ETV Bharat / business

ପୁଣି ବଢ଼ିଲା ପାନ-ଆଧାର ଲିଙ୍କ ଅବଧି, ଜାଣନ୍ତୁ କିଭଳି କରିବେ

author img

By

Published : Jun 26, 2021, 4:56 PM IST

ବଢିଲା ପାନ-ଆଧାର ଲିଙ୍କ ଅବଧି । କୋରୋନା ସଙ୍କଟକୁ ଦୃଷ୍ଟିରେ ରଖି ସରକାର ପାନ-ଆଧାର ଲିଙ୍କ ଅବଧିକୁ 3 ମାସ ବଢାଇଛନ୍ତି । ଜାଣନ୍ତୁ କିଭଳି କରିବେ ଲିଙ୍କ..

ପୁଣି ବଢ଼ିଲା ପାନ-ଆଧାର ଲିଙ୍କ ଅବଧି, ଜାଣନ୍ତୁ କିଭଳି କରିବେ
ପୁଣି ବଢ଼ିଲା ପାନ-ଆଧାର ଲିଙ୍କ ଅବଧି, ଜାଣନ୍ତୁ କିଭଳି କରିବେ

ନୂଆଦିଲ୍ଲୀ: ଆଶ୍ବସ୍ତିକର ଖବର ! ବଢିଲା ପାନ-ଆଧାର ଲିଙ୍କ ଅବଧି । କୋରୋନା ସଙ୍କଟକୁ ଦୃଷ୍ଟିରେ ରଖି ସରକାର ପାନ-ଆଧାର ଲିଙ୍କ ଅବଧିକୁ 3 ମାସ ବଢାଇଛନ୍ତି । ଯଦି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପାନ-ଆଧାର ଲିଙ୍କ ଅବଧି ନ କରନ୍ତି ତେବେ ଗଣିବାକୁ ହେବ 1000 ଟଙ୍କା ଜୋରିମାନା । ଏଣୁ ଟିକସଦାତାଙ୍କୁ ଶୀଘ୍ର ପ୍ରକ୍ରିୟା ଶେଷ କରିବାକୁ ପରାମର୍ଶ ଦିଆଯାଇଛି ।

ଅବଧି ବଢିବା ସହ ୨୦୨୧ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ପାନ-ଆଧାର ଲିଙ୍କ କରିପାରିବେ ଲୋକ । ଏ ନେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି । ପୂର୍ବରୁ ଏହି ଡେଡଲାଇନ ଜୁନ 30 ଯାଏଁ ରହିଥିଲା ।

ଏହା ବ୍ୟତିତ ବିବାଦ ସେ ବିଶ୍ବାସ ସ୍କିମର ଅନ୍ତିମ ସମୟସୀମା ବଢାଇ ଅଗଷ୍ଟ 31 କରାଯାଇଛି । ସରକାରଙ୍କ ପକ୍ଷରୁ ଆୟକର ଟିକସ କପ୍ଲାୟନ୍ସକୁ ସରଳ କରିବା ପ୍ରୟାସ ବି କରାଯାଉଛି । ତେବେ ଯଦି ପାନକୁ ଆଧାର ସହ ଶୀଘ୍ର ଲିଙ୍କ ନ କରାଯାଏ ତେବେ ଆପମଙ୍କ ପାନ କାର୍ଡ ଆଉ କାର୍ଯ୍ୟକାରୀ ହେବ ନାହିଁ । ଯାହା ଫଳରେ ଏହି କାର୍ଡ (ଯେଉଁଥିରେ ପାନ ଲିଙ୍କ ଜରୁରୀ ଥିବ ) ରୁ କୌଣସି ଫାଇାନ୍ସ ଟ୍ରାଞ୍ଜାକ୍ସନ ହୋଇପାରିବ ନାହିଁ ।

କିଭଳି କରିବେ ପାନକୁ ଆଧାର ସହ ଲିଙ୍କ

ଆୟକର ରିଟର୍ଣ୍ଣ ଇ-ଫାଇଲିଂର ନୂଆ ୱେବସାଇଟ https://www.incometax.gov.in/ ରେ ଲଗ ଅନ କରନ୍ତି । ଏଠାରେ ଆପଣଙ୍କୁ ଗୋଟିଏ ସ୍ଥାନରେ ‘ଲିଙ୍କ ଆଧାର ’ ବିକଳ୍ପ ମିଳିବ । ଆପଣ ଏହି ଲିଙ୍କରେ କ୍ଲିକ କରନ୍ତୁ । ଏହା ପରେ ପାନ, ଆଧାର ନମ୍ବର ଦିଅନ୍ତୁ । ପରେ ଆଧାର-ପାନ ଲିଙ୍କ ଷ୍ଟାଟସ ଚେକ କରନ୍ତୁ ।

ଯଦି ଲିଙ୍କ ହୋଇଥିବ , ତେବେ ଆପଣଙ୍କୁ ‘Your PAN is linked to Aadhaar Number’ ଏହି ମେସେଜ ଆସିପାରେ । ଆଉ ଯଦି ଆପଣ ଏବେ ସୁଦ୍ଧା ଆଧାର କାର୍ଡ ଓ ପାନ କାର୍ଡ ଲିଙ୍କ କରିନାହାନ୍ତି, ତେବେ ଆପଣଙ୍କୁ ନିଜ ଡିଟେଲ୍ସ ଭରିବାକୁ ହେବ । ଆଉ ଆପଣଙ୍କ ପାନ କାର୍ଡ ଆଧାର ସହ ଲିଙ୍କ ହୋଇଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.