ETV Bharat / business

ମାନ୍ଦାବସ୍ଥା ପ୍ରଭାବ: ନାହିଁ ଆୟ, ଆରବିଆଇ ଲାଭାଂଶ ଉପରେ ସରକାରଙ୍କ ଆଶା

author img

By

Published : Jan 11, 2020, 5:01 PM IST

ଦିନକୁ ଦିନ ଖାଲି ହେବାରେ ଲାଗିଛି ରାଜକୋଷ । ମାନ୍ଦାବସ୍ଥା ଯୋଗୁଁ ଆୟର ଆଶା ମଧ୍ୟ କମ ହେଉଛି। ଏପରି ସ୍ଥିତିରେ ଜରୁରୀ ଖର୍ଚ୍ଚ ପାଇଁ ସରକାରଙ୍କ ପାଖରେ ଆବଶ୍ୟକୀୟ ସମ୍ବଳ ନାହିଁ। ଏଥିଲାଗି ପୁଣି ଥରେ ସାହାଯ୍ୟ ପାଇଁ ରିଜର୍ଭ ବ୍ୟାଙ୍କକୁ ହାତ ବଢେଇଲେଣି ସରକାର।

govt seeks fresh rbi dividend to meet fiscal demand after revenue drops
ଆରବିଆଇକୁ ଲାଭାଂଶ ଉପରେ ସରକାରଙ୍କ ଆଶା

ନୂଆଦିଲ୍ଲୀ: ଦିନକୁ ଦିନ ଖାଲି ହେବାରେ ଲାଗିଛି ରାଜକୋଷ। ମାନ୍ଦାବସ୍ଥା ଯୋଗୁଁ ଆୟର ଆଶା ମଧ୍ୟ କମ ହେଉଛି। ଏପରି ସ୍ଥିତିରେ ଜରୁରୀ ଖର୍ଚ୍ଚ ପାଇଁ ସରକାରଙ୍କ ପାଖରେ ଆବଶ୍ୟକୀୟ ସମ୍ବଳ ନାହିଁ। ଏଥିଲାଗି ପୁଣି ଥରେ ସାହାଯ୍ୟ ପାଇଁ ରିଜର୍ଭ ବ୍ୟାଙ୍କକୁ ହାତ ବଢେଇଲେଣି ସରକାର।

ଚଳିତ ଆର୍ଥିକ ବର୍ଷ(2019-20)ପାଇଁ ଆବିଆଇ ପକ୍ଷରୁ କେନ୍ଦ୍ରକୁ 1.76 ଲକ୍ଷ କୋଟି ଟଙ୍କା ଜାରି କରାଯାଇଛି । ଯେଉଁଥିରୁ ଏବେ ସୁଦ୍ଧା ସର୍ବାଧିକ 1,23,414 କୋଟି ଟଙ୍କା ଦିଆସରିଛି । ଏହା ବ୍ୟତିତ ଆରବିଆଇ ଗୋଟିଏ ଥର 52,637 କୋଟି ଟଙ୍କା ସ୍ବତନ୍ତ୍ର ଭାବେ ଟ୍ରାନ୍ସଫର କରିଛି। ଆଉ ଏହାକୁ ବାଦବିବାଦ ଦେଖିବାକୁ ମିଳିଛି। ବିଭିନ୍ନ ସେକ୍ଟରର ସ୍ଥିତିକୁ ଦେଖିବାକୁ ଗଲେ ଚଳିତ ଆର୍ଥିକ ବର୍ଷ ଅର୍ଥବ୍ୟବସ୍ଥା ପାଇଁ ଆଦୌ ସୁସ୍ଥକର ନୁହେଁ। ଏଥିପାଇଁ ସରକାର ଆରବିଆଇକୁ ତାର ଲାଭାଂଶର 35000-45000 କୋଟି ଦେବାକୁ ମାଗିପାରନ୍ତି।

ସରକାରଙ୍କ ରାଜସ୍ବ ଲକ୍ଷ 19.6 ଲକ୍ଷ କୋଟି ଟଙ୍କା ରହିଥିଲା । ହେଲେ ଧୀମା ଅଭିବୃଦ୍ଧିକୁ ଦେଖି ଏହି ହାରକୁ ହ୍ରାସ କରାଯାଇଥି। ସେପଟେ କର୍ପୋରେଟ ଟିକସ ହ୍ରାସ ଦ୍ବାରା ବାର୍ଷିକ ପାଖାପାଖୀ 1.5 ଲକ୍ଷ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ। ଏହା ବ୍ୟତିତ ଆଶା ମୁତାବକ ଜିଏସଟି ରାଜସ୍ବ ମଧ୍ୟ ହେଉନାହିଁ। ଏସବୁ କାରଣରୁ ସରକାରଙ୍କ ଆୟ ପ୍ରଭାବିତ ହେଉଛି।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.