ETV Bharat / business

ବିଶ୍ବ ବ୍ୟାଙ୍କ ପରେ IMF କମାଇଲା ଅଭିବୃଦ୍ଧି ଆକଳନ

author img

By

Published : Oct 16, 2019, 7:54 PM IST

ପ୍ରଥମେ ବିଶ୍ବ ବ୍ୟାଙ୍କ ଏବେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ମଧ୍ୟ ଭାରତର ଅଭିବୃଦ୍ଧି ହାର ଖସିବା ନେଇ ପୂର୍ବାନୁମାନ କରିଛି । ଚଳିତ ଆର୍ଥିକ ବର୍ଷ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) 6.1 ପ୍ରତିଶତ ରହିବ ବୋଲି ଆଇଏମଏଫ ରିପୋର୍ଟରେ ପ୍ରକାଶ କରିଛି ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଗୋଟିଏ ପଟେ 5 ଟ୍ରିଲିୟନ ଡଲାର ଅର୍ଥନୀତିର ସ୍ବପ୍ନ । ଅନ୍ୟପଟେ ଜିଡିପି ହ୍ରାସ ରେକର୍ଡ ସ୍ତରରେ ପହଞ୍ଚିଛି । ଆଗକୁ ସ୍ଥିତି ସୁଧିରିବା ନେଇ ଆଶା ରହିଥିବା ବେଳେ ବଡ ବଡ ଆର୍ଥିକ ସଂସ୍ଥାଙ୍କ ଆକଳନ ସରକାରଙ୍କୁ ଅକଳରେ ପକାଇ ଦେଇଛି । ପ୍ରଥମେ ବିଶ୍ବ ବ୍ୟାଙ୍କ ଏବେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ମଧ୍ୟ ଅଭିବୃଦ୍ଧି ହାର ଖସିବ ବୋଲି ପର୍ବାନୁମାନ କରିଛି ।

ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର 7.3 ପ୍ରତିଶତ ରହିବ ବୋଲି ଆଇଏମଏଫ ପକ୍ଷରୁ ଏପ୍ରିଲରେ କୁହାଯାଇଥିଲା । ହେଲେ ଏବେ ପୁଣି ଏହି ଆକଳନକୁ 1.2 କମାଇ 6.1 ପ୍ରତିଶତ କରିଛି ଆଇଏମଏଫ । ତେବେ 2020ରେ ଅଭିବୃଦ୍ଧି ହାର 7 ପ୍ରତିଶତ ରହିବ ବୋଲି ଆଶା କରାଯାଉଛି । ସେପଟେ ଆଇଏମଏଫ 2019ରେ ବିଶ୍ବ ବିକାଶ ଦର 3 ପ୍ରତିଶତ ଖସାଇଛି । ଗତ ବର୍ଷ ଏହା 3.8 ପ୍ରତିଶତ ରହିଥିଲା । ତଥାପି ଚୀନର ଅଭିବୃଦ୍ଧି ତୁଳନାରେ ଭାରତ ଜିଡିପି ଅଧିକା ରହିବ ।

ଗତ ରବିବାର ବିଶ୍ବ ବ୍ୟାଙ୍କ ପକ୍ଷରୁ ପ୍ରକାଶ ପାଇଥିବା ଦକ୍ଷିଣ ଏସିଆ ଇକନୋମିକ ଫୋକସ ରିପୋର୍ଟରେ ଭାରତର ଆର୍ଥିକ ବୃଦ୍ଧି ହାର 6 ପ୍ରତିଶତ ରହିବ ବୋଲି କୁହାଯାଇଥିଲା । ମୁଦ୍ରାସ୍ପୀତି ହ୍ରାସ ହେଲେ ଜିଡିପି ଧିରେ ଧିରେ ସୁଧାରିବା ସହ 2021 ସୁଦ୍ଧା 6.9 ପ୍ରତିଶତ 2022ରେ 7.2 ପ୍ରତିଶତ ରହିବ ବୋଲି ବିଶ୍ବବ୍ୟାଙ୍କ ଆକଳନ କରିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.