ETV Bharat / business

Income tax return: ପୁଣି ବଢିଲା ଆୟକର ରିଟର୍ଣ୍ଣ ଅବଧି - ଆୟକର ରିଟର୍ଣ୍ଣ ଅବଧି

ଇନକମ ଟ୍ୟାକ୍ସ ରିଟର୍ଣ୍ଣ(ITR) ଫାଇଲ କରିବାର ଶେଷ ତାରିଖ ୩୧ ଡିସେମ୍ବର ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତ୍ତି ନେଇଛି ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସେସ(CBDT) । ଅଧିକ ପଢନ୍ତୁ...

Income tax return: ପୁଣି ବଢିଲା ଆୟକର ରିଟର୍ଣ୍ଣ ଅବଧି

author img

By

Published : Sep 9, 2021, 9:15 PM IST

ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଦାଖଲର ସମୟସୀମାକୁ ପୁଣିଥରେ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଇନକମ ଟ୍ୟାକ୍ସ ରିଟର୍ଣ୍ଣ(ITR) ଫାଇଲ କରିବାର ଶେଷ ତାରିଖ ୩୧ ଡିସେମ୍ବର ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତ୍ତି ନେଇଛି ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସେସ(CBDT) ।

ସେପଟେ ଅଡିଟ ରିପୋର୍ଟ ଦାଖଲ କରିବାର ସମୟସୀମାକୁ ମଧ୍ୟ ବଢାଇ ଦିଆଯାଇଛି । ଏହାପୂର୍ବରୁ ଏହି ଡେଡଲାଇନ ୩୦ ସେପ୍ଟେମ୍ବର ଥିଲା । କାରଦାତାଙ୍କ ପାଇଁ ହେଉଥିବା ସମସ୍ୟାକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି । ଆୟକର ବିଭାଗ ଗୁରୁବାର ଏନେଇ ଦେଇଛି ସୂଚନା ।

ଆୟକର ବିଭାଗ ଟ୍ବିଟ କରି କହିଛି ଯେ ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟସୀମା 31 ଡିସେମ୍ବର 2021କୁ ବୃଦ୍ଧି କରାଯାଇଛି। ଆୟକର ରିଟର୍ଣ୍ଣ (ITR) ଏବଂ ଆଇଟି ଆକ୍ଟ 1961 ଅନୁଯାୟୀ 2021-22 ପାଇଁ ଅଡିଟ୍ ରିପୋର୍ଟ ଦାଖଲ କରିବାରେ ଟିକସଦାତାଙ୍କ ଆଗରେ ଉପୁଜିଥିବା ଅସୁବିଧାକୁ ଦୃଷ୍ଟିରେ ରଖି ସିବିଡିଟି ଆଇଟିଆର ଦାଖଲ ପାଇଁ ଧାର୍ଯ୍ୟ ତାରିଖ ଏବଂ ମୂଲ୍ୟାଙ୍କନ ବର୍ଷ ସଂଶୋଧନ କରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.