ETV Bharat / business

1000 ଦିନରେ 6 ଲକ୍ଷ ଗାଁରେ ଅପ୍ଟିକାଲ ଫାଇବର ନେଟୱର୍କ ପହଞ୍ଚିବ: ମୋଦି

author img

By

Published : Aug 15, 2020, 4:20 PM IST

ଆଗାମୀ 1000 ଦିନ ମଧ୍ୟରେ ଦେଶର ସମସ୍ତ 6 ଲକ୍ଷ ଗାଁରେ ଦ୍ରୁତ ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ । ଏଥିପାଇଁ ଅପ୍ଟିକାଲ ଫାଇବର ନେଟୱର୍କ ସହ ଯୋଡାଯିବ । ସ୍ବାଧୀନତା ଦିବସ ଅବସରରେ ଏନେଇ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

1000 ଦିନରେ 6 ଲକ୍ଷରୁ ଅଧିକ ଗାଁରେ ଅପ୍ଟିକାଲ ଫାଇବର ନେଟୱର୍କ ପହଞ୍ଚିବ : ପିଏମ

ନୂଆଦିଲ୍ଲୀ: ଆଗାମୀ 1000 ଦିନ (3 ବର୍ଷରୁ କମ) ମଧ୍ୟରେ ଦେଶର ସମସ୍ତ 6 ଲକ୍ଷ ଗାଁରେ ଦ୍ରୁତ ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ । ଏଥିପାଇଁ ଅପ୍ଟିକାଲ ଫାଇବର ନେଟୱର୍କ ସହ ଯୋଡାଯିବ । ସ୍ବାଧୀନତା ଦିବସ ଅବସରରେ ଏନେଇ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ଏଥିସହ ସରକାର ଶୀଘ୍ର ନୂଆ ସାଇବର ସୁରକ୍ଷା ନୀତି ବି ଆଣିବେ । ପ୍ରଧାନମନ୍ତ୍ରୀ 74 ତମ ସ୍ବାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାରେ ଦେଶବାସୀଙ୍କୁ ସମ୍ବୋଧନ କରି ଭାରତର ନିର୍ମାଣ ଦିଗରେ ଗ୍ରହଣ ହୋଇଥିବା ପଦକ୍ଷେପ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି କି, ପାଞ୍ଚ ବର୍ଷ ମଧ୍ୟରେ 1.5 ଲକ୍ଷ ଗ୍ରାମ ପଞ୍ଚାୟତକୁ ଦ୍ରୁତ ଇଣ୍ଟରନେଟ ସୁବିଧା ଯୋଗାଉଥିବା ଅପ୍ଟିକାଲ ଫାଇବର ସୁବିଧା ସହିତ ସଂଯୁକ୍ତ କରାଯାଇଛି । ତେବେ ଆଗାମୀ 1000 ଦିନ ମଧ୍ୟରେ 6 ଲକ୍ଷ ଗ୍ରାମରେ ଅପ୍ଟିକାଲ ଫାଇବର ଲଗାଇବା କାର୍ଯ୍ୟ ଶେଷ ହେବ ବୋଲି ସେ କହିଛନ୍ତି ।

ଦେଶର ସମସ୍ତ ଛୋଟ ଦ୍ୱୀପପୁଞ୍ଜରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଦୋର ଦେଇ ସେ କହିଛନ୍ତି କି ଆସନ୍ତା ତିନି ବର୍ଷ ମଧ୍ୟରେ ଲକ୍ଷାଦ୍ୱୀପକୁ ମଧ୍ୟ ଦ୍ରୁତ ଗତିର ଇଣ୍ଟରନେଟ ସେବା ଯୋଗାଉଥିବା ଅପ୍ଟିକାଲ ଫାଇବର କେବୁଲ ସହିତ ସଂଯୁକ୍ତ କରାଯିବ । ଦେଶର 1300ରୁ ଅଧିକ ଦ୍ୱୀପର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି । ସେ କହିଛନ୍ତି ଯେ ଗତ ସପ୍ତାହର ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜକୁ ଅପ୍ଟିକାଲ ଫାଇବର କେବୁଲ ସହିତ ସଂଯୁକ୍ତ କରାଯାଇଛି ।

କୋରୋନା ଲଢେଇ ମଧ୍ୟରେ ଦେଶକୁ ଆତ୍ମନିର୍ଭର କରିବା ସଂକଳ୍ପକୁ ଦୋହରାଇ ପିଏମ କହିଛନ୍ତି କି, ଲଦାଖରୁ ଅରୁଣାଚଳ ପ୍ରଦେଶ, ହିମାଳୟର ଶିଖର ହେଉ କି ଭାରତ ମହାସାଗର ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ କରାଯାଉଛି । ଦେଶରେ 1,300 ରୁ ଅଧିକ ଦ୍ୱୀପ ଅଛି, ଆମେ ସେମାନଙ୍କ ମଧ୍ୟରୁ କେତେକ ବିକାଶ ପାଇଁ ଆଗକୁ ବଢୁଛୁ । ଚେନ୍ନାଇ, ଦିଲ୍ଲୀ ଭଳି ଆଣ୍ଡାମାନ ନିକୋବରଙ୍କୁ ମଧ୍ୟ ଇଣ୍ଟରନେଟ ସୁବିଧା ଯୋଗାଇ ଦିଆଯାଇଛି ଏବଂ ଲକ୍ଷାଦ୍ୱୀପଙ୍କୁ 1000 ଦିନ ମଧ୍ୟରେ ଦ୍ରୁତ ଇଣ୍ଟରନେଟ୍ ସହିତ ସଂଯୋଗ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.