ETV Bharat / business

ମାର୍ଚ୍ଚ 9ରୁ ଆରମ୍ଭ ଏଚ-1ବି ଭିସା ପଞ୍ଜିକରଣ - H-1B visa application

ଆସନ୍ତା ଆର୍ଥିକ ବର୍ଷ ପାଇଁ ଏଚ-1ବି ଭିସା ଆବେଦନ ପଞ୍ଜିକରଣ ପ୍ରକ୍ରିୟା ମାର୍ଚ୍ଚ 9ରୁ ଆରମ୍ଭ ହେବ । କମ୍ପ୍ୟୁଟରାଇଜଡ୍ ଡ୍ର ମାଧ୍ୟମରେ ସଫଳ ଆବେଦନକାରୀଙ୍କୁ ମାର୍ଚ୍ଚ 31 ସୁଦ୍ଧା ଏ ନେଇ ସୂଚିତ କରାଯିବ । ଅଧିକ ପଢନ୍ତୁ..

ମାର୍ଚ୍ଚ 9ରୁ ଆରମ୍ଭ ଏଚ-1 ବି ଭିସା  ପଞ୍ଜିକରଣ
ମାର୍ଚ୍ଚ 9ରୁ ଆରମ୍ଭ ଏଚ-1 ବି ଭିସା ପଞ୍ଜିକରଣ
author img

By

Published : Feb 6, 2021, 10:26 PM IST

ନୂଆଦିଲ୍ଲୀ: ଆସନ୍ତା ଆର୍ଥିକ ବର୍ଷ ପାଇଁ ଏଚ-1 ବି ଭିସା ଆବେଦନ ପଞ୍ଜିକରଣ ପ୍ରକ୍ରିୟା ମାର୍ଚ୍ଚ 9ରୁ ଆରମ୍ଭ ହେବ । କମ୍ପ୍ୟୁଟରାଇଜଡ୍ ଡ୍ର ମାଧ୍ୟମରେ ସଫଳ ଆବେଦନକାରୀଙ୍କୁ ମାର୍ଚ୍ଚ 31 ସୁଦ୍ଧା ଏ ନେଇ ସୂଚିତ କରାଯିବ ବୋଲି ଏକ ଫେଡେରାଲ ଏଜେନ୍ସି ଘୋଷଣା କରିଛି ।

ବିଡେନ ପ୍ରଶାସନ ଘୋଷଣା କରିଛି ଯେ ଏହା ବିଦେଶୀ ପେସାଦାରମାନଙ୍କୁ କାର୍ଯ୍ୟ ଭିସା ପ୍ରଦାନ କରିବାର ପାରମ୍ପରିକ ଲଟେରୀ ବ୍ୟବସ୍ଥାକୁ ସମର୍ଥନ କରିବ। ଆଉ ଏହି ଘୋଷଣାର ଗୋଟିଏ ଦିନ ପରେ ଆମେରିକାର ନାଗରିକତା ଏବଂ ଇମିଗ୍ରେସନ ସର୍ଭିସେସ୍ (USCIS) ଦ୍ବାରା ଏହି ବିଜ୍ଞପ୍ତି ଆସିଛି ।

USCIS ଘୋଷଣା କରିଛନ୍ତି କି ଆର୍ଥିକ ବର୍ଷ 2022 ପାଇଁ ଏଚ-1 ବି ଭିସା ପାଇଁ ପ୍ରାରମ୍ଭିକ ପଞ୍ଜିକରଣ ମାର୍ଚ୍ଚ 9 ଦ୍ବିପ୍ରହରରେ ଆରମ୍ଭ ହେବ । ଆଉ ମାର୍ଚ୍ଚ 25 ଦ୍ବିପ୍ରହର ଯାଏଁ ଏହି ପକ୍ରିୟା ଚାଲିବ ।

ଏଚ-1 ବି ଭିସା ଏକ ଅଣ-ପ୍ରବାସୀ ଭିସା (non-immigrant visa) । ଯାହା ଆମେରକୀୟ କମ୍ପାନୀକୁ ଦକ୍ଷ , ନିପୁଣ ପେସାଦାରଙ୍କୁ କାମରେ ରଖିବା ପାଇଁ ଅନୁମତି ଦେଇଥାଏ । ପ୍ରଯୁକ୍ତିବିଦ୍ୟା କମ୍ପାନୀ ଏହା ଉପରେ ଅଧିକ ନିର୍ଭରଶୀଳ ରହିଥାଏ । ଆଉ ପ୍ରତି ବର୍ଷ ଭାରତ ଓ ଚୀନ ଭଳି ଦେଶରୁ ହଜାର ସଂଖ୍ୟାରେ କର୍ମଚାରୀଙ୍କୁ ନିଯୁକ୍ତ କରିଥାଏ । ଏଜେନ୍ସି କହିଛି କି, ଯଦି ତାହାକୁ ମାର୍ଚ୍ଚ 25 ସୁଦ୍ଧା ପର୍ଯ୍ୟାପ୍ତ ସଂଖ୍ଯାରେ ପଞ୍ଜିକରଣ ମିଳିବ ନାହିଁ , ତେବେ ସେ ବିନା କୌଣସି କ୍ରମରେ ପଞ୍ଜିକରଣର ଚୟନ କରି ବଛାଯାଇଥିବା ଲୋକଙ୍କୁ ଅଧିସୂଚନା ମାର୍ଚ୍ଚ 31 ଯାଏଁ ପଠାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.