ନୂଆଦିଲ୍ଲୀ: ଔଷଧ ତିଆରେ ବ୍ୟବହୃତ ରାସାୟନିକ ସାମଗ୍ରୀ ଓ ଚିକିତ୍ସା ଉପକରଣରେ ଘରୋଇ ମ୍ୟୁଫେକ୍ଚରିଂକୁ ପ୍ରେତ୍ସାହନ ଦେଉଥିବା 4 ଯୋଜନାର ଦିଶାନିର୍ଦ୍ଦେଶ ସୋମବାର ଜାରି କରିଛନ୍ତି ସରକାର । ଏହା ଅଧିନରେ ଦେଶରେ ହୋଲସେଲ ଔଷଧ ଏବଂ ଚିକିତ୍ସା ଉପକରଣ ପାର୍କ ପ୍ରତିଷ୍ଠା କରାଯିବ ।
କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡି ଭି ସଦାନନ୍ଦ ଗୌଡା କହିଛନ୍ତି କି, ‘‘ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଅନୁସାରେ , ଔଷଧ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ପାଇଁ ଏହି ଯୋଜନାଗୁଡିକର ପରିକଳ୍ପନା କରାଯାଇଛି । ’’
ଭାରତକୁ 53 ଗୁରୁତ୍ୱପୂର୍ଣ୍ଣ ସକ୍ରିୟ ଫାର୍ମାସ୍ୟୁଟିକାଲ୍ ଉପାଦାନ (ଏପିଆଇ) କିମ୍ବା ପ୍ରମୁଖ ଫାର୍ମାସ୍ୟୁଟିକାଲ ସାମଗ୍ରୀ (କେଏସଏମ) ଉତ୍ପାଦନ ଏବଂ ଚିକିତ୍ସା ଉପକରଣ ମ୍ୟାନୁଫେକ୍ଚରିଂରେ ଆତ୍ମନିର୍ଭର କରିବା ଏହାର ଲକ୍ଷ୍ୟ ବୋଲି ଗୌଡା ଟ୍ବିଟ କରି ଜଣାଇଛନ୍ତି । କାରଣ ବର୍ତ୍ତମାନ ସମୟରେ ଏସବୁ ସାମଗ୍ରୀ ପାଇଁ ଭାରତ ଆମଦାନୀ ଉପରେ ନିର୍ଭରଶୀଳ । ଦେଶରେ ଏସବୁ ତିଆରି ଦ୍ବାରା ଆମଦାନୀ ହ୍ରାସ ହେବ ।
ଶିଳ୍ପ ଏବଂ ରାଜ୍ୟ ସରକାର ସମେତ ହିତାଧିକାରୀଙ୍କ ସହ ବ୍ୟାପକ ପରାମର୍ଶ ପରେ ଯୋଜନାଗୁଡିକର ସାବଧାନତା ସହ ପ୍ରସ୍ତୁତି କରାଯାଇଛି । ନିରପେକ୍ଷ ଆଦର୍ଶ ଏବଂ ପ୍ରତିଯୋଗିତାମୂଳକ ସଂଘବାଦ ଭାବନା ଆଧାରରେ ଏହି ସ୍ଥାନ ଚୟନ ହେବ ।
ସେ କହିଛନ୍ତି ଯେ ପାର୍କ ପାଇଁ ସ୍ଥାନ ଚୟନ ନିୟାମକ ଅନୁମୋଦନ, ଭିତ୍ତିଭୂମି ସୁବିଧା, ଉନ୍ନତ ସଂଯୋଗ, ଶସ୍ତା ଜମି, ପ୍ରତିଯୋଗିତାମୂଳକ ୟୁଟିଲିଟି ଫି ଏବଂ ଏକ ମଜବୁତ R&D ଇକୋସିଷ୍ଟମ ଉପରେ ଆଧାରିତ ହେବ। ଫଲେ ନୂଆ ମ୍ୟାନୁଫେକ୍ଚରିଂ ୟୁନିଟ ସ୍ଥାପନା ପାଇଁ ସମୟ ଓ ନିବେଶ ଖର୍ଚ୍ଚ କମ ହେବ ।