ନୂଆଦିଲ୍ଲୀ: ନୂଆବର୍ଷ 2020ର ନୂଆ କ୍ୟାଲେଣ୍ଡର ଜାରି କଲା ଆୟକର ବିଭାଗ । ଏହି କ୍ୟାଲେଣ୍ଡର ମାଧ୍ୟମରେ ଆପଣ ଟିକସ ସମ୍ବନ୍ଧିତ ସମସ୍ତ ମହତ୍ବପୂର୍ଣ୍ଣ ସମୟ ମନେ ରଖିବାରେ ସାହାଯ୍ୟ ହେବ । ଶନିବାର ଏକ ଟ୍ବିଟ ଜରିଆରେ ଆୟକର ବିଭାଗ ପକ୍ଷରୁ ଏ ନେଇ ଜଣାଯାଇଛି ।
ଟ୍ବିଟରରେ ଆୟକର ବିଭାଗ କହିଛି ଯେ, ଏହି ନୂଆ ବର୍ଷରେ ଆପଣଙ୍କ ପାଇଁ ଆସିଛି ଆୟକର କ୍ୟାଲେଣ୍ଡର । ଯେଉଁଥିରେ ଆୟକର ସମ୍ବନ୍ଧିତ ତାରିଖକୁ ହାଇଲାଇଟ୍ସ କରାଯାଇଛି ।
ଏହି କ୍ୟାଲେଣ୍ଡରରେ ଆୟକର ରିଟର୍ଣ୍ଣ ଦାଖଲ ଓ ଏ ସମ୍ପର୍କିତ ତଥ୍ୟ ସମ୍ପର୍କରେ ଅବଗତ କରାଇବ । ଏଥିସହ ଟିସିଏସ ଓ ଟିଡିଏସ ସହ ଜଡିତ ସୂଚନା ମଧ୍ୟ ରହିଛି ।