ETV Bharat / business

ଅର୍ଥବ୍ୟବସ୍ଥାକୁ ନେଇ ସରକାର ସତର୍କ ସହ ଆଶାବାଦୀ: ତରୁଣ ବଜାଜ - Govt cautiously optimistic on economy

ଉଦ୍ୟୋଗ ସଂଘ ଫିକ୍କିର ବାର୍ଷିକ ସମ୍ମିଳନୀକୁ ସମ୍ବୋଦିତ କରି ବଜାଜ କହିଛନ୍ତି ଯେ ଦ୍ବିତୀୟ ତ୍ରୟମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ହାର ଆଶା ଠାରୁ ବହୁତ ଭଲ ରହିଥିଲା । ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ଛଅମାସରେ ଏହା ଆହୁରୀ ବଢିବ । ଅଧିକ ପଢନ୍ତୁ..

ଅର୍ଥବ୍ୟବସ୍ଥାକୁ ନେଇ ସରକାର ସତର୍କ ସହ ଆଶାବାଦୀ : ତରୁଣ ବଜାଜ

author img

By

Published : Dec 11, 2020, 10:38 PM IST

ନୂଆଦିଲ୍ଲୀ: ଅର୍ଥବ୍ୟବସ୍ଥାକୁ ନେଇ ସରକାର ଆଶାବାଦୀ ସହିତ ସତର୍କ ଅଛନ୍ତି । ଅର୍ଥନୈତିକ ବ୍ୟାପର ସଚିବ ତରୁଣ ବଜାଜ ଶୁକ୍ରବାର ଏ ନେଇ ମତ ରଖିଛନ୍ତି । ସେ କହିଛନ୍ତି କି , ଦେଶର ଅଭିବୃଦ୍ଧି ହାର ବଢାଇବା ପାଇଁ ପ୍ରୟାସ କରାଯାଉଥିବ ।

ଉଦ୍ୟୋଗ ସଂଘ ଫିକ୍କିର ବାର୍ଷିକ ସମ୍ମିଳନୀକୁ ସମ୍ବୋଦିତ କରି ବଜାଜ କହିଛନ୍ତି ଯେ ଦ୍ବିତୀୟ ତ୍ରୟମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ହାର ଆଶା ଠାରୁ ବହୁତ ଭଲ ରହିଥିଲା । ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ଛଅମାସରେ ଏହା ଆହୁରୀ ବଢିବ ।

ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ଦେଶର ଆର୍ଥିକ ଅଭିବୃଦ୍ଧି ହାରରେ 7.5 ପ୍ରତିଶତ ହ୍ରାସ ଦେଖାଦେଇଛି । ଯେତେବେଳେ କି ପ୍ରଥମ ତ୍ରୟମାସରେ ଏହା କମି 23.9 ପ୍ରତିଶତ ଥିଲା ।

ସେ କହିଛନ୍ତି ଯେ, ‘‘ ଆମେ ସକରାତ୍ମକ ଅଭିମତ ରଖୁଛି । ଆର୍ଥିକ କ୍ଷେତ୍ରରେ ସତର୍କ ହେବା ସହ ଆମେ ଆଶାବାଦୀ ଅଛୁ । ଆମେ ଆଶା ରଖିଛୁ କି ତୃତୀୟ ଓ ଚତୁର୍ଥ ତ୍ରୟମାସେର ଆମ ଦ୍ବିତୀୟ ତ୍ରୟମାସ ଠାରୁ ଭଲ ପ୍ରଦର୍ଶନ କରିବୁ ।’’ଆଉ ଏହା ଆମ ହିସାବରେ ନୁହେଁ ବରଂ ଅନ୍ତରାଷ୍ଟ୍ରୀୟ ସଙ୍ଗଠନ , ରେଟିଂ ଏଜେନ୍ସି ହିସାବରେ ମଧ୍ୟ ଭଲ ପ୍ରଦର୍ଶନ କରିବୁ । ପାଖାପାଖୀ ସବୁ ଏଜେନ୍ସି ଓ ଆର୍ଥିକ ସଂସ୍ଥା ଦେଶର ଅର୍ଥବ୍ୟବସ୍ଥାକୁ ନେଇ ସେମାନଙ୍କ ଅନୁମାନରେ ସୁଧାର କରିଛନ୍ତି

ସେହିଭଳି ଗୁରୁବାର ଏସିଆନ ଡେଭଲପେଣ୍ଟ ବ୍ୟାଙ୍କ ଦେଶର ଅଭିବୃଦ୍ଧି ହାରକୁ 9 ପ୍ରତିଶତ ହ୍ରାସରୁ ସଂଶୋଧନ କରି 8 ପ୍ରତିଶତ କରିଛି । ବଜାଜ କହିଛନ୍ତି କି, ପାର୍ବଣ ସିଜନ ପରେ ମଧ୍ୟ ବଜାରରେ ଚାହିଦା ଜାରି ରହିଛି । ତୃତୀୟ ଓ ଚତୁର୍ଥ ତ୍ରୟମାସରେ ମଧ୍ୟ ଏହା ଆହୁରୀ ବଢିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.