ETV Bharat / business

ଜୁନ 12ରେ ଜିଏସଟି ପରିଷଦ ବୈଠକ, ରାଜସ୍ବ କ୍ଷତିର ହେବ ସମୀକ୍ଷା - GST Council

ଜୁନରେ 12ରେ ଜିଏଟି ପରିଷଦର 40ତମ ବୈଠକ । ରାଜସ୍ବ ବୃଦ୍ଧି ଓ ରାଜ୍ୟ ପାଇଁ ବଜାରରୁ ପୁଞ୍ଜି ଏକଜୁଟ ନେଇ ଏଥିରେ ଚର୍ଚ୍ଚା ହେବ । ତେବେ ବର୍ତ୍ତମାନ ସମୟରେ ଜିଏସଟି ସଂଗ୍ରହ ବୃଦ୍ଧି ପରିଷଦ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଅଧିକ ପଢନ୍ତୁ..

GST Council to meet on June 12
ଜୁନ 12ରେ ଜିଏସଟି ପରିଷଦ ବୈଠକ, ରାଜସ୍ବ କ୍ଷତିର ହେବ ସମୀକ୍ଷା
author img

By

Published : Jun 5, 2020, 8:44 PM IST

ନୂଆଦିଲ୍ଲୀ: ଜୁନ 12 ରେ ହେବ ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର 40 ତମ ବୈଠକ । ଏହି ବୈଠକରେ କୋଭିଡ-19ରେ ପ୍ରଭାବିତ ରାଜସ୍ବର ସମୀକ୍ଷା କରାଯିବ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସି ଜରିଆରେ ଜିଏସଟି ପରିଷଦ ବୈଠକ ବସିବ । ଏଥିରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀ ଓ ପ୍ରତିନିଧି ସାମିଲ ହେବେ ।

କୋରୋନା ସଂକ୍ରମଣ ରୋକିବା ପାଇଁ ମାର୍ଚ୍ଚ 25ରୁ ଦେଶବ୍ୟାପି ଲକଡାଉନ ଜାରି ହୋଇଥିଲା । ଫଳରେ ଆର୍ଥିକ କାର୍ଯ୍ୟକଳାପ ଠପ ରହିବା ସହ କାମଧନ୍ଦା ବନ୍ଦ ରହିଛି । ଯେଉଁଥିପାଇଁ କର ସଂଗ୍ରହ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । ତେବେ କେନ୍ଦ୍ର ଓ ରାଜ୍ୟର ରାଜସ୍ବରେ ପଡିଥିବା ପ୍ରଭାବ ଓ ଏହାର କ୍ଷତିପୂରଣ ପାଇଁ ପଦକ୍ଷେପଗୁଡିକ ଉପରେ ଏହି ବୈଠକରେ ବିଚାର କରାଯିବ ।

ଟିକସ ସଂଗ୍ରହରେ ଖରାପ ପ୍ରଦର୍ଶନ ଏବଂ ରିଟର୍ଣ୍ଣ ଦାଖଲ ତାରିଖ ବୃଦ୍ଧି ଯୋଗୁଁ ସରକାର ଏପ୍ରିଲ ଏବଂ ମେ ମାସର ଜିଏସଟି ସଂଗ୍ରହ ତଥ୍ୟ ପ୍ରକାଶ କରିନାହାଁନ୍ତି। ଜିଏସଟି ପରିଷଦର ଶେଷ ବୈଠକ ମାର୍ଚ୍ଚ 14ରେ ଅନୁଷ୍ଠିତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.