ନୂଆଦିଲ୍ଲୀ: ଭାରତରେ ଖାଦ୍ୟ ତେଲ ଆମଦାନୀ ମାର୍ଚ୍ଚରେ 32.44 ପ୍ରତିଶତ ହ୍ରାସ ପାଇଛି । ଫଳରେ ଏହା 9 ଲକ୍ଷ 219 ଟନରେ ପହଞ୍ଚିଛି । ସାଲଭେଣ୍ଟ ଏକ୍ସଟ୍ରାଟର୍ସ ଆସୋସିଏସନ୍ (SEA) ସୋମବାର କହିଛି ଯେ, ବିଦେଶ ବଜାରରୁ ବିଶୋଧିତ ପାମ ତେଲ କ୍ରୟ ଉପରେ ସରକାରଙ୍କ ପ୍ରତିବନ୍ଧକ ଯୋଗୁଁ ଆମଦାନି ହ୍ରାସ ପାଇଛି ।
ଦୁନିଆର ବଡ ବନସ୍ପତି ତେଲ କ୍ରେତା ହେଉଛି ଭାରତ । ଗତ ବର୍ଷ ମାର୍ଚ୍ଚରେ ଦେଶରେ 13 ଲକ୍ଷ 93 ହଜାର 255 ଟନ ତେଲ ଆମଦାନୀ କରାଯାଇଛି । ଦେଶର ମୋଟ ବନସ୍ପତି ତୈଳ ଆମଦାମୀରେ ପାମ ତେଲ ଅଂଶ 60 ପ୍ରତିଶତରୁ ଅଧିକ ରହିଥାଏ ।
SEA ଦ୍ବାରା ଜାରି ପ୍ରାରମ୍ଭିକ ତଥ୍ୟ ଅନୁସାରେ, ଏ ବର୍ଷ ମାର୍ଚ୍ଚରେ ଆରବିଡି ପାମୋଲିନ ଆମଦାନୀ 90 ପ୍ରତିଶତ କମି 30,850 ଟନ ରହିଛି । ଯେତେବେଳେ କି 1 ବର୍ଷ ପୂର୍ବରୁ ଏହି ଅବଧିରେ ଏହାର ଆମଦାନୀ 3 ଲକ୍ଷ 12 ହଜାର 673 ଟନ ରହିଥିବା । ଆରବିଡି ପାମୋଲିନ ଆମଦାନି ଜାନୁଆରୀ 8ରୁ ବ୍ୟାପରର ପ୍ରତିବନ୍ଧିତା ସୂଚୀରେ ସାମିଲ ହୋଇଥିଲା । ଯାହା ପରେ ପାମୋଲିନ ଆମଦାନfରେ ଭାରି ହ୍ରାସ ଦେଖିବାକୁ ମିଳିଛି ।
ଭାରତରେ ମୁଖ୍ୟତଃ ଇଣ୍ଡୋନେସିଆ ଓ ମାଲେସିଆରୁ ପାମ ତେଲ ଆମଦାନି ହୋଇଥାଏ । ସେହିପରି ଆର୍ଜେଣ୍ଟିନାରୁ ସୋୟାବିନ ତେଲ ସମେତ କିଛି ହାଲୁକା କଞ୍ଚା ତେଲ ଆମଦାନି ହୁଏ । ସୂର୍ଯ୍ୟମୂଖୀ ତେଲକୁ ୟୁକ୍ରେନ ଓ ଋଷକୁ ଆଣାଯାଇଥାଏ ।
କୋରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଲକଡାଉନ ଜାରି ରହିଛି । ଏହି ସମୟରେ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ପହଞ୍ଚାଇବାକୁ ଗୁଗୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ହାତ ମିଳାଇଛି ।