ETV Bharat / business

ହାଇଦ୍ରାବାଦ ବିମାନ ବନ୍ଦରରେ ଇ-ବୋର୍ଡିଂ ସୁବିଧା ଆରମ୍ଭ - ରାଜୀବ ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର

ଅନ୍ତରାଷ୍ଟ୍ରୀୟ ବିମାନ ପାଇଁ ହାଇଦ୍ରାବାଦ ବିମାନ ବନ୍ଦରରେ ଆରମ୍ଭ ହୋଇଛି ଇ-ବୋର୍ଡିଂ ସୁବିଧା । ହାଇଦ୍ରାବାଦ ବିମାନ ବନ୍ଦରର ସଞ୍ଚାଳନ କରୁଥିବା କମ୍ପାନୀ ଜିଏମଆର ସମୂହ ମଙ୍ଗଳବାର ଏ ନେଇ ସୂଚନା ଦେଇଛି । ଅଧିକ ପଢନ୍ତୁ..

ହାଇଦ୍ରାବାଦ ବିମାନ ବନ୍ଦରରେ ଇ-ବୋର୍ଡିଂ ସୁବିଧା ଆରମ୍ଭ

author img

By

Published : Oct 27, 2020, 4:29 PM IST

ହାଇଦ୍ରବାଦ: ଅନ୍ତରାଷ୍ଟ୍ରୀୟ ଉଡାଣ ପାଇଁ ହାଇଦ୍ରାବାଦ ସ୍ଥିତ ରାଜୀବ ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର କାଗଜ ରହିତ ଇ-ବୋର୍ଡିଂ ସୁବିଧା ଆରମ୍ଭ କରିଛି । ଏଭଳି ପଦକ୍ଷେପ ସହ ଏହା ଦେଶର ପ୍ରଥମ ବିମାନ ବନ୍ଦର ହୋଇଛି , ଯେଉଁଠି ଅନ୍ତରାଷ୍ଟ୍ରୀୟ ଉଡାଣ ପାଇଁ ଇ-ବୋର୍ଡିଂ ବନ୍ଦୋବସ୍ତ ରହିଛି ।

ହାଇଦ୍ରାବାଦ ବିମାନ ବନ୍ଦରର ସଞ୍ଚାଳନ କରୁଥିବା କମ୍ପାନୀ ଜିଏମଆର ସମୂହ ମଙ୍ଗଳବାର ଏ ନେଇ ସୂଚନା ଦେଇଛି । ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି କି, ଜିଏମଆର ସମୂହର ନିୟନ୍ତ୍ରଣଧୀନ ବିମାନ ବନ୍ଦର ପାଖରେ ପ୍ରଥମରୁ ହିଁ ଭାରତର ପ୍ରଥମ ଓ ଏକମାତ୍ର ଏଭଳି ବିମାନ ବିନ୍ଦର ରହିବା ଶ୍ରେୟ ରହିଛି , ଯାହା ସମସ୍ତ ଉଡାଣରେ ଏହାର ସବୁ ଘରୋଇ ଯାତ୍ରୀଙ୍କୁ ଇ-ବୋର୍ଡିଂର ସୁବିଧା ପ୍ରଦାନ କରିଥାଏ ।

କମ୍ପାନୀ କହିଛି ଯେ ଇଣ୍ଡିଗୋ ଏୟାରଲାଇନ୍ସର ସିଲେକ୍ଟିଭ ଆନ୍ତର୍ଜାତୀୟ ବିମାନ ପାଇଁ ଏହି ସେବା ବର୍ତ୍ତମାନ ଉପଲବ୍ଧ । ତୀବ୍ର ଏବଂ ସଫଳ ପରୀକ୍ଷଣ ପରେ ସରକାରଙ୍କ ଅନୁମୋଦନ ପାଇବା ପରେ କମ୍ପାନୀ ନିଜର ଇ-ବୋର୍ଡିଂ ସେବା ଆରମ୍ଭ କରିଛି । ଏହି ଆରମ୍ଭରେ ଇଣ୍ଡିଗୋ ଏକ ଅଂଶୀଦାର କମ୍ପାନୀ ଅଟେ |

ଏଭଳି ଭାବେ ଇ-ବୋର୍ଡିଂ ସୁବିଧା ଦେବା ମାମଲାରେ ଇଣ୍ଡିଗୋ ପ୍ରଥମ ଭାରତୀୟ ବିମାନ କମ୍ପାନୀ ହୋଇଛି । ଇଣ୍ଡିଗୋର 2 Sharjah ଅଭିମୁଖେ ଯାଇଥିବା ଉଡାଣ 6E 1405 ର ଯାତ୍ରୀମାନେ ଅକ୍ଟୋବର 2 ରେ ଏହି ସୁବିଧାର ଲାଭ ଉଠାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.