ନୂଆଦିଲ୍ଲୀ: ‘ଏକକ ନିର୍ବାଚନ’ ପରେ ଏବେ ‘ଏକକ ରାଷ୍ଟ୍ର ଏକକ ରାସନକାର୍ଡ’ ରାସ୍ତାରେ ମୋଦି ସରକାର । ରାଜ୍ୟ, ଜିଲ୍ଲା, ସହର ଉର୍ଦ୍ଧ୍ବରେ ହିତାଧିକାରୀ ଯେଉଁଠି ବି ଚାହିଁଲେ ଯେପରି ତାର ରାସନକାର୍ଡକୁ ବ୍ୟବହାର କରିପାରିବ ସେଥିଲାଗି ଚାଲିଛି ପ୍ରସ୍ତୁତି । ଗୁରୁବାର ଏ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମ ବିଳାସ ପାଶୱାନ ଏ ନେଇ ସୂଚନା ଦେଇଛନ୍ତି ।
ପାସୱାନ କହିଛନ୍ତି ଯେ, ରାସନକାର୍ଡକୁ ସମଗ୍ର ଦେଶରେ ପୋର୍ଟାବିଲିଟି କରିବାକୁ ବ୍ୟବସ୍ଥା କରାଯିବ । ଯେପରି ସମସ୍ତ ହିତାଧିକାରୀଙ୍କୁ, ବିଶେଷ କରି ପ୍ରବାସୀଙ୍କୁ ଯେଉଁଠି ବି ସାର୍ବଜନୀନ ବିତରଣ ପ୍ରଣାଳୀ (PDS)ରେ ରାସନ କାର୍ଡ ମିଳିବ । ଗୁରୁବାର ରାଜ୍ୟ ଖାଦ୍ୟ ସଚିବ ଓ ସରକାରୀ ଅଧିକାରୀଙ୍କ ସହ ଅନୁଷ୍ଠିତ ହୋଇଥିବା ବୈଠକକୁ ସମ୍ବୋଧିତ କରି ପାସୱାନ ଏପରି ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ଆହ୍ବାନ ଦେଇଛନ୍ତି ।
ଏପଟେ ଏହି ପ୍ରସଙ୍ଗରେ ଖାଦ୍ୟ ଏବଂ ସାର୍ବଜନୀନ ବିତରଣ ବିଭାଗର ରାଜ୍ୟ ମନ୍ତ୍ରୀ ଦାନୱେ ଦାଦା ସାହେବ ସହମତି ଦେଇଛନ୍ତି । ଯେପରି ରାସନକାର୍ଡ ଗୁଡିକ ଡିଜିଟାଲାଇଜେଶନ ହେବ ସେ ଦିଗରେ ଚେଷ୍ଟା କରିବାକୁ ରାଜ୍ୟଗୁଡିକୁ ସେ ଆଗ୍ରହ୍ୟ କରିଛନ୍ତି । ପିଡିଏସ ପ୍ରଣାଳୀର ଏହି ଏକକ ବ୍ୟବସ୍ଥାକୁ ଏବେ ସୁଦ୍ଧା ଆନ୍ଧ୍ର ପ୍ରଦେଶ, ଗୁଜୁରାଟ, ହରିୟାଣା, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ତେଲଙ୍ଗାନା ଓ ତ୍ରିପୁରା ଲାଗୁ ହୋଇଯାଇଛି । ଯାହା ଦ୍ବାରା ଜଣେ ହିତାଧିକାରୀ ଚାହିଁଲେ ରାଜ୍ୟର ଯେକୌଣସି ଜିଲ୍ଲାରୁ ରାସନ ନେଇପାରୁଛି । ଭଷ୍ଟ୍ରାଚାର ଉପରେ ଅଙ୍କୁଶ ଲଗାଇବାକୁ ସରକାର ଏଭଳି ପଦକ୍ଷେପ ନେବାକୁ ବିଚାର କରିଛନ୍ତି ।