ETV Bharat / business

ସବୁ ସେକ୍ଟରକୁ ପ୍ୟାକେଜ ଦେବା ପାଇଁ ଚାଲିଛି କାମ: ଗିରିଧର ଅରମାନେ - ଲକଡାଉନରେ ପ୍ରଭାବିତ ଅର୍ଥନୀତି

କୋରୋନାରେ ପ୍ରଭାବିତ ଅର୍ଥନୀତିକୁ ବୁଷ୍ଟର ଦେବା ପାଇଁ ସରକାର ଦ୍ବିତୀୟ ପ୍ୟାକେଜର ପ୍ରସ୍ତୁତି କରିଛନ୍ତି । ଏଥିରେ କେବଳ ଏମଏସଏମଇ ସେକ୍ଟର ନୁହେଁ ବରଂ ସବୁ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯିବ । ଅଧିକ ପଢନ୍ତୁ ..

Govt working on financial package for all sectors, says official
ସବୁ ସେକ୍ଟରକୁ ପ୍ୟାକେଜ ଦେବା ପାଇଁ ଚାଲିଛି କାମ: ଗିରିଧର ଅରମାନେ
author img

By

Published : May 7, 2020, 10:00 PM IST

ନୂଆଦିଲ୍ଲୀ: ସରକାର କେବଳ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ(ଏମଏସଏମଇ)ଙ୍କ ପାଇଁ ନୁହେଁ ବରଂ ସମସ୍ତ ସେକ୍ଟରକୁ ପ୍ୟାକେଜ ଦେବା ପାଇଁ କାମ କରୁଛନ୍ତି । କୋରୋନାରେ ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ବୁଷ୍ଚର ଦେବା ପାଇଁ ପ୍ରଚେଷ୍ଚା ଚାଲିଛି । ଗୁରୁବାର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ସଚିବ ଗିରିଧର ଅରମାନେ ଏ ନେଇ ସୂଚନା ଦେଇଛନ୍ତି ।

ଅରମାନେ ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମାନୁଫାକ୍ଚର୍ସ(ସିଆମ) ଅନୁଷ୍ଠାନର ସଦସ୍ୟମାନଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ବେଳେ ଅର୍ଥନୀତିର ସମସ୍ତ କ୍ଷେତ୍ର ପାଇଁ ଏକ ବିସ୍ତୃତ ପ୍ୟାକେଜ ଦିଆଯିବ ବୋଲି କହିଛନ୍ତି । ଏଥିପାଇଁ ସରକାର କାମ କରୁଛନ୍ତି ବୋଲି ସେ ଜଣାଇଛନ୍ତି ।

ଏହି ବୈଠକରେ ଭାଗ ନେଇ କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ, ପ୍ୟାକେଜ ଘୋଷଣା ଶୀଘ୍ର ହେବ । ଅର୍ଥବ୍ୟବସ୍ଥା ଗତିକୁ ତୀବ୍ର କରିବା ପାଇଁ ବିଭିନ୍ନ ସର୍କଲରୁ ପ୍ୟାକେଜ ଦାବି ହେଉଛି ।

କୋରୋନାରେ ଅଧିକ ପ୍ରଭାବିତ ବିଭିନ୍ନ ଉଦ୍ୟୋଗ ସଙ୍ଗଠନ ଓ ଏମଏସଏମଇ ସେକ୍ଟର ବିଶେଷ ପ୍ୟାକେଜ ପାଇଁ ଦାବି କରୁଛନ୍ତି । ଦେଶର ଅଭିବୃଦ୍ଧିରେ ଏମଏସଏମଇ ସେକ୍ଟରର ଯୋଗଦାନ 29 ପ୍ରତିଶତ ଓ ରପ୍ତାନୀରେ 48 ପ୍ରତିଶତ ରହିଥାଏ । ଏହି ସେକ୍ଚଟର ରୋଜଗାର ଦେବାରେ ମଧ୍ୟ ବହୁ ଆଗରେ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.