ETV Bharat / business

ଜୁନରେ ଜିଏସଟି ସଂଗ୍ରହ 90,917 କୋଟି - GST

ଆଜି ଜିଏସଟି ଲାଗୁର 3 ବର୍ଷ ପୂରଣ ଅବସରରେ ଜୁନ ମାସର ଜିଏସଟି ସଂଗ୍ରହ ରିପୋର୍ଟ ପ୍ରକାଶ ପାଇଛି । ଅର୍ଥବ୍ୟବସ୍ଥା ଖୋଲିବା ସହ ସୁଧୁରୁଛି କାରବାର ଗତିବିଧି । ଜିଏସଟି ସଂଗ୍ରହ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ..

ଜୁନରେ ଜିଏସଟି ସଂଗ୍ରହ  90,917 କୋଟି ରହିଛି
ଜୁନରେ ଜିଏସଟି ସଂଗ୍ରହ 90,917 କୋଟି ରହିଛି
author img

By

Published : Jul 1, 2020, 3:07 PM IST

ନୂଆଦିଲ୍ଲୀ: ଦେଶରେ ଲକଡାଉନ କୋହଳ ଓ ଅନଲକ ଆରମ୍ଭ ପରେ ଆର୍ଥିକ ଗତିବିଧି ସ୍ବାଭାବିକ ହେଉଛି । ଏଥିମଧ୍ୟରେ ଜିଏସଟି ସଂଗ୍ରହ ବଢିଛି । ସରକାର ଜୁନ ମାସରେ ଜିଏସଟି ବାବଦରେ 90,917 କୋଟି ଟଙ୍କା ଏକତ୍ର କରିଛନ୍ତି ।

ତେବେ କୋରୋନା ସଙ୍କଟ ମଧ୍ୟରେ ମେ ମାସରେ ଏହା 62,009 କୋଟି ଟଙ୍କା ଓ ଏପ୍ରିଲରେ 32,294 କୋଟି ଟଙ୍କା ଥିଲା ।

ସରକାରୀ ବିବୃତ୍ତି ଅନୁସାରେ 2020 ଜୁନ ମାସରେ ଏକତ୍ର ମୋଟ ଜିଏସଟି ରାଜସ୍ବ 90,917 କୋଟି ଟଙ୍କା ରହିଛି । ଯେଉଁଥରେ ସିଜିଏସଟି 18,980 କୋଟି ଟଙ୍କା, ଏସଜିଏସଟି 23,970 କୋଟି ଟଙ୍କା, ଆଇଜିଏସଟି 40,302 କୋଟି ଟଙ୍କା (ମାଲ ଆମଦାନୀ ଉପରେ ଜମା 15,709 କୋଟିକୁ ମିଶାଇ) ଏବଂ ସେସ ବାବଦରେ 7,665 କୋଟି ଟଙ୍କା ସାମିଲ ରହିଛି ।

ସରକାର ଦ୍ରବ୍ୟ ଓ ସେବା କର (ଜିଏସଟି) ରିଟର୍ଣ୍ଣ ଦାଖଲ ସମୟସୀମାରେ ଆଶ୍ବସ୍ତି ଦେଇଛନ୍ତି । ସେପଟେ କୋରାନା ସଙ୍କଟ ମଧ୍ୟରେ ଅର୍ଥବ୍ୟବସ୍ଥା ଖୋଲିବା ସହ କାରବାରରେ ସୁଧାର ଦେଖାଦେଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.