ETV Bharat / business

ଚୀନରୁ ଅଟୋ ପାର୍ଟସ ଆମଦାନୀ ହ୍ରାସ କରିବ ଭାରତ

author img

By

Published : Aug 23, 2020, 6:37 AM IST

ଚୀନ ହେଉଛି ଭାରତ ଅଟୋ ପାର୍ଟସର ସବୁଠାରୁ ବଡ ଯୋଗାଣକାରୀ । ଅଟୋମୋବାଇଲ କ୍ଷେତ୍ରରେ ଘରୋଇ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବାକୁ ସରକାର ପ୍ରୟାସ କରୁଛନ୍ତି । ଅଧିକ ପଢନ୍ତୁ..

ଚୀନରୁ ଅଟୋ ପାର୍ଟସ ଆମଦାନୀ ହ୍ରାସ କରିବ ଭାରତ
ଚୀନରୁ ଅଟୋ ପାର୍ଟସ ଆମଦାନୀ ହ୍ରାସ କରିବ ଭାରତ

ନୂଆଦିଲ୍ଲୀ: ଅଟୋ ସେକ୍ଟରେରେ ଆମଦାନୀ ଉପରେ ଲଗାମ ଲଗାଇବା ଓ ଘରୋଇ ମ୍ୟାନୁଫେକ୍ଚରିଂକୁ ପ୍ରୋତ୍ସାହନ ଦେବା ପାଇଁ ସରକାର କରୁଛନ୍ତି ପ୍ରସ୍ତୁତି । ଏଥିପାଇଁ ସମ୍ପୁର୍ଣ୍ଣ ଭେଲ୍ୟୁ ଚେନର ନିବେଶ, ଆମଦାନୀ ଓ ଲୋକାଲାଇଜେସନ ବିଷୟରେ ସରକାର ଅଟୋମୋବାଇଲ୍ ଉତ୍ପାଦନକାରୀଙ୍କ ଠାରୁ ବିସ୍ତୃତ ସୂଚନା ଲୋଡିଛନ୍ତି ।

ଭାରତର ଅଟୋ ପାର୍ଟସର ସବୁଠାରୁ ବଡ ଯୋଗାଣକାରୀ ହେଉଛି ଚୀନ । ଅଟୋମୋବାଇଲ କ୍ଷେତ୍ରରେ ଘରୋଇ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପ୍ରସଙ୍ଗରେ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଅଗଷ୍ଟ 13ରେ ଅଟୋ ଇଣ୍ଡଷ୍ଟ୍ରିର ବରିଷ୍ଠ ପ୍ରତିନିଧିଙ୍କ ସହ ଏକ ବୈଠକ କରିଥିଲେ। ଶୁକ୍ରବାର ଏହାର ସମୀକ୍ଷା ବୈଠକ ହୋଇଥିଲା।

ସୂତ୍ରରୁ ପ୍ରକାଶ ଯେ ଏହି ବୈଠକରେ ଇସ୍ପାତ, ଟାୟାର, ଇଲେକ୍ଟ୍ରୋନିକ୍ ଉପାଦାନ ଏବଂ ବୈଦ୍ୟୁତିକ ଯାନର ଉପକରଣ ଆମଦାନୀ ହ୍ରାସ କରିବା ପ୍ରସଙ୍ଗରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଇଣ୍ଡଷ୍ଟ୍ରି କହିଛି ଯେ ଅଟୋମୋବାଇଲ ମିଶନ ଯୋଜନା ଅନୁଯାୟୀ 2026 ସୁଦ୍ଧା ବାର୍ଷିକ 6.5 ନିୟୁତ ଯାନ ବିକ୍ରୟ କରିବା ଲକ୍ଷ୍ୟ ରହିଛି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଉଦ୍ୟୋଗ ଘରୋଇ ଉତ୍ପାଦନର ଆବଶ୍ୟକତା ବିଷୟରେ ସରକାରଙ୍କୁ ଅବଗତ କରାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.