ନୂଆଦିଲ୍ଲୀ: ପାରାସିଟାମୋଲରୁ ପ୍ରସ୍ତୁତ ଔଷଧ formulations ରପ୍ତାନୀ ଉପରେ ଲାଗିଥିବା କଟକଣା ହଟାଇଲେ ସରକାର । ଶୁକ୍ରବାର ଏନେଇ ସୂଚନା ଦିଆଯାଇଛି ।
ବିଦେଶ ବ୍ୟାପର ମହାନିର୍ଦ୍ଦେଶାଳୟ(ଡିଜିଏଫଟି) ଅଧି ବିଜ୍ଞପ୍ତିରେ କହିଛି ଯେ, ‘‘ପାରାସିଟାମୋଲରୁ ପ୍ରସ୍ତୁତ ଫାର୍ମୁଲେନ୍ସ( ଫିକ୍ସ ଡୋଜ ମିଶ୍ରଣ) ରପ୍ତାନୀକୁ ତୁରନ୍ତ ପ୍ରଭାବ ସହିତ କଟକଣାମୁକ୍ତ କରାଯାଇଛି । ତେବେ ପାଲାସିଟାମୋଲର ଔଷଧିୟ ସାମଗ୍ରୀ (API) ଉପରେ ରପ୍ତାନୀ ପ୍ରତିବନ୍ଧକ ଜାରି ରହିବ ।
କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଜରୁରୀ ହୋଇପଡିଥିବା ପାରାସିଟାମୋଲ ସମେତ 26 ଔଷଧ ରପ୍ତାନୀ ଉପରେ ମାର୍ଚ୍ଚ 3ରୁ କଟକଣା ଲଗାଯାଇଛି ।