ETV Bharat / business

27.55 ଲକ୍ଷ କରଦାତାଙ୍କୁ 1.01 ଲକ୍ଷ କୋଟି ଟଙ୍କା ରିଫଣ୍ଡ ଜାରି କଲା ଆୟକର ବିଭାଗ

author img

By

Published : Sep 10, 2020, 12:44 PM IST

2020 ଏପ୍ରିଲରୁ ସେପ୍ଟେମ୍ବର 8 ମଧ୍ୟରେ ସିବିଡିଟି 27.55 ଲକ୍ଷ କରଦାତାଙ୍କୁ 1,01,308 କୋଟି ଟଙ୍କା ରିଫଣ୍ଡ ଜାରି କରିଛି । ଏଥିରେ 25,83,507 ମାମଲାରେ 30,768 କୋଟି ଟଙ୍କା ଆୟକର ରିଫଣ୍ଡ ଜାରି କରାଯାଇଛି । ଅଧିକ ପଢନ୍ତୁ..

I-T Dept issues refunds worth Rs 1.01 lakh cr to 27.55 lakh taxpayers till Sep 8

ନୂଆଦିଲ୍ଲୀ: 2020 ଏପ୍ରିଲ 1ରୁ ସେପ୍ଟେମ୍ବର 8 ମଧ୍ୟରେ 27.55 ଲକ୍ଷ କରଦାତାଙ୍କୁ 1.01 ଲକ୍ଷ କୋଟି ଟଙ୍କା ରିଫଣ୍ଡ ଜାରି କରିଛି ଆୟକର ବିଭାଗ । ଏନେଇ ବୁଧବାର ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ଏହି ରାଶି ମଧ୍ୟରେ 25.83 ଲକ୍ଷ କରଦାତାଙ୍କୁ 30,768 କୋଟି ଟଙ୍କାର ବ୍ଯକ୍ତିଗତ ଆୟକର ରିଫଣ୍ଡ ସାମିଲ ରହିଛି । ସେହିପରି 1.71 ଲକ୍ଷ କରଦାତାଙ୍କୁ 70,540 କୋଟି ଟଙ୍କାର କମ୍ପାନୀ କର ରିଫଣ୍ଡ ଏହି ଅବଧିରେ ଦିଆଯାଇଛି । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଟ୍ବିଟ କରି ଜଣାଇଛି କି, ‘2020 ଏପ୍ରିଲରୁ ସେପ୍ଟେମ୍ବର 8 ମଧ୍ୟରେ ସିବିଡିଟି 27.55 ଲକ୍ଷ କରଦାତାଙ୍କୁ 1,01,308 କୋଟି ଟଙ୍କା ରିଫଣ୍ଡ ଜାରି କରିଛି । ଏଥିରେ 25,83,507 ମାମଲାରେ 30,768 କୋଟି ଟଙ୍କା ଆୟକର ରିଫଣ୍ଡ ଜାରି କରାଯାଇଛି । ଯେତେବେଳେ କି 1,71,155 ମାମଲାରେ 70,540 କୋଟି ଟଙ୍କାର କର୍ପୋରେଟ ବା କମ୍ପାନୀ କର ଜାରି ହୋଇଛି ।

କୋଭିଡ-19 ମହାମାରୀ ମଧ୍ୟରେ ସରକାରଙ୍କ ପ୍ରୟାସ ରହିଛି କି କରଦାତାଙ୍କୁ ବିନା କୌଣସି ସମସ୍ୟାରେ ଯେପରି କର ସମ୍ଭନ୍ଧୀୟ ସେବା ଉପଲବ୍ଧ କରାଯାଇପାରିବ । ଏହି ପ୍ରୟାସ ଅଧିନରେ ସମସ୍ତଙ୍କୁ ବିଚାରାଧୀନ ଟିକସ ରିଫଣ୍ଡ ପ୍ରଦାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.