ETV Bharat / business

ତିନି ଦିନ ପରେ ଗଡିବ ହାଇସ୍ପିଡ ଟ୍ରେନ, ଜାଣନ୍ତୁ ଟିକେଟ ଦାମ୍ ? - Ticket

ଆସନ୍ତା 15ରୁ ଟ୍ରାକରେ ଗଡିବ ଦେଶର ଦ୍ରୁତତମ ଟ୍ରେନ ବନ୍ଦେ ମାତାରମ । ତେବେ ଏହି ଟ୍ରେନରେ ଯାତ୍ରା, ଯେତିକି ସମୟ ସାପେକ୍ଷ ସେତିକି ବ୍ୟୟବହୁଳ ।

ଡିଜାଇନ ଫଟୋ
author img

By

Published : Feb 12, 2019, 6:34 PM IST

ନୂଆଦିଲ୍ଲୀ: ଆସନ୍ତା 15ରୁ ଟ୍ରାକରେ ଗଡିବ ଦେଶର ଦ୍ରୁତତମ ଟ୍ରେନ ବନ୍ଦେ ମାତାରମ । ତେବେ ଏହି ଟ୍ରେନରେ ଯାତ୍ରା, ଯେତିକି ସମୟ ସାପେକ୍ଷ ସେତିକି ବ୍ୟୟବହୁଳ । ହଁ ଏହି ଟ୍ରେନର ବିଶେଷତ୍ୱ ଯେ, ଯାତ୍ରା କରିବା ବେଳେ ଆପଣଙ୍କୁ ଖାଦ୍ୟ ଝିନଝଟରୁ ମୁକ୍ତି ମିଳିବ ।

ଏଥିରେ ଏକଜିକ୍ୟୁଟିଭ ଶ୍ରେଣୀରେ ଦିଲ୍ଲୀରୁ ବାରଣାସୀ ପର୍ଯ୍ୟନ୍ତ ଯିବା ପାଇଁ 3520 ଟଙ୍କା ଗଣିବାକୁ ପଡିବ । ସେହିଭଳି ଚେୟାର କାରରେ ଏତିକି ସ୍ଥାନ ଯିବା ପାଇଁ ଭଡା ବାବଦକୁ 1850ଟଙ୍କା ଦେବାକୁ ପଡିବ ।

ଏହିପରି ଭାବେ ଫେରିବା ଟିକଟ ଦର ଏକଜିକ୍ୟୁଟିଭ କ୍ଲାସରେ 3470 ଟଙ୍କା ରହିଥିବା ବେଳେ ଚେୟାର କାରରେ 1795 ଟଙ୍କା ରହିଛି । ତେବେ ଏହି ଟ୍ରେନର ଟିକେଟ ଦର ସହ କ୍ୟାଟେରିଂ ଚାର୍ଜ ସାମିଲ ରହିଛି । ଯେଉଁଥିପାଇଁ ଖାଦ୍ୟ ପାଇଁ ଆପଣଙ୍କୁ ଆଦୌ ଅସୁବିଧା ଭୋଗିବାକୁ ପଡିବନାହିଁ ।

ତେବେ ଏହି ଟ୍ରେନର ଯାତ୍ରା ଖର୍ଚ୍ଚ ସୁପର ଏକ୍ସପ୍ରେସ ଶତାବ୍ଦୀଠାରୁ ଦେଢ ଗୁଣା ଅଧିକ ରହିଛି ।

Intro:ଆଗକୁ ମ୍ୟାଟ୍ରିକ ପରୀକ୍ଷା ।ଏହାକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଥିବା ବେଳେ ପରୀକ୍ଷା କୁ କିଭଳି ସୁଚାରୁରୂପେ ପରିଚାଳନା କରାଯିବ ତାହାକୁ ନେଇ ବ୍ରହ୍ମପୁର ଠାରେ ଦକ୍ଷିଣାଞ୍ଚଳ ଜିଲ୍ଲାର ଶିକ୍ଷାଧିକାରୀ ଙ୍କ ଠାରୁ ଆରମ୍ଭ କରି ପରିଚାଳନା ଦାୟିତ୍ବରେ ରହିଥିବା ଅଧିକାରୀ ଙ୍କୁ ନେଇ ଆୟୋଜିତ ହୋଇଯାଇଛି ସ୍ବତନ୍ତ୍ର ତାଲିମ କାର୍ଯ୍ୟକ୍ରମ ।

Body:ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆୟୋଜିତ ହେବାକୁ ଥିବା ଦଶମ ଶ୍ରେଣୀର ପରୀକ୍ଷାକୁ କିଭଳି ସଠିକ ଭାବରେ ପରିଚାଳନା
କରାଯିବ ତାହାକୁ ନେଇ ବୋର୍ଡ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଦକ୍ଷିଣାଞ୍ଚଳ ଆଠଟି ଜିଲ୍ଲାରେ ଏହି ପରୀକ୍ଷାକୁ କିପରି ପରିଚାଳନା କରାଯିବ ତାହାକୁ ନେଇ ବ୍ରହ୍ମପୁର ଠାରେ ଆୟୋଜିତ ହୋଇଯାଇଛି ସ୍ଵତନ୍ତ୍ର ତାଲିମ କାର୍ଯ୍ୟକ୍ରମ ।ସହରର ଗିରିରୋଡ ସ୍ଥିତ ସରକାରୀ ବାଳିକା ବିଦ୍ୟାଳୟରେ ଦକ୍ଷିଣାଞ୍ଚଳ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ଙ୍କ ଠାରୁ ଆରମ୍ଭ କରି ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ,ସେଣ୍ଟର ସୁପରିଟେଣ୍ଟ ମାନଙ୍କୁ ବିଭିନ୍ନ ବିଷୟରେ ଏହି ଅବସରରେ ଆଲୋଚନା କରାଯାଇଥିଲା ।ଏପରିକି ଚଳିତ ବର୍ଷ ର ପରୀକ୍ଷା ପାଇଁ ରହିଥିବା ନୂତନ ନିୟମ ,ପରୀକ୍ଷାରେ କେଉଁ କେଉଁ ବିଷୟରେ ତ୍ରୁଟି ରହିଥାଏ ତାହାକୁ ବୈଠକରେ ଆଲୋଚନା କରାଯାଇଥିଲା ।ବୈଠକରେ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ନିହାର ରଞ୍ଜନ ମହାନ୍ତି ,ବୋର୍ଡର ଯୁଗ୍ମ ସ°ପାଦକ ସୁବାଷ ଚନ୍ଦ୍ର ବେହେରା ,ଗଞ୍ଜାମ ଜିଲ୍ଲାର ଶିକ୍ଷାଧିକାରୀ ସନାତନ ପଣ୍ଡା ଙ୍କ ସମେତ ଦକ୍ଷିଣାଞ୍ଚଳ ଜିଲ୍ଲାର ଶିକ୍ଷା ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।
ବାଇଟ୍-ନିହାର ରଞ୍ଜନ ମହାନ୍ତି(ପରୀକ୍ଷା ନିୟନ୍ତ୍ରକ-ମାଧ୍ୟମିକ ଶିକ୍ଷା ପରିଷଦ)
ବାଇଟ୍-ସନାତନ ପଣ୍ଡା(ଜିଲ୍ଲା ଶିକ୍ଷାଧିକାରୀ-ବ୍ରହ୍ମପୁର)

Conclusion:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ନ୍ୟୁଜ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.