ETV Bharat / business

ସମ୍ପତ୍ତି କାରବାରରେ ଷ୍ଟାମ୍ପ ଡ୍ୟୁଟି ହ୍ରାସ ପାଇଁ ରାଜ୍ୟକୁ ପରାମର୍ଶ

ରିୟଲ ଇଷ୍ଟେଟ କ୍ଷେତ୍ରରେ ମହାରାଷ୍ଟ୍ର ଭଳି ନୀତି ଆପଣାଇବା ଅନ୍ୟ ରାଜ୍ୟକୁ ପରାମର୍ଶ ଦେଲା ହାଉସିଂ ମନ୍ତ୍ରାଳୟ । ଅଧିକ ପଢନ୍ତୁ..

author img

By

Published : Aug 28, 2020, 8:22 PM IST

ସମ୍ପତ୍ତି କାରବାରରେ ଷ୍ଟାମ୍ପ ଡ୍ୟୁଟି ହ୍ରାସ ପାଇଁ ରାଜ୍ୟକୁ ପରାମର୍ଶ
ସମ୍ପତ୍ତି କାରବାରରେ ଷ୍ଟାମ୍ପ ଡ୍ୟୁଟି ହ୍ରାସ ପାଇଁ ରାଜ୍ୟକୁ ପରାମର୍ଶ

ନୂଆଦିଲ୍ଲୀ: ସମ୍ପତ୍ତି ପଞ୍ଜିକରଣ ଉପରେ ଷ୍ଟାମ୍ପ ଶୁଳ୍କ ହ୍ରାସ ନେଇ ମହାରାଷ୍ଟ୍ର ସରକାରଙ୍କ ନିର୍ଣ୍ଣୟକୁ ଶୁକ୍ରବାର ପ୍ରଶଂସା କରିଛନ୍ତି ଗୃହ ଓ ନଗର ମନ୍ତ୍ରାଣଳୟର ସଚିବ ଦୁର୍ଗା ଶଙ୍କର ମିଶ୍ରା । ରିୟଲ ଇଷ୍ଟେଟ ସେକ୍ଟରରେ ଚାହିଦା ବଢାଇବା ପାଇଁ ଅନ୍ୟ ରାଜ୍ୟକୁ ମଧ୍ୟ ଏଭଳି ପଦକ୍ଷେପ ଗ୍ରହଣ ପାଇଁ ସେ ପରାମର୍ଶ ଦେଇଛନ୍ତି ।

PSD ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର ଏକ ୱେବିନାରକୁ ସମ୍ବୋଧିତ କରି ମିଶ୍ରା ଉଦ୍ୟୋଗକୁ ଆଶ୍ବସନା ଦେଇଛନ୍ତି କି ମନ୍ତ୍ରାଳୟ ସେମାନଙ୍କ ସମସ୍ତ ଦାବିକୁ ପୂରଣ କରିବ । ଏତିରେ ରିୟଲ ଇଷ୍ଟେଟ ଇଣ୍ଡଷ୍ଟ୍ରିଜର ଆୟକର ଆଇନରେ ପରିବର୍ତ୍ତନ ଦାବି ମଧ୍ୟ ସାମିଲ ଅଛି । ଯାହା ବିଲଡରମାନଙ୍କୁ ଫ୍ଲାଟର ବିକ୍ରୟ ମୂଲ୍ୟ ହ୍ରାସ କରିବାକୁ ସକ୍ଷମ କରିବ ।

ସଚିବ କହିଛନ୍ତି ଯେ ଦେଶରେ ଅଟକି ରହିଥିବା ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ପ୍ରସ୍ତୁତ 25,000 କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପାଣ୍ଠିରୁ 9,300 କୋଟି ଟଙ୍କା ନିବେଶକୁ ଅନୁମୋଦନ କରାଯାଇଛି।

ଏଥିସହ କୋରୋନା ସଙ୍କଟ ମଧ୍ୟରେ ରିୟଲ ଇଷ୍ଟେଟ ସେକ୍ଟରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ପୁଣି ଗତି ଦେବା ଦେବା ପାଇଁ ରାଜ୍ୟକୁ ଷ୍ଟାମ୍ପ ଶୁଳ୍କ ହ୍ରାସ କରିବା ଦରକାର । ମହାରାଷ୍ଟ୍ର ସରକାର ଏଭଳି କରିଛନ୍ତି । ଆମେ ଅନ୍ୟ ରାଜ୍ୟକୁ ମଧ୍ୟ ଏଭଳି କରିବାକୁ ପରାମର୍ଶ ଦେଉଛୁ ବୋଲି ମିଶ୍ରା କହିଛନ୍ତି ।

ପ୍ରକାଶ ଯେ, ମହାରାଷ୍ଟ୍ର ସରକାର 2020 ସେପ୍ଟେମ୍ବର 1 ରୁ ଡିସେମ୍ବର 31 ହେବାକୁ ଥିବା ଘରଗୁଡିକର ବିକ୍ରୟ ଡେଡ ଡକ୍ୟୁମେଣ୍ଟରେ ଷ୍ଟାମ୍ପ ଡ୍ୟୁଟି ହ୍ରାସ କରି 3 ପ୍ରତିଶତ କରିବାକୁ ଘୋଷଣା କରିଛନ୍ତି। ଯେତେବେଳେ କି 2021 ଜାନୁଆରୀ 1ରୁ ମାର୍ଚ୍ଚ 31 ଷ୍ଟାମ୍ପ ଡ୍ୟୁଟି ଦୁଇ ପ୍ରତିଶତକୁ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.