ETV Bharat / business

2021 ସୁଦ୍ଧା ଋଣ ବୋଝରେ ବୁଡିପାରେ ଭାରତ: ମୁଡିସ୍‌

ଭାରତ 2021 ସୁଦ୍ଧା ସବୁଠୁ ଅଧିକ ଋଣ ବୋଝ ଥିବା ଉଦୀୟମାନ ଅର୍ଥବ୍ୟବସ୍ଥା ମଧ୍ୟରୁ ଗୋଟିଏ ହେବ । ଏନେଇ ରେଟିଂ ଏଜେନ୍ସି ମୁଡିସ୍‌ ଆକଳନ କରିଛି । ଅଧିକ ପଢନ୍ତୁ..

author img

By

Published : Sep 2, 2020, 12:57 PM IST

2021 ସୁଦ୍ଧା ଋଣ ବୋଝରେ ବୁଡିପାରେ ଭାରତ : ମୁଡିସ

ନୂଆଦିଲ୍ଲୀ: ଆର୍ଥିକ ବର୍ଷ 2021 ସୁଦ୍ଧା ଭାରତ ଉଦୀୟମାନ ବଜାରରେ ସବୁଠୁ ଅଧିକ ଋଣ ଭାରପ୍ରାପ୍ତ ଅର୍ଥବ୍ୟବସ୍ଥାରେ ସାମିଲ ହେବ । ବୈଶ୍ବିକ ରେଟିଂ ଏଜେନ୍ସି ମୁଡିସ ଇନଭେଷ୍ଟର୍ସ ସର୍ବିସ ମଙ୍ଗଳବାର ଏନେଇ କହିଛି ।

ରେଟିଂ ଏଜେନ୍ସି କହିଛି ଯେ କୋରୋନା ମହାମାରୀ ହେତୁ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଆର୍ଥିକ ଗଣିତ ଏହାର ବୃହତ ଉଦୀୟମାନ ବଜାରର ଅର୍ଥନୀତି ଉପରେ ପ୍ରଭାବ ପକାଇବ ଏବଂ ଆଗାମୀ କିଛି ବର୍ଷ ପାଇଁ ସେମାନଙ୍କର ଋଣ ଭାର ବହୁତ ଅଧିକ ହେବ।

ମୁଡିସ କହିଛି ଯେ, ଉଦୀୟମାନ ବଜାର ଅର୍ଥନୀତିରେ ପ୍ରାଥମିକ ନିଅଣ୍ଟ ବୃଦ୍ଧି ହେତୁ 2019 ତୁଳନାରେ 2021 ସୁଦ୍ଧା ଋଣ ଭାର 10 ପଏଣ୍ଟ ବୃଦ୍ଧି ପାଇପାରେ। ଏଥି ମଧ୍ୟରୁ କେତେକ ଉପରେ ଉଚ୍ଚ ସୁଧ ପରିଶୋଧର ମଧ୍ୟ ବୋଝ ରହିବ । ଯାହା ଫଳରେ ଏମାନଙ୍କ ଋଣ ଭାର ବୃଦ୍ଧି ପାଇବ ।

ବୃହତ୍ତ ଉଦୀୟମାନ ବଜାର ଥିବା ଅର୍ଥବ୍ୟବସ୍ଥାରେ ବ୍ରାଜିଲ, ଭାରତ ଓ ଦକ୍ଷିଣ ଆଫ୍ରିକାର ଋଣ ବୋଝ ସବୁଠୁ ଅଧିକ ହୋଇପାରେ ବୋଲି ମୁଡିସ ଆଶଙ୍କା ପ୍ରକାଶ କରିଛି । ଦୁର୍ବଳ ଆର୍ଥିକ ବ୍ୟବସ୍ଥା ଯୋଗଁ ଭାରତ,ମେକ୍ସିକୋ, ଦକ୍ଷିଣ ଆଫ୍ରିକା ଓ ତୁର୍କୀ ପାଇଁ ଏହା ବିପଦ ଅଧିକ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.