ETV Bharat / business

ନିର୍ମଳାଙ୍କ ବଜେଟରେ ‘ନ୍ୟୁ ଇଣ୍ଡିଆ’ ଭିଜନ, ପଢନ୍ତୁ କଣ ରହିଛି ଖାସ୍‌

ଦେଶର ପ୍ରଥମ ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ ସଂସଦରେ ରଖିଲେ ନୂଆ ଭାରତ ଗଠନର ସୁନେଲି ଭିଜନ । ଏହି ବଜେଟରେ ସବୁ ସେକ୍ଟର ଉପରେ ଗୁରୁତ୍ବ ଦେବାକୁ ଜୋର ଦେଇଛନ୍ତି ନିର୍ମଳା । ଗାଁ ଠାରୁ ସହର, କ୍ଷୁଦ୍ର ବ୍ୟବସାୟୀ ଠାରୁ କୃଷକ ସମସ୍ତଙ୍କ ପାଇଁ ରଖିଛନ୍ତି କିଛି ଖାସ । ତେବେ ଏହି ବଜେଟ ଆପଣଙ୍କ ପାଇଁ କେତେ ଲାଭପ୍ରଦ ହେବ, ଜାଣନ୍ତୁ...

author img

By

Published : Jul 5, 2019, 4:50 PM IST

Updated : Jul 5, 2019, 7:23 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ବଦଳିଲା ପରମ୍ପରା । ସୃଷ୍ଟି ହେଲା ନୂଆ ଇତିହାସ । ସଂସଦରେ ରେକର୍ଡ କଲେ ସୀତାରମଣ । 49 ବର୍ଷ ପରେ ପ୍ରଥମ ଥର ପାଇଁ ଜଣେ ମହିଳା ବଜେଟ ଆଗତ କରି ଭାଙ୍ଗିଲେ ଚିରାଚରିତ ପରମ୍ପରା । ବ୍ରିଫକେଶ ନୁହେଁ 4 ଫର୍ଦ୍ଦର ଲାଲ କପଡା ଖୋଲି, ରଖିଲେ 2019-20 ଆର୍ଥିକ ବର୍ଷର ଆୟବ୍ୟୟ ହିସାବ । 125 ମିନଟରେ ବଜେଟ ଭାଷଣରେ ପକାଇଲେ ନ୍ୟୁ ଇଣ୍ଡିଆର ମୂଳଦୁଆ । ଗାଁ-ଗରିବ ଓ ଗ୍ରାମାଞ୍ଚଳ ଉପରେ ଫୋକସ, ହେଲେ ସ୍ବାସ୍ଥ୍ୟ ଉପରେ ନାହିଁ ନଜର ।

ଭିଡିଓ ସୌଜନ୍ୟ-ଇଟିଭି ଭାରତ

ଏପଟେ ଆଗାମୀ 5 ବର୍ଷରେ ଦେଶର ଭିତ୍ତିଭୂମିକୁ ମଜବୁତ କରିବାକୁ ଖର୍ଚ୍ଚ ହେବ 100 ଲକ୍ଷ କୋଟି ଟଙ୍କା । ବଜେଟରେ ଦିବ୍ୟାଙ୍ଗ ପାଇଁ ବଡ ଘୋଷଣା ହୋଇଛି । ଆସିବ ନୂଆ କଏନ, ବଢିବ ପେଟ୍ରେଲ-ଡିଜେଲ ଓ ସୁନା ଦର । ବଜେଟରେ ସରକାରଙ୍କ ଫୋକସରେ ବୈଦ୍ୟୁତିକ ଯାନ । ଏହି ବଜେଟ ଗରିବଙ୍କୁ ବଳ ଦେବା ସହ ଯୁବକଙ୍କ ସୁନ୍ଦର ଭବିଷ୍ୟତ ଗଢିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

ତେବେ ନଜର ପକାନ୍ତୁ ବଜେଟ୍ ହାଇଲାଇଟ୍ସ ଉପରେ.......

‘ନାରୀ ତୁ ନାରାୟଣୀ’

  • ମୁଦ୍ରା, ଷ୍ଟାର୍ଟଅପ, ଷ୍ଟାର୍ଟଅପ ସ୍କିମ ଜରିଆରେ ମହିଳାଙ୍କୁ ପ୍ରାଥମିକତା
  • ଜନଧନ ଯୋଜନାରେ ଅର୍ନ୍ତଭୁକ୍ତ ମହିଳା ହିତାଧିକାରୀଙ୍କୁ 5 ହଜାରର ଓଭରଡ୍ରାଫ୍ଟ
  • ମୁଦ୍ରା ସ୍କିମରେ SHG ମହିଳା 1 ଲକ୍ଷ ପର୍ଯ୍ୟନ୍ତ ଋଣ ନେଇପାରିବେ
  • ମହିଳା ସେଲ୍ଫ ସ୍କିମକୁ ପ୍ରାଧାନ୍ୟ ଦେବାକୁ WSGକୁ ଅଗ୍ରାଧିକାର ଦିଆଯିବ

ଶକ୍ତିଶାଳୀ ହେବେ ଅନ୍ନଦାତା

  • ଆତ୍ମ ନିର୍ଭରଶୀଳ ହେବେ ଚାଷୀ
  • ଲାଗୁ ହେବ ଜିରୋ ବଜେଟ ଆଇନ
  • 5 ବର୍ଷରେ 10 ହଜାର ନୂଆ କିସାନ ଉତ୍ପାଦକ ସଙ୍ଗଠନ ଗଠନ
  • ଦୁଗ୍ଧ ଉତ୍ପାଦନ-ରତ୍ପାନୀକୁ ପ୍ରାଧାନ୍ୟ ଦିଆଯିବ

ବଜେଟରେ କର ଛାଡ

  • ବାର୍ଷିକ 5 ଲକ୍ଷ ଆୟ ଉପରେ ନୋ ଟ୍ୟାକ୍ସ
  • 3 କୋଟି ମଧ୍ୟବିତ୍ତଙ୍କୁ ମିଳିବ ଫାଇଦା
  • ଷ୍ଟାଣ୍ଡର୍ଡ ଡିଡକ୍ସନ 40 ରୁ ବଢି 50 ହଜାର ହୋଇଛି
  • ଘର ଭଡା ଉପରେ ଟ୍ୟାକ୍ସ ଡିଡକ୍ସନ ସୀମା ଅଢେଇ ଲକ୍ଷକୁ ବୃଦ୍ଧି
  • 40 ହଜାର ସୁଧ ଉପରେ ହୋଉଥିବା ଆୟରେ ଲାଗିବନି ଟିକସ
  • 45 ଲକ୍ଷର ଗୃହ କିଣିଲେ ମିଳିବ ଟିକସ ରିହାତି
  • 4 ଶହ କୋଟି କାରବାର କରୁଥିବା କମ୍ପାନୀ ଦେବେ 25 ପ୍ରତିଶତ ସୁଧ
  • ସୋଲାର ପ୍ୟାନେଲ ଶିଳ୍ପକୁ ଟ୍ୟାକ୍ସ ରିହାତି
  • କ୍ଷୁଦ୍ର ବ୍ୟବସାୟୀଙ୍କୁ ଋଣ ଉପରେ ମିଳିବ 2 ପ୍ରତିଶତ ରିହାତି

ପରିବହନ

  • 2019ରେ 210 କିଲୋମିଟର ନୂଆ ମେଟ୍ରୋ ଲାଇନ ପରିଯୋଜନା
  • ବୈଦ୍ୟୁତିକ ଯାନ ବ୍ୟବହାର ବୃଦ୍ଧି ଉପରେ ଫୋକସ
  • ଇଲୋକ୍ଟ୍ରନିକ ବ୍ୟାଟେରୀ ପାଇଁ ଭିତ୍ତିଭୂମି ଗଢାଯିବ
  • ଆଗାମୀ 5 ବର୍ଷରେ 1,20,000 କିମି ସଡକ ନିର୍ମାଣ ଲକ୍ଷ୍ୟ
  • ରେଳ ସଂଯୋଗକୁ ଅଧିକ ବିକଶିତ ଓ ଯାତ୍ରୀ ଉପଯୋଗୀ କରିବା ପାଇଁ ପିପିପି ମୋଡ
  • ସମଗ୍ର ଦେଶରେ ୩୦୦ କିମିର ରେଳ ଓ ମେଟ୍ରୋ ପ୍ରକଳ୍ପ
  • ୫ ବର୍ଷ ମଧ୍ୟରେ ୧୨,୫୦୦ କିମି ନୂଆ ରାସ୍ତା ନିର୍ମାଣ ପାଇଁ ୮୦,୨୫୦ କୋଟି ବରାଦ

ଫୋକରେ ବିଜନେସ

  • ଏମଏସଏମଇ ପାଇଁ 59 ମିନିଟରେ 1 କୋଟି ଋଣ
  • ଏମଏସଏମଇ କ୍ଷେତ୍ରରେ ଋଣ ଯୋଜନା ପାଇଁ 350 କୋଟି
  • 5 କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ବ୍ୟବସାୟୀଙ୍କ ପାଇଁ ପେନସନ ସ୍କିମ
  • 3 କୋଟି ଦୋକାନୀଙ୍କୁ ପେନସନ ବ୍ୟବସ୍ଥା
  • ଏମଏସଏମଇ ପାଇଁ ପେମେଣ୍ଟ ପ୍ଲାଟଫର୍ମ ବ୍ୟବସ୍ଥା
  • ଷ୍ଟାର୍ଟଅପ ଇଣ୍ଡିଆ ସ୍କିମରେ ମହିଳା, ଏସି, ଏସଟି ବ୍ୟବସାୟୀଙ୍କୁ ଫାଇଦା
  • ଷ୍ଟାର୍ଟଅପ ପାଇଁ ଟିଭି ଚ୍ୟାନେଲରେ ପୋଗ୍ରାମ ଆରମ୍ଭ ହେବ

ଶସ୍ତାରେ ମିଳିବ ଘର

  • ଏଣିକି 3.5 ଲକ୍ଷ ହାଉସିଂ ଲୋନ ଉପରେ ସୁଧ ଛାଡ ହେବ । ପୂର୍ବରୁ ଏହା 2 ଲକ୍ଷ ରହିଥିଲା ।
  • ସେହିପରି 45 ଲକ୍ଷ ଟଙ୍କାର ଘର କ୍ରୟ ଉପରେ ଅତିରିକ୍ତ 1.5 ଲକ୍ଷ ଟଙ୍କା ଛାଡ
  • 2.5 ଲକ୍ଷ ପର୍ଯ୍ୟନ୍ତ ଇଲୋକ୍ଟ୍ରନିକ ଯାନ କ୍ରୟ ଉପରେ ରିହାତି ମିଳିବ ।
  • ଇ-ଯାନ ଉପରେ ଜିଏସଟି 12 ରୁ ହ୍ରାସ ପାଇ 5 ପ୍ରତିଶତ ହୋଇଛି ।
  • ସେହିପରି ଇ-ଯାନ କିଣିଲେ ଆୟକରରେ 1.5 ଲକ୍ଷ ଛାଡ ମିଳିବ ।

କିଛି ଖାସ

  • ଲାଗୁ ହେବ ଭଡା ଘର ଆଇନ, ଚଳିବନି ମାଲିକଙ୍କ ମନମାନି
  • ବିଶ୍ବସ୍ତରୀୟ 17ଟି ପର୍ଯ୍ୟଟନ ସ୍ଥଳ
  • ଏନଆରଆଇ ଭାରତୀୟଙ୍କ ପାଇଁ ଆଧାରକାର୍ଡ ସ୍କିମ
  • ଆସନ୍ତା 5 ବର୍ଷରେ ଭିତ୍ତିଭୂମି ପାଇଁ 100 ଲକ୍ଷ କୋଟି ନିବେଶ କରିବେ ସରକାର
  • ବିଦେଶରେ ଭାରତର ଜଲୱା
  • ବିଦେଶରେ 4ଟି ଦୂତବାସ
  • ପ୍ରବାସୀ ଭାରତୀୟଙ୍କୁ ମିଳିବ ଆଧାର କାର୍ଡ

ମିଶନ ଏଲଇଡି

  • 35 କୋଟି ଏଲଇଡି ବଲ୍‌ବ
  • ଯେଉଁଥିପାଇଁ ପ୍ରତିବର୍ଷ 18,341 ସଞ୍ଚୟ ହେଉଛି ।
  • ୱାନ ନେସନ ୱାନ ଗ୍ରୀଡ, ଘରେ ଘରେ ବିଜୁଳି

କ୍ରୀଡା

  • ଖେଳାଳୀଙ୍କ ବିକାଶ ପାଇଁ ରାଷ୍ଟ୍ରୀୟ ଖେଳ ଶିକ୍ଷା ବୋର୍ଡ
  • 10 ମିଲିଅନ ଯୁବପୀଢିଙ୍କୁ କୁଶଳୀ କରିବାକୁ ତାଲିମ

ଷ୍ଟଡି ଇନ ଇଣ୍ଡିଆ

  • ବିଦେଶୀ ଛାତ୍ରଛାତ୍ରୀଙ୍କୁ ଭାରତ ଆଣିବା ଲକ୍ଷ୍ୟ
  • ଆସିବ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି
  • swayam ଜରିଆରେ ଡିଜିଟାଲ ହେବେ ଛାତ୍ରଛାତ୍ରୀ
  • ଗବେଷଣାକୁ ଦିଆଯିବ ଗୁରୁତ୍ବ
  • 2019-20 ପାଇଁ ବିଶ୍ବ ଶ୍ରେଣୀ ସଂସ୍ଥାନ ଅଧିନରେ 400 କୋଟି
  • ତିଆରି ହେବ ରାଷ୍ଟ୍ରୀୟ ଅନୁସନ୍ଧାନ ପ୍ରତିଷ୍ଠାନ (NRF)

ଗାଁ-ଗରିବ-ଗଳିକନ୍ଦି

  • ୫ ବର୍ଷ ମଧ୍ୟରେ ୫.୬ ଲକ୍ଷ ଗାଁ ଖୋଲା ଶୌଚ ମୁକ୍ତ ହୋଇପାରିଛି
  • ସ୍ୱଚ୍ଛ ଭାରତ ମିଶନ ପାଇଁ ପ୍ରତି ଗାଁରେ ୱେଷ୍ଟ ମ୍ୟାନେଜମେଣ୍ଟ କାର୍ଯ୍ୟକ୍ରମ
  • PMAYରେ ୧.୯୫ କୋଟି ଲୋକଙ୍କୁ ଘର
  • ପ୍ରତ୍ୟକଙ୍କୁ ଏଲପିଜି, ବିଜୁଳି ଓ ଟଏଲେଟ୍‌
  • ୨୦୨୨ ସୁଦ୍ଧା ପ୍ରତି ପରିବାରକୁ ଏଲପିଜି ଓ ବିଦ୍ୟୁତ
  • ୨୦୨୪ ସୁଦ୍ଧା ଘରେ ଘରେ ବିଶୁଦ୍ଧ ପାଣି

ବଜେଟ ପ୍ରହାର

  • ସୁନା ଉପରେ 10 ପ୍ରତିଶତ କଷ୍ଟମ ଡ୍ୟୁଟି ବଢିଲା
  • ତମାଖୁରେ ଲାଗିବ ଅତିରିକ୍ତ ଶୁଳ୍କ
  • 1 ଟଙ୍କା ଲେଖାଁଏ ମହଙ୍ଗା ହେବ ପେଟ୍ରୋଲ-ଡିଜେଲ
  • ଉଚ୍ଚଆୟକାରୀଙ୍କୁ ଝଟକା, ବାର୍ଷିକ 2ରୁ5 କୋଟି ଆୟ ଉପରେ 3 ପ୍ରତିଶତ ଓ 5 କୋଟି ଉପରେ 7 % ସରଚାର୍ଜ ଲାଗିବ
  • 1 କୋଟିରୁ ଅଧିକ ଟଙ୍କା ଉଠାଣ ଉପରେ ଅଧିକ ଟିକସ

Intro:Body:

BLANK

Conclusion:
Last Updated : Jul 5, 2019, 7:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.