୍କିଙ୍ଗ ଏବଂ ଅନୁସନ୍ଧାନ ଏଜେନ୍ସିଗୁଡିକର ବିଭିନ୍ନ ଆକଳନ ଅନୁଯାୟୀ, ଭାରତର ଜିଡିପିରେ 1 ବର୍ଷ ପୂର୍ବ ତୁଳନାରେ ଜୁନ ତ୍ରୟମାସରେ-15% ରୁ -20% ବୃଦ୍ଧି (ସଙ୍କୁଚନ) ହାର ଦେଖିବାକୁ ମିଳିଛି । ବଡ କଥା କି , ଯଦି ବାସ୍ତବରେ ଏଭଳି ହୁଏ, ତେବେ 1979ର ମରୁଡି ପରେ ଭାରତୀୟ ଅର୍ଥବ୍ୟବସ୍ଥା ଦେଖିଥିବା ଏହା ପ୍ରଥମ ସଙ୍କୁଚନ ହେବ । ସେହି ସମୟରେ ଜିଡିପି ଅଭିବୃଦ୍ଧି ହାର -5.2 ପ୍ରତିଶତର ସର୍ବକାଳନୀନ ନିମ୍ନ ସ୍ତରରେ ପହଞ୍ଚିଥିଲା ।

କୋରୋନା ଭାଇରସ ପୂର୍ବରୁ ମଧ୍ୟ , ଭାରତର ଜିଡିପି 2019-20 ଜାନୁଆରୀ-ମାର୍ଚ୍ଚ ତ୍ରୟମାସରେ 3.1 ପ୍ରତିଶତ ବଢିଥିଲା । ପୂରା ଆର୍ଥିକ ବର୍ଷ 2019-20 ପାଇଁ ବିକାଶ ଦର 11 ବର୍ଷର ସର୍ବନିମ୍ନ ସ୍ତର 4.2 ପ୍ରତିଶତ ରହିଛି । ଏପଟେ ମହାମାରୀ କୋରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଲକଡାଉନ ମାର୍ଚ୍ଚ 25 ରୁ ଆରମ୍ଭ ହୋଇଥିଲା । ଆଉ ଏପ୍ରିଲ ପହିଲାକୁ 2020-21 ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ (ଏପ୍ରିଲ-ଜୁନ) ଆରମ୍ଭ ହୋଇଛି ।

ଲକଡାଉନ ଯୋଗୁଁ ସମଗ୍ର ଅର୍ଥବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ ହୋଇଛି । କାରବାର ଠପ ସହ କାମଧନ୍ଦା ବନ୍ଦ ରହିଥିଲା । ଫଳରେ ଆୟ ହ୍ରାସ ସହ ଦେଶର ରାଜକୋଷ ହ୍ରାସ ପାଇଛି ।

ଏ ନେଇ ଅଗଷ୍ଟ ମଧ୍ୟରେ ଜାରି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଗବେଷଣା ରିପୋର୍ଟ ଅନୁସାରେ ଚଳିତ ଆର୍ଥକ ବର୍ଷର ପ୍ରଥମ ତ୍ରୟମାସରେ ଭାରତର ଜିଡିପି 16.5 ପ୍ରତିଶତ ହ୍ରାସ ଅନୁମାନ ରହିଛି ।

ଏହାପୂର୍ବରୁ ମେ ମାସରେ, ଇକୋରାପ ରିପୋର୍ଟରେ ଆର୍ଥିକ ବର୍ଷ 21ର ପ୍ରଥମ ତ୍ରୟମାସରେ 20 ପ୍ରତିଶତରୁ ଅଧିକ ଜିଡିପି ସଙ୍କୋଚନର ପୂର୍ବାନୁମାନ କରାଯାଇଛି । କିନ୍ତୁ ପରବର୍ତ୍ତୀ ସମୟରେ ଆଶା କରାଯାଉଥିବା ଅପେକ୍ଷା କର୍ପୋରେଟ୍ ରୋଜଗାର ଅଭିବୃଦ୍ଧି ହେତୁ ଏହାର ଆକଳନକୁ 16.5% କମ୍ ସଙ୍କୋଚନକୁ ସଂଶୋଧନ କରିଥିଲା । ଅନୁସନ୍ଧାନ ରିପୋର୍ଟରେ କୁହାଯାଇଛି ଯେ ଆର୍ଥିକ ବର୍ଷ 21ରେ ପ୍ରଥମ ତ୍ରୟମାସରେ କେତେକ ତାଲିକାଭୁକ୍ତ ଆର୍ଥିକ ଏବଂ ଅଣ-ଆର୍ଥିକ କମ୍ପାନୀର ଆୟ ଆଶା କରାଯାଉଥିବା ଭଳି ଖରାପ ନଥିଲା ।ଜାପାନ ବ୍ରୋକରେଜ ଫାର୍ମ ନୋମୁରା ମଧ୍ୟ ଅନୁମାନ କରିଛି କି ଏ ବର୍ଷ ଜୁନ ତ୍ରୟମାସରେ ଜିଡିପି -15.2% ରହିପାରେ । ନୋମୁରା କହିଛି ଯେ , ଭାରତକୁ ଚଳିତ ଆର୍ଥିକ ବର୍ଷରେ ଚାରୋଟି ତ୍ରୟମାସ ମଧ୍ୟରେ କୌଣସି ମଧ୍ୟ ସକରାତ୍ମକ ଅଭିବୃଦ୍ଧି ଦେଖିବାକୁ ଆଶା ନାହିଁ । ,ଯାହାଫଳରେ ଆର୍ଥିକ ବର୍ଷ 21 ପାଇଁ ଅଭିବୃଦ୍ଧି ହାର -6.1% ରହିବ। ରେଟିଂ ଏଜେନ୍ସି ବ୍ୟତିକ ଭାରତୀୟ ଉଦ୍ୟୋଗ ସଙ୍ଗଠନ ଫିକ୍କି ମଧ୍ୟ ଜୁଲାଇରେ ଦର୍ଶାଇଛି କି , ଏହାର ଆର୍ଥିକ ଆଉଟଲୁକ ସର୍ଭେକ୍ଷଣ 2020-21 ପାଇଁ ଦେଶର ବାର୍ଷିକ ହାରାହାରୀ ଜିଡିପି ବୃଦ୍ଧି -4.5% ରହିବ ବୋଲି ଅନୁମାନ ରହିଛି ।

ଏସବୁ ତଥ୍ୟକୁ ଦୃଷ୍ଟିକୁ ନେଲେ ସମ୍ଭାବନା ରହିଛି କି ଏହି ଆତଙ୍କିତ ଜିଡିପି ପୂର୍ବନୁମାନ ଏକ କଠୋର ବାସ୍ତବିକତାରେ ପରିବର୍ତ୍ତନ ହୋଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.