ETV Bharat / business

ଚାଲିଛି ବିଚାର ବିମର୍ଷ, ନିର୍ବାଚନ ପୂର୍ବରୁ ଶସ୍ତାରେ ମିଳିବ ଘର

ଶସ୍ତା ହେବ ଫ୍ଲାଟ। ଘର କିଣିବା ଉପରେ ଆଉ ଦେବାକୁ ପଡିବନି 12 ପ୍ରତିଶତ ଜିଏସଟି। ମାତ୍ର 5 ପ୍ରତିଶତ ଟ୍ୟାକ୍ସ ଦେଇ କିଣିପାରିବେ ନିଜ ସ୍ୱପ୍ନର ଘର।

author img

By

Published : Feb 9, 2019, 7:47 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଶସ୍ତା ହେବ ଫ୍ଲାଟ । ଘର କିଣିବା ଉପରେ ଆଉ ଦେବାକୁ ପଡିବନି 12 ପ୍ରତିଶତ ଜିଏସଟି। ମାତ୍ର 5 ପ୍ରତିଶତ ଟ୍ୟାକ୍ସ ଦେଇ କିଣିପାରିବେ ନିଜ ସ୍ୱପ୍ନର ଘର । କେବଳ ଘର କିଣିବାକୁ ଥିବା ଗ୍ରାହକ ନୁହେଁ ଏଥିଯୋଗୁଁ ରିୟଲ ଇଷ୍ଟେଟ ବ୍ୟବସାୟୀ ବି ହେବେ ଲାଭପ୍ରଦ । ତେବେ ଆସନ୍ତା ସପ୍ତାହ ସୁଦ୍ଧା ଆସିବ ଚୂଡାନ୍ତ ନିଷ୍ପତ୍ତି ।

ପ୍ରକାଶ ଥାଉ ଯେ, ଜାନୁଆରୀ 10ରେ ହୋଇଥିବା 31ତମ ଜିଏଟି ବୈଠକରେ ରିୟଲ ଇଷ୍ଟେଟ କ୍ଷେତ୍ରରେ ସ୍ଲାବ ହ୍ରାସକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇପାରିନଥିଲା। ଶେଷରେ କମିଟିର ସମର୍ଥନ କ୍ରମେ 6ଜଣିଆ ମନ୍ତ୍ରୀମଣ୍ଡଳ (ଜିଓଏମ) ଗଠନ କରାଯାଇଥିଲା। ନୂଆ ଘର ଉପରେ ଜିଏସଟି ହାର କେତେ ରହିବ, ସେ ନେଇ ଏହି ଗ୍ରୁପ ଅନୁଧ୍ୟାନ କରିବ।

ତେବେ ଜିଓଏମ ମଧ୍ୟ ନିର୍ମାଣଧୀନ ଘର ଓ କମ୍ପଲିସନ୍‌ର (ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବାର ପ୍ରମାଣ ପତ୍ର) ଅପେକ୍ଷାରେ ପ୍ରସ୍ତୁତ ଥିବା ଫ୍ଲାଟ ଉପରେ ଜିଏସଟି ସ୍ଲାବ ହ୍ରାସ କରିବାକୁ ସମର୍ଥନ ଦେଇଛନ୍ତି ହେଲେ ଚୂଡାନ୍ତ ନିଷ୍ପତ୍ତିକୁ ଆସନ୍ତା ସପ୍ତାହରେ ଘୋଷଣା କରାଯିବ।

ଏଭଳି ନିର୍ମାଣଧୀନ ସମ୍ପତ୍ତି ଓ ପ୍ରମାଣପତ୍ର ମିଳିନଥିବା ପ୍ରସ୍ତୁତ ଘର କ୍ରୟ ବେଳେ 12% ଜିଏସଟି ଦେବାକୁ ପଡୁଛି। ଏଣୁ ସୁଲଭ ଦରରେ ଯେପରି ଘର ଉପଲବ୍ଧ ହେବ, ସେଥିପାଇଁ ଜିଓଏମ ବିଚାର କରୁଛି। ଯଦି ଏହା ଉପରେ ମୋହର ଲାଗେ ତେବେ ଆଗାମୀ ଦିନରେ ଗ୍ରାହକଙ୍କୁ ନିଜ ବଜେଟ ଅନୁସାରେ ଘର ବା ଫ୍ଲାଟ ମିଳିପାରିବ।

undefined

SLUG-ROAD CLOSED
AVO-MRUTYUNJAY SENAPATI,MAYURBHANJ
DATE-08.02.2019
ANCHOR-ମୟୁରଭଞ୍ଜ ଜିଲ୍ଲା ଗୋପବଂଧୁନଗର ବ୍ଲକ ଆରପଟା ଗ୍ରାମପଂଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ଦାସମାତ ମାର୍ଣ୍ଡି ବିଜୁ ପକ୍କା ଘର କରାଇଦେବା ପାଇଁ ୫ ହଜାର  ଟଙ୍କା ଲାଂଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ  ଦ୍ଵାରା ଗିରଫ ହୋଇଥିଲେ- ଅଭିଯୋଗ ଅନୁଯାୟୀ ଗତକାଲି ଆରପଟା ଗ୍ରାମପଂଚାୟତ ର ୨ ଜଣ ହିତାଧିକାରୀ ସ୍ୱରୂପ ନାୟକ ଓ ଦେବାଶିଷ ପୃଷ୍ଟି ନିଜ ବିଜୁପକ୍କା ଘର ପାଇଁ ଆରପଟା ଗ୍ରାମପଂଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ଦାସମାତ ମାର୍ଣ୍ଡି ଙ୍କୁ ୫ ହଜାର ଟଙ୍କା ଲାଂଚ ଦେଉଥିବାବେଳେ ଭିଜିଲାନସ ଦ୍ଵାରା ଗିରଫ ହୋଇଥିଲେ- ଆଜି ସେହି ଆରପଟା ଗ୍ରାମପଂଚାୟତ ର ବାସିନ୍ଦା ଗିରଫ ହୋଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଦାସମାତ ମାର୍ଣ୍ଡି ଙ୍କୁ ଯୋଜନା ବଦ୍ଧ ଭାବେ ଫସାଇ ଦିଆଯାଇଥିବା ଅଭିଯୋଗ କରି ଗ୍ରାମପଂଚାୟତ ରେ ତାଲା ପକାଇବା ସହ ଉଦଳା- ବାରିପଦା ମୁଖ୍ୟ ରାସ୍ତା କୁ ଦୀର୍ଘ ସମୟ ଧରି  ବନ୍ଦ କରିଥିଲେ -ଗ୍ରାମବାସୀ ଙ୍କ ଦାବି ଗିରଫ କାର୍ଯ୍ୟନିର୍ବାହୀ ଅଧିକାରୀ ଦାସମାତ ମାର୍ଣ୍ଡି ଙ୍କୁ ମୁଳୁଲାଇବା ସହ ଓଲଟା ସ୍ୱରୂପ ନାୟକ ଓ ଦେବାଶିଷ ପୃଷ୍ଟି ଙ୍କୁ ଗିରଫ ଦାବି - ଦୀର୍ଘ ସମୟ ଧରି ରାସ୍ତା ଆବୋରଧ ଫଳରେ  ଉଦଳା- ବାରିପଦା ମୁଖ୍ୟ ରାସ୍ତା  ରେ ଗାଡି ମଟର ବନ୍ଦ ରହିଥିଲା ଯାତ୍ରୀ ମାନେ ନାନା ହିରନ ହରକତ ହୋଇଥିବା ଦେଖିବାକୁ ମିଳିଥିଲା - ଘଟଣାସ୍ଥଳରେ ଖୁଣ୍ଟା ପୋଲିସ ପହଂଚି ଆନ୍ଦୋଳନକାରୀ ଙ୍କ ସହ ଆଲୋଚନା ପରେ ରାସ୍ତା ରୋକ ହଟିଥିଲା -

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.