ହାଇଦ୍ରାବାଦ: ମହାମାରୀ କୋଭିଡ୍19 ଆମ ଜୀବନ-ଜୀବିକା ତଥା ପୃଥିବୀ ଉପରେ ଅଧିକ ପ୍ରଭାବ ପକାଇଛି । ଏହା ଆମକୁ ତଥା ଆମ ସମାଜକୁ ଅନେକ ପରିବର୍ତ୍ତନ କରିଛି । ତେବେ ଏହି ପରିବର୍ତ୍ତନର ପରିଣାମ ହୁଏତ ସଙ୍କଟର ଶେଷରେ ଅଧିକ ଜଣାପଡିବ । ଏପରିକି, ଆମେ କୋଭିଡ୍ ପୂର୍ବରୁ ଛାଡିଥିବା ବିଶ୍ବକୁ ଆଉ ନଫେରି ବି ପାରୁ । ଆଉ ଏହା ଦୁର୍ନିତୀ ବିରୋଧୀ, ଶାସନ ଓ ବିକାଶ ଉପରେ ବଡ ପ୍ରଭାବ ପକାଇବ ।
ଯାହାର ପ୍ରଭାବ ଆଗାମୀ ଦିନରେ ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ପରିବର୍ତ୍ତନର ଧାରା ଗୁଡିକ ଉପରେ ଦେଖିବାକୁ ମିଳିବ । ଏହାର ମୁକାବିଲା ପାଇଁ ତଥା ବିଭିନ୍ନ ସମ୍ଭାବ୍ୟ ଫଳାଫଳକୁ ବିଚାର କରି ଆଗାମୀ ରଣନୀତି ପ୍ରସ୍ତୁତ କରିବାକୁ ଗୁରୁତ୍ବ ଦେବା ଉଚିତ୍ ।
ନୂଆ ରିପୋର୍ଟ The Curbed of the Curveରେ ସାମାଜିକ, ରାଜନୈତିକ ଓ ଆର୍ଥିକ ଜୀବନର 10 ପ୍ରମୁଖ ବିତର୍କକୁ ସୂଚୀତ କରାଯାଇଛି ।
ଯଦିଓ ବିଶ୍ବ ଅର୍ଥନୀତି ଏବଂ ଶାସନ, ଘରୋଇ ରାଜନୀତି, ବ୍ୟବସାୟ ଓ ପ୍ରଯୁକ୍ତି ବିଦ୍ୟା ଆମ ଜୀବନ ତଥାପି ମହାମାରୀ ପୂର୍ବରୁ ଥିବା ମଣିଷ, ରାଜ୍ୟ ଓ ବଜାରର ସମ୍ପର୍କ ଏହି ସ୍ବାସ୍ଥ୍ୟ ଓ ଅର୍ଥନୈତିକ ସଙ୍କଟ ପାଇଁ ସମସ୍ୟାରେ ପଡିଛି ।
ତେବେ ଏପରି ଅସାଧାରଣ ସମୟରେ ସରକାର ମଧ୍ୟ କିଛି ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ଏପରିକି ମଣିଷର କିଛି ସ୍ବାଧୀନତା ଉପରେ ମଧ୍ୟ କଟକଣା ଜାରି କରିଛନ୍ତି । ଏକାଠି ହେବା ସ୍ବାଧୀନତା, ବାକ୍ ସ୍ବାଧୀନତା ତଥା ମିଡିଆ ଉପରେ ମଧ୍ୟ କିଛି କଟକଣା କରାଯାଇଛି ।
ଯଦି ରାଜନୈତିକ ନେତା , ବିଶେଷ କରି କାର୍ଯ୍ୟକାରୀ ଶାଖାରେ କୋଭିଡ-19 ସଙ୍କଟକୁ ବ୍ୟବହାର କରି ନିଜ ଶକ୍ତିକୁ ମଜବୁତ କରନ୍ତି । ଆଉ ମହାମାରୀ ଥଣ୍ଡା ପଡିଗଲେ ଏହି ଶକ୍ତିକୁ ଅକ୍ତିଆର କରିରଖିନ୍ତି । ଫଳରେ ଆଇନ ଓ ଶାସନ ଗମ୍ଭୀର ରୂପରେ ବିପଦ ଆଡକୁ ଠେଲିହୋଇଯିବା ଆଶଙ୍କା ରହିଥାଏ ।
ନାଗରିକ ଓ ରାଜନୈତିକ ଅଧିକାର ସହ କାର୍ଯ୍ୟକାରୀ ଶାଖାରେ କ୍ଷମତାର କେନ୍ଦ୍ରୀକରଣ ବା ଦମନ ଦ୍ବାରା ନାଗରିକ, ସମାଜ , ଗଣମାଧ୍ୟମ ସହ ଭ୍ରଷ୍ଟାଚାର ଭଳି ବିପଦକୁ କମ କରିବା ପାଇଁ ଅଦାଲତ ଭଳି ଉତ୍ତରଦାୟିତ୍ୱ ତଥା ତଦାରଖ ପ୍ରତିଷ୍ଠାନ ପାଇଁ ମଧ୍ୟ କଷ୍ଟକର ହୋଇପଡିଥାଏ ।
ଏହି ସଙ୍କଟ ସମଗ୍ର ବିଶ୍ବରେ ଶାସନର ଗୁଣବତ୍ତାରେ ଅନ୍ତର ବଢାଇଥାଏ । ମାନବିକ ଅଧିକାରର ନୀତିକୁ କମ୍ ଅନୁକରଣ କରୁଥିବା ଦେଶରେ ମାନବିକ ଅଧିକାରର ଅପବ୍ୟବହାର ହେବାର ସମ୍ଭାବନା ଅଧିକ ରହିଥାଏ । ପୂର୍ବରୁ ଦୁର୍ବଳ ଥିବା ରାଜ୍ୟଗୁଡିକ କ୍ଷମତା ଆହୁରୀ ଦୁର୍ବଳ ହେବାର ସମ୍ଭାବନା ଅଛି । ଏଥିସହ ବାଲାନ୍ସ ଅଧିକ ବିଚ୍ଛିନ୍ନ ହେଇପାରେ । ଏହ ଦ୍ବାରା ଭ୍ରଷ୍ଟାଚାରକୁ ଆହୁରୀ ପ୍ରୋତ୍ସାହନ ମିଳିବ ।
ସର୍ବପ୍ରଥମେ ନାଗରିକ ଏବଂ କାର୍ଯ୍ୟକର୍ତ୍ତାମାନେ ସର୍ବସାଧାରଣ ଜୀବନରେ ଅଂଶଗ୍ରହଣ କରିବା ଏଭଂ ସଙ୍ଗଠିକ ହେବା ପାଇଁ ଅନଲାଇନ ଉପକରଣ ବ୍ୟବହାରରେ ସକ୍ଷଣ ହେବା ଆବଶ୍ୟକ ରହିଛି । ଏଥିପାଇଁ ନାଗରିକଙ୍କ ଜାଗ୍ରତ କରିବା ଆବଶ୍ୟକ ରହିଛି । ଏଥିସହ ନୂତନ ଟେକ୍ନୋଲୋଜି ଦ୍ବାରା ଉତ୍ତମ ସାର୍ବଜନୀନ କାର୍ଯ୍ୟ ଏବଂ ଯୋଗଦାନକୁ ସହଜ ହୋପାରେ ।
ସେହିପରି ଆୟରେ ଅସମାନତା ମଧ୍ୟ ଦୁର୍ନୀତିକୁ ବଢାଇବାର ସମ୍ଭାବନା ରହିଛି । କାରଣ ଧନୀ ଏବଂ ଶକ୍ତିଶାଳୀ ସମ୍ଭ୍ରାନ୍ତ ଶ୍ରେଣୀର ଲୋକ ନିଦ ବିଶେଷଧିକାରକୁ ସୁରକ୍ଷା ଦେବା ପାଇଁ ରାଜନୈତିକ ପ୍ରକ୍ରିୟାଗୁଡ଼ିକୁ ନିଜ ଲାଭରେ କ୍ୟାପଚର କରନ୍ତି ।