ETV Bharat / business

ବଢିବ ବ୍ୟାଙ୍କରେ ଜମା ଧନ ଗ୍ୟାରେଣ୍ଟି ସୀମା - ଜମା ଧନ ଗ୍ୟାରେଣ୍ଟି

ବ୍ୟାଙ୍କ ପ୍ରତି ଲୋକଙ୍କ ବିଶ୍ବାସ ବଢାଇବାକୁ ସରକାରଙ୍କ ବଡ ପଦକ୍ଷେପ । ଜମା ଧନ ଗ୍ୟାରେଣ୍ଟି ସୀମାକୁ ବୃଦ୍ଧି କରିବାକୁ ଚାଲିଛି ଯୋଜନା ..

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
author img

By

Published : Nov 16, 2019, 5:30 AM IST

ନୂଆଦିଲ୍ଲୀ: ପିଏମସି ଘୋଟାଲା ଭଳି ମାମଲା ପରେ ଚେତିଲେ ସରକାର । ଏବେ ଜମାକର୍ତ୍ତାଙ୍କ ଭରସା ବଢାଇବାକୁ ଉଠାଇବେ ବଡ ପଦକ୍ଷେପ । ବୀମା ଯୋଜନା ଅନୁଯାୟୀ ବ୍ୟାଙ୍କରେ ଜମା ହେଉଥିବା ରାଶିର ଗ୍ୟାରେଣ୍ଟିକୁ 1 ଲକ୍ଷକୁ ବୃଦ୍ଧି କରାଯାଇପାରେ ।

ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏ ନେଇ ସୂଚନା ଦେଇ କହିଛନ୍ତି ଯେ, ବ୍ୟାଙ୍କରେ ଜମା ରାଶି ଗ୍ୟାରେଣ୍ଟି ବୃଦ୍ଧି ପାଇଁ ଏଥର ସଂସଦର ଶୀତକାଳୀନ ଅଧିବେଶନରେ ବିଧେୟକ ଆଗତ ହେବ । ତେବେ ଏ ଯୋଜନା ସମ୍ବନ୍ଧରେ କୌଣସି ରୋଡମ୍ୟାପ ପ୍ରାକାଶ ପାଇନି ।

ଏଥିସହ ଏକରୁ ଉର୍ଦ୍ଧ୍ବ ରାଜ୍ୟରେ କାରବାର କରୁଥିବା ସହକାରୀ ବ୍ୟାଙ୍କର ପରିଚାଳନା ପାଇଁ ଆଇନ ତିଆରି କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ସେହିପରି ଦୂରସଞ୍ଚାର କମ୍ପାନୀର ଆର୍ଥିକ ସଙ୍କଟ ନେଇ ପଚାରିଯିବାରୁ ସେ କହିଥିଲେ ଯେ, ‘‘ଆମେ କୌଣସି କମ୍ପାନୀ ପରିଚାଳନା ବନ୍ଦ ହେଉ ବୋଲି ଚାହୁଁନୁ’’ ।

Intro:Body:

jkmj

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.