ETV Bharat / business

ଅର୍ଥମନ୍ତ୍ରୀଙ୍କ ମନ୍ତବ୍ୟ ଭୁଲ, ସବୁ ରାଜ୍ୟକୁ ମିଳିନି GST ବକେୟା: Chidambaram

ଜିଏସଟି ବକେୟା ନେଇ ଅର୍ଥମନ୍ତ୍ରୀଙ୍କ ଦାବି ଭୁଲ । ସବୁ ରାଜ୍ୟର ଜିଏସଟି କ୍ଷତିପୂରଣ ବକେୟା ଏଯାଏଁ ମିଳିନି । ଏ ନେଇ ତଥ୍ୟ ରଖିଲେ ଚିଦାମ୍ବରମ । ଅଧିକ ପଢନ୍ତୁ...

author img

By

Published : Jun 16, 2021, 8:29 PM IST

ଅର୍ଥମନ୍ତ୍ରୀଙ୍କ  ମନ୍ତବ୍ୟ ଭୁଲ, ସବୁ ରାଜ୍ୟକୁ ମିଳିନି GST ବକେୟା: Chidambaram
ଅର୍ଥମନ୍ତ୍ରୀଙ୍କ ମନ୍ତବ୍ୟ ଭୁଲ, ସବୁ ରାଜ୍ୟକୁ ମିଳିନି GST ବକେୟା: Chidambaram

ନୂଆଦିଲ୍ଲୀ: ରାଜ୍ୟର ଜିଏସଟି ବକେୟା ନେଇ ଅର୍ଥମନ୍ତ୍ରୀଙ୍କ ଉପରେ ବର୍ଷିଲେ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ । ପଞ୍ଜାବ, ରାଜସ୍ଥାନ ଓ ଛତିଶଗଡକୁ କେନ୍ଦ୍ର ପକ୍ଷରୁ ଜିଏସଟି ବକେୟା ମିଳିନଥିବା ଦାବି କରିଛନ୍ତି ଚିଦାମ୍ବରମ ।

ସବୁ ରାଜ୍ୟକୁ ଜିଏସଟି କ୍ଷତିପୂରଣ ମିଳୁଥିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୁଥିବ ଦାବି ଭୁଲ । ଚିଦାମ୍ବରମ ଟ୍ବିଟ କରି କହିଛନ୍ତି କି, ‘‘ କାଲି ଅର୍ଥମନ୍ତ୍ରୀ ଏକ ଚ୍ୟାନେଲର ସାକ୍ଷାତକାରରେ ବହୁତ କ୍ରୋଧିତ ହୋଇ କହିଲେ କି ସବୁ ରାଜ୍ୟକୁ ଜିଏସଟି ବକେୟା ପେମେଣ୍ଟ କରାଯାଇଛି । ଅର୍ଥମନ୍ତ୍ରୀଙ୍କ ମନ୍ତବ୍ୟ ସମ୍ପୁର୍ଣ୍ଣ ଠିକ ନୁହେଁ । ତାଙ୍କ ରାଗ ବି ଉଚିତ ନୁହେଁ ।’’

ଚିଦାମ୍ବରମଙ୍କ ଅନୁସାରେ ଛତିଶଗଡj 2021 ଜୁନ 1 ଯାଏଁ ଜିଏସଟି ବକେୟା 3,069 କୋଟି ଟଙ୍କା ରହିଛି । ଏହା ପରେ ବି ଅର୍ଥମନ୍ତ୍ରୀ ଦାବି କରିଛନ୍ତି କି , ସେ ସବୁ ରାଜ୍ୟର ଜିଏସଟି ବକେୟା ପରିଶୋଧ କରିଦେଇଛନ୍ତି ।

ରାଜସ୍ତାନର ଜିଏସଟି ବକେୟା 2021 ମାର୍ଚ୍ଚ 31 ଯାଏଁ 4635 କୋଟି ଟଙ୍କା ଥିଲା । 2021-22 ମେ ଯାଏଁ ଆଉ 2507 କୋଟି ଟଙ୍କା ଯୋଡାଯାଇଛି । ଏବେ ସୁଦ୍ଧା ରାଜସ୍ତାନର ମୋଟ ବକେୟା 7142 କୋଟି ଟଙ୍କା ଅଛି । ସେହିଭଳି ପଞ୍ଜାବର ଜିଏସଟି ବକେୟା 2021 ଜୁନ 1 ସୁଦ୍ଧା 7393 କୋଟି ଟଙ୍କା ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.