ETV Bharat / business

ଜିଏସଟି ଓ ପିଏମ କିଷାନ ଯୋଗୁଁ ଖସିଲା ରାଜକୋଷୀୟ ଘାଟା

author img

By

Published : Nov 24, 2019, 1:57 AM IST

ଗତ ଆର୍ଥିକ ବର୍ଷ (2018-29) ଜିଏସଟି ଓ ଖରାପ କୃଷି ସ୍ଥିତି କିଷାନ ଯୋଗୁଁ ରାଜକୋଷୀୟ ଘାଟା 0.1 ପ୍ରତିଶତ ହ୍ରାସ ପାଇଛି ।

ଜିଏସଟି ଓ ପିଏମ କିଷାନ ଯୋଗୁଁ ଖସିଲା ରାଜକୋଷୀୟ ଘାଟା

ନୂଆଦିଲ୍ଲୀ: ଗତ ଆର୍ଥିକ ବର୍ଷ (2018-29) ଜିଏସଟି ଓ ଖରାପ କୃଷି ସ୍ଥିତି କିଷାନ ଯୋଗୁଁ ରାଜକୋଷୀୟ ଘାଟା 0.1 ପ୍ରତିଶତ ହ୍ରାସ ପାଇଛି । ଫଳରେ ଏହା 3.4 ପ୍ରତିଶତରେ ପହଞ୍ଚିପାରିଛି ।

ଚଳିତ ବର୍ଷ ବଜେଟରେ ରାଜକୋଷୀୟ ଘାଟା ଅନୁମାନ 6,24,276 ଥିଲା । ଯାହାକି ପରବର୍ତ୍ତୀ ସମୟରେ 6,34,398 କୋଟିକୁ ବୃଦ୍ଧି ପାଇଥିଲା । ଶନିବାର ଏ ନେଇ ଅର୍ଥମନ୍ତ୍ରାଣଳୟ ସୂଚନା ଦେଇଛି ।

ଏହା ବ୍ୟତିତ କୃଷକଙ୍କୁ କୃଷି ଅର୍ଥବ୍ୟବସ୍ଥାରେ ହେବାକୁ ଥିବା ପରିବର୍ତ୍ତନ ପାଇଁ ସମର୍ଥନ ଦରକାର । କାରଣ ଏହି କ୍ଷେତ୍ରରେ ଚାଲିଥିବା ସଙ୍କଟକୁ କମ କରିବା ପାଇଁ କୃଷକଙ୍କୁ ସହଯୋଗ ଆବଶ୍ୟକ । ଏହି ସବୁ କାରଣରୁ ସରକାରଙ୍କୁ ବିତ୍ତୀୟ ଘାଟା ଲକ୍ଷ୍ୟରେ ସାମାନ୍ୟ ପରିବର୍ତ୍ତନ ଜରୁରୀ । 2018-19ରେ ରାଜକୋଷୀୟ ଘାଟା ଜିଡିପିର 3.3 ପ୍ରତିଶତ ଥିଲା । ଯାହାକି ପରେ ସଂଶୋଧନ କରାଯାଇ 3.4 ପ୍ରତିଶତ କରାଯାଇଛି ।

ତେବେ ଯଦିଓ ମନ୍ତ୍ରାଣଳୟ ପକ୍ଷରୁ କୃଷକଙ୍କ ସହାୟ ଯୋଜନାର ନାଁ ନିଆଯାଇନାହିଁ । ହେଲେ ପିଏମ କିଷାନ ଯୋଜନା ଜରିଆରେ ସରକାର କ୍ଷୁଦ୍ର ଚାଷୀଙ୍କ ଆୟ ସହାୟତା ପାଇଁ ଘୋଷଣା କରିଥିଲେ । ଏଥିପାଇଁ କୃଷି ମନ୍ତ୍ରାଣଳୟ ଆବଣ୍ଟନକୁ 1.41 ଟ୍ରିଲିୟନ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି କିମ୍ବା ପିଏମ କିଷାନ ଯୋଜନାର ଉଦ୍ଦେଶ୍ୟ ଥିଲା 120 ମିଲିୟନ ଚାଷୀଙ୍କ ପରିବାରକୁ ସମ୍ମାନର ସହ ବଞ୍ଚିବାରେ ସହଯୋଗ କରିବା । ଏହା ବ୍ୟତିତ କ୍ଷେତରେ ଖର୍ଚ୍ଚ ହେଉଥିବା ଟଙ୍କାର ଭରଣପୋଷଣ କରି ଋଣ ଭାର କମ କରିବା । ଏହି ଯୋଜନା ପାଇଁ 2018-19ରେ 20,000 କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଯାହାକୁ 2019-20ରେ 75,000 କୋଟିକୁ ବଢାଇ ଦିଆଯାଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.