ETV Bharat / business

ଦେଶରେ ତିଆରି ହେବ ଇଲେକ୍ଟ୍ରିକ କାର ବ୍ୟାଟେରୀ, 18 ହଜାର କୋଟି ମଞ୍ଜୁର - ଇଲେକ୍ଟ୍ରିକ ଯାନ

ACC ବ୍ୟାରେଟରୀ ମ୍ୟାନୁଫେକ୍ଚରିଂକୁ ପ୍ରୋତ୍ସାହିତ ପାଇଁ ସରକାରଙ୍କ ବଡ ନିଷ୍ପତ୍ତି । ଦେଶରେ ଇଲେକ୍ଟ୍ରିକ କାର ବ୍ୟାଟେରୀ ତିଆରି ପାଇଁ 18,100 କୋଟି ଟଙ୍କାର ପ୍ରଡକ୍ସନ ଲିଙ୍କଡ ଇନିସେଟିଭ (PLI) ସ୍କିମକୁ ସରକାରଙ୍କ ଗ୍ରୀନ ସିଗନାଲ । ଅଧିକ ପଢନ୍ତୁ..

ଦେଶରେ ତିଆରି ହେବ ଇଲେକ୍ଟ୍ରିକ କାର ବ୍ୟାଟେରୀ , 18 ହଜାର କୋଟି ଆବଣ୍ଟିତ

author img

By

Published : May 12, 2021, 4:43 PM IST

ନୂଆଦିଲ୍ଲୀ: ଭାରତରେ ତିଆରି ହେବ ଇଲେକ୍ଟ୍ରିକ କାର ବ୍ୟାଟେରୀ । ଏନେଇ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଆଡଭାନ୍ସ କେମେଷ୍ଟ୍ରି ସେଲ୍ (ACC) ବ୍ୟାଟେରୀ ଷ୍ଟୋରେଜ ନ୍ୟାସନାଲ ପୋଗ୍ରାମକୁ ମଞ୍ଜୁରୀ ମିଳିଛି ।

ଏହା ଅଧିନରେ ବ୍ୟାଟେରୀ ତିଆରି କରିବା କମ୍ପାନୀଙ୍କୁ 18 ହଜାର କୋଟି ଟଙ୍କାର ଇନିସେଟିଭ ମିଳିବ । ଏହି ଟଙ୍କାକୁ 5 ବର୍ଷରେ ପ୍ରଡକ୍ସନ ଲିଙ୍କଡ ଇନିସେଟିଭ (PLI) ସ୍କିମ ଅଧିନରେ କମ୍ପାନୀଙ୍କୁ ଦିଆଯିବ ।

ଆଡଭାନ୍ସ କେମିଷ୍ଟ୍ରୀ ସେନ ଏନର୍ଜିକୁ କେମିକାଲ ଫର୍ମରେ ଷ୍ଟୋର କରିଥାଏ । ଏହାର ବ୍ୟବହାର ଇଲେକ୍ଟ୍ରିକ କାରରେ କରାଯାଏ । ଏବେ ଭାରତରେ ଏହାର ଅଧିକ ପରିମାଣରେ ଆମଦାନୀ ହୁଏ । ଏଣୁ ସରକାର ଏହାର ଆମଦାନୀକୁ ହ୍ରାସ କରି ଘରୋଇ ସ୍ତରରେ ବିନିର୍ମାଣ ବଢାଇବା ପାଇଁ ଚେଷ୍ଟା କରୁଛନ୍ତି ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ପ୍ରେସ କନଫରେନ୍ସରେ କହିଛନ୍ତି କି, 'ମେକ୍ ଇନ୍ ଇଣ୍ଡିଆ' ପଦକ୍ଷେପକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନ୍ୟାସନାଲ ପୋଗ୍ରାମ ଅଧିନରେ ଆଡଭାନ୍ସ କେମେଷ୍ଟ୍ରି ସେଲ୍ (ଏସିସି) ବ୍ୟାଟେରୀ ଷ୍ଟୋରେଜ୍ ଉପରେ 45,000 କୋଟି ଟଙ୍କା ନିବେଶ ହେବ । ଉଭୟ ବିଦେଶୀ ଓ ଘରୋଇ ଏଥିରେ ସାମିଲ ରହିଛି । କମ୍ପାନୀମାନଙ୍କୁ ଇନିସେଟିଭ ଟଙ୍କା ସେମାନଙ୍କ ବିକ୍ରୟ ଆଧାରରେ, ଉତ୍ପାଦଗୁଡିକ କେତେ ଶକ୍ତି ଦକ୍ଷ, ସେମାନଙ୍କର ଗୁଣବତ୍ତା ଆଦି ଦିଗକୁ ଧ୍ୟାନରେ ରଖି ଟଙ୍କା ମିଳିବ ।

ଗାଡି ଇନ୍ଧନ ବ୍ୟବହାର ହ୍ରାସ ଓ ବୈଦ୍ୟୁତିକ ଯାନ ବ୍ୟବହାରକୁ ପ୍ରୋତ୍ସାହିତ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ସରକାର । ଏହି ପରିପ୍ରେକ୍ଷୀରେ ଦେଶରେ ACC ବ୍ୟାଟେରୀ ମ୍ୟାନୁଫେକ୍ଚର ବଢାଇବା ପାଇଁ ସରକାର ପିଏଲଆଇ ସ୍କିମ ଅଧିନରେ ବ୍ୟୟ ବଣ୍ଟନ କରୁଛନ୍ତି । ଏହା ଦ୍ବାରା ଦେଶରେ ବ୍ୟାଟେରୀ ଉତ୍ପାଦନକାରୀ କମ୍ପାନୀଙ୍କୁ ଫାଇଦା ମିଳିବ । ଏଥିସହ ଘରୋଇ ସ୍ତରରେ ଦେଶରେ ନୂଆ ରୋଜଗାର ସୁଯୋଗ ସୃଷ୍ଟି ହେବ ।

ଭାରତ 20 ହଜାର କୋଟି ଟଙ୍କାର ବ୍ୟାଟେରୀ ଆମଦାନୀ କରିଥାଏ । ଆଉ ଯଦି ଦେଶରେ ଏହାର ବିନିର୍ମାଣ ହୁଏ ତେବେ ଇଲେକ୍ଟ୍ରିକ ଯାନକୁ ପ୍ରୋତ୍ସାହନ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.