ETV Bharat / business

କୋରୋନାରେ ମୃତ୍ୟୁ ହେଲେ ବନ୍ଦର କର୍ମଚାରୀଙ୍କୁ ମିଳିବ 50 ଲକ୍ଷ ଟଙ୍କା କ୍ଷତିପୂରଣ

author img

By

Published : Apr 29, 2020, 9:59 PM IST

କୋଭିଡ-19ରେ ବନ୍ଦର କର୍ମଚାରୀଙ୍କ ମୃତ୍ୟୁ ହେଲେ 50 ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ । କ୍ଷତିପୂରଣର ଏହି ବ୍ୟବସ୍ଥା 2020 ସେପ୍ଟେମ୍ବର 30 ଯାଏଁ ଲାଗୁ ରହିବ । ଅଧିକ ପଢନ୍ତୁ...

govt announces rs 50 lakh compensation for port employees in case of death due to covid 19
କୋରୋନାରେ ମୃତ୍ୟୁ ହେଲେ ବନ୍ଦର କର୍ମଚାରୀଙ୍କୁ ମିଳିବ 50 ଲକ୍ଷ ଟଙ୍କା କ୍ଷତିପୂରଣ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ ବନ୍ଦରରେ କାମ କରୁଥିବା କର୍ମଚାରୀ ଯଦି ଡ୍ୟୁଟି ସମୟରେ କୋରୋନା ଭାଇରସ ସଂକ୍ରମଣରେ ପ୍ରାଣ ହରାନ୍ତି, ତେବେ ସେମାନଙ୍କୁ ସରକାର 50 ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ।

ଏନେଇ ସରକାର କହିଛନ୍ତି ଯେ, କୋଭିଡ-19ରେ ମୃତ୍ୟୁ ହେବା ପରେ କ୍ଷତିପୂରଣର ଏହି ବ୍ୟବସ୍ଥା 2020 ସେପ୍ଟେମ୍ବର 30 ଯାଏଁ ଲାଗୁ ରହିବ । ଏହା ପରବର୍ତ୍ତୀ ସ୍ଥିତିରେ ସମୀକ୍ଷା କରାଯିବ ।

ବିଭାଗୀୟ ମନ୍ତ୍ରାଣଳୟ ଏ ସମ୍ବନ୍ଧରେ ଏକ ବିବୃତ୍ତି ଜାରି କରି ଦର୍ଶାଇଛି କି, ‘‘ବନ୍ଦର ଦ୍ବାରା ସିଧା ଚୁକ୍ତି କରି ରଖାଯାଇଥିବା କର୍ମଚାରୀ ଓ ଅନ୍ୟ ଠିକା କର୍ମଚାରୀ ସମେତ ସମସ୍ତଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ରହିବ ।

ଏହି ଟଙ୍କା ଉକ୍ତ କର୍ମଚାରୀଙ୍କୁ ଆଇନଗତ ଉତ୍ତରାଧିକାରୀଙ୍କୁ ପ୍ରଦାନ କରାଯିବ । ତେବେ ଏହି ମାମଲାରେ ସମ୍ପୃକ୍ତ ବନ୍ଦରର ଅଧ୍ୟକ୍ଷ ଅବଗତ ସହ ଏହି ପ୍ରକ୍ରିୟାକୁ ସମ୍ପନ୍ନ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.