ETV Bharat / business

ସତ ହେବ ଘର ସ୍ବପ୍ନ, ହାଉସିଂ ଫାଇନାନ୍ସ କମ୍ପାନୀକୁ 20ହଜାର କୋଟି - ହାଉସିଂ ଫାଇନାନ୍ସ

ବର୍ଷ ବର୍ଷ ଧରି ପଡିରହିଥିବା ଘର ନିର୍ମାଣ ପାଇଁ ସହଜରେ ଓ ସ୍ବଳ୍ପ ସୁଧହାରରେ ମିଳିବ ଗୃହ ଋଣ । ଏଥିପାଇଁ ସରକାର ଦେବେ 10 ହଜାର କୋଟି ଓ LIC, PSB ଭଳି ଏଜେନ୍ସି 10 ହଜାର କୋଟି ଟଙ୍କା ଦେବେ ।

ପ୍ରତିକାତ୍ମକ ଫଟୋ
author img

By

Published : Sep 14, 2019, 7:12 PM IST

ନୂଆଦିଲ୍ଲୀ: ଟଙ୍କା ଅଭାବରୁ ଘର ଅଧା ତିଆରି ହୋଇ ପଡିଛି କି ? କିମ୍ବା ନିଜ ସ୍ବପ୍ନର ଘର ପାଇଁ ଅର୍ଥ ବାଧକ ସାଜିଛି କି ? ଆଉ ଟେନସନ ନିଅନ୍ତୁ ନାହିଁ । ଏଣିକି ସହଜରେ ଓ ସ୍ବଳ୍ପ ସୁଧହାରରେ ମିଳିବ ହୋମଲୋନ୍ । ଏଥିପାଇଁ ସରକାର ଦେବେ 10 ହଜାର କୋଟି ଟଙ୍କା । ଏ ନେଇ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ।

ଦେବାଳିଆ ଆଇନ ଅଧୀନରେ ନ୍ୟାସନାଲ କମ୍ପାନି ଲ' ଟ୍ରିବୁନାଲ(ଏନସିଏଲଟି)କୁ ଯିବାକୁ ଥିବା ଓ ଅନାଦେୟ ଋଣ(ଏନପିଏ) ଭାରରେ ବୁଡିରହିଥିବା କମ୍ପାନୀଗୁଡିକୁ ମିଳିବ । ସେହିପରି ଅର୍ଥନୀତିକୁ ମାନ୍ଦାବସ୍ଥାରୁ ମୁକାଳିବା ପାଇଁ ନିର୍ମାଣଧୀନ ଯୋଜନାର ପୂରଣ ପାଇଁ ସରକାର ବହୁ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ।

ତେବେ ରିୟଲ ଇଷ୍ଟେଟ ବ୍ୟବସାୟର ବୃଦ୍ଧି ପାଇଁ ଆଫର୍ଡୋବେଲ , ମିଡିଲ ଇନକମ ହାଉସିଙ୍ଗ ପାଇଁ ସରକାର 10 ହଜାର କୋଟିର ଫଣ୍ଡ ଦେବା ବେଳେ LIC, PSB ଭଳି ଏଜେନ୍ସି ମଧ୍ୟ 10 ହଜାର କୋଟି ନିବେଶ କରିବେ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

ବିଶେଷ କରି ସରକାରୀ ଚାକିରିଆ ଗୃହ କ୍ରୟରେ ବଡ ଯୋଗଦାନ ରଖିଥାନ୍ତି । ଏବେ ଏହି ନୂଆ ବ୍ୟବସ୍ଥା ଦ୍ବାରା ସେମାନେ ଅଧିକ ପ୍ରେତ୍ସାହିତ ହେବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ତେବେ ଆମ୍ରପାଲି ଓ ଡେପି ଭଳି ଦେବାଳିଆ ରିୟଲ ଇଷ୍ଟେଟ କମ୍ପାନୀ, ଯେଉଁମାନେ ଏନସିଏଲଟି ଅଧିନରେ ବିଚାରଧୀନ ସେମାନଙ୍କୁ ଏହି ସୁବିଧା ମିଳିବ ନାହିଁ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.