ETV Bharat / business

‘ଜିଏସଟି ପରିସରକୁ ପେଟ୍ରୋଲ-ଡିଜେଲ ଆଣିବାକୁ ଯୋଜନା ନାହିଁ’ - ରାଜ୍ୟସଭାରେ ଅନୁରାଗ ଠାକୁର

ବର୍ତ୍ତମାନ ସମୟରେ ଦେଶର ବହୁ ସ୍ଥାନରେ ପେଟ୍ରୋଲ ଦାମ ଲିଟର ପିଛା 100 ଓ ଡିଜେଲ ଲିଟର 90 ଟଙ୍କା ଟପିଲାଣି । ଏଥିଲାଗି ଏହା ଉପରେ ବିଭିନ୍ନ ପ୍ରକାଶ ଟିକସ ହ୍ରାସ କରି ଏହାକୁ ଜିଏସଟି ପରିସରକୁ ଆଣିବାକୁ ଦାବି ହେଉଛି । ଅଧିକ ପଢନ୍ତୁ..

ଜିଏସଟି ପରିସରକୁ ପେଟ୍ରୋଲ-ଡିଜେଲ ଆଣିବାକୁ ଯୋଜନା ନାହିଁ

author img

By

Published : Mar 10, 2021, 4:31 PM IST

ନୂଆଦିଲ୍ଲୀ: ପେଟ୍ରୋଲିୟମ ଉତ୍ପାଦ ଉପରେ କୌଣସି ନୂଆ ସେସ ଲାଗୁ ନେଇ କେନ୍ଦ୍ର ସରକାରଙ୍କ ପାଖରେ ଯୋଜନା ନାହିଁ । ମଙ୍ଗଳବାର ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଏ ନେଇ ରାଜ୍ୟସଭାରେ କହିଛନ୍ତି ।

ବର୍ତ୍ତମାନ ସମୟରେ ଭାରତରେ ପେଟ୍ରୋଲ ଓ ଡିଜେଲ ଉପରେ ସଡକ, ଭିତ୍ତିଭୂମି ସେସ, ସ୍ବତନ୍ତ୍ର ଅତିରିକ୍ତ ଶୁଳ୍କ ଏବଂ କୃଷି ଭିତ୍ତିଭୂମି ଏବଂ ବିକାଶ ସେସ (AIDC) ଲାଗୁଛି । ଏସବୁ ଚାର୍ଜ ବାଦ ମୌଳିକ ଉତ୍ପାଦ ଶୁଳ୍କ ମଧ୍ୟ ଇନ୍ଧନ ପ୍ରଡକ୍ଟ ଉପରେ ଲାଗୁଛି । ତେବେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦାମ ହୁ ହୁ ହୋଇ ବଢୁଥିବାରୁ ଏହାକୁ ଦ୍ରବ୍ୟ ଓ ସେବା କର (ଜିଏସଟି) ଅଧିନରେ ଆଣିବା ପାଇଁ ଦାବି ତେଜିଛି । ଏ ନେଇ କରାଯାଇଥିବା ପ୍ରଶ୍ନର ଉତ୍ତର ଲିଖିତ ଭାବେ ଦେଇ ଅନୁରାଗ ଠାକୁ କହିଛନ୍ତି କି , ପେଟ୍ରୋଲ ଓ ଡିଜେଲକୁ ଜିସଟି ପରିସରକୁ ଆଣିବା ପାଇଁ କୌଣସି ପ୍ରସ୍ତାବ ନାହିଁ । ଏଭଳି ପ୍ରସ୍ତାବ ଜିଏସଟି ପରିଷଦ ପକ୍ଷରୁ ଆସିନାହିଁ ।

ସିଜିଏସଟି ଆକ୍ଟ ସେକ୍ସନ 9(2) ଅନୁସାରେ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରକୁ ଆଣିବାକୁ ହେଲେ ଜିଏସଟି ପରିଷଦର ସୁପାରିସ ଦରକାର ରହିଛି । ଆଉ ଏବେ ସୁଦ୍ଧା ଜିଏସଟି ପରିଷଦ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅଧିନରେ ସାମିଲ ନେଇ କୌଣସି ସୂଚନା ଦେଇନାହିଁ ।

ପ୍ରକାଶ ଯେ, ଚଳିତ ବଜେଟରେ ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ ଲଗାଇଛନ୍ତି ସରକାର । ପେଟ୍ରୋଲ ଲିଟର ପିଛା 2.50 ପଇସା ଓ ଡିଜେଲରେ ଲିଟର ପିଛା 4 ଟଙ୍କା ସେସ ଲଗାଯାଇଛି । ତେବେ ନୂଆ ସେସ ଲାଗୁ ପରେ ଇନ୍ଧନ ଦାମ ଉପରୁ ମୌଳିକ ଏକ୍ସସାଇଜ ଡ୍ୟୁଟି ଏବଂ ସ୍ପେଶାଲ ଅତିରିକ୍ତ ଏକ୍ସସାଇଜ ଡ୍ୟୁଟି ହାର ହ୍ରାସ ହୋଇଛି । ଉପଭୋକ୍ତାଙ୍କ ଉପରେ ଯେଉଁଭଳି ଅଧିକ ବୋଝ ନ ପଡିବ ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ବର୍ତ୍ତମାନ ସମୟରେ ଦେଶର ବହୁ ସ୍ଥାନରେ ପେଟ୍ରୋଲ ଦାମ ଲିଟର ପିଛା 100 ଓ ଡିଜେଲ ଲିଟର 90 ଟଙ୍କା ଟପିଲାଣି । ଏଥିଲାଗି ଏହା ଉପରେ ବିଭିନ୍ନ ପ୍ରକାଶ ଟିକସ ହ୍ରାସ କରି ଏହାକୁ ଜିଏସଟି ପରିସରକୁ ଆଣିବାକୁ ଦାବି ହେଉଛି । ଯାହା ଫଳରେ ଦାମ ଖସିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.