ହାଇଦ୍ରାବାଦ: ଘର କିଣିବା ପାଇଁ ସବୁଠୁ ସୁଲଭ ସହର ଭୁବନେଶ୍ବର । ଆଉ ମହଙ୍ଗା ମାୟାନଗରୀ । ମୁମ୍ବାଇରେ ଆକାଶଛୁଆଁ ଫ୍ଲାଟ ଦାମ । ଗୋଟିଏ ମଧ୍ୟବିତ୍ତ ପରିବାର ପାଇଁ ନିଜ ବଜେଟରେ ଘର କିଣିବାକୁ ଶ୍ରେଷ୍ଠ ସହର ହେଉଛି ଭୁବନେଶ୍ବର । ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶ ପାଇଥିବା ଏକ ସର୍ଭେକ୍ଷଣ ରିପୋର୍ଟରେ କୁହାଯାଇଛି ।
ଆଜିକା ଯୁଗରେ ଘର ଖଣ୍ଡେ କିଣିବା ଭାରି କଷ୍ଟକର । ବିଶେଷ କରି ବଡ ବଡ ସହରରେ ଘର କିଣିବା କାଠିକର ପାଠ ହେଉଛି । ଏଥିପାଇଁ ଗତ 4 ବର୍ଷରେ ଘର କିଣିବା କ୍ଷମତା ଅଧିକ ମାତ୍ରାରେ ହ୍ରାସ ପାଇଛି । ମଧ୍ୟମ ଶ୍ରେଣୀର ଆୟକୁ ହିସାବ କରି ଆରବିଆଇ ପକ୍ଷରୁ ପ୍ରତି 3 ମାସରେ ନିର୍ଦ୍ଦିଷ୍ଟ ଋଣ ଓ ଗୃହ ଋଣ ପ୍ରଦାନ କରୁଥିବା କମ୍ପାନୀର ହିସାବକୁ ତର୍ଜମା କରି ଏହି ରିପୋର୍ଟ ପ୍ରକାଶ ପାଏ । ଆୟକୁ ଦେଖି ଘର ଦାମ, ଋଣ କ୍ଷମତା ଓ ଇଏମଆଇ ସୁଝିବାର ଶକ୍ତିକୁ ଦେଖି ଏହାକୁ ମପାଯାଏ । ତେବେ ବାଣିଜ୍ୟିକ ପେଣ୍ଠସ୍ଥଳୀ ମୁମ୍ବାଇରେ ଘର କିଣିବା ଭାରି ବ୍ୟୟବହୁଳ ବୋଲି କୁହାଯାଇଛି ।
ସର୍ଭେ ମୁତାବକ, 2015 ମାର୍ଚ୍ଚରେ ଘର କ୍ରୟ କ୍ଷମତା 56.1 ପ୍ରତିଶତ ରହିଥିବାବେଳେ 2019 ମାର୍ଚ୍ଚରେ ଏହା 61.5 ପ୍ରତିଶତକୁ ବୃଦ୍ଧି ପାଇଛି ।
ପ୍ରକାଶ ଥାଉ ଯେ, 2010 ଜୁଲାଇରୁ ପ୍ରମୁଖ 13ଟି ସହରର ସ୍ଥିତିକୁ ଆଖିରେ ରଖି ଏହି ରିପୋର୍ଟ ପ୍ରକାଶ ପାଏ ।