ETV Bharat / business

ତେଲ କମ୍ପାନୀଙ୍କ ଠୁ 19 ହଜାର କୋଟି ଚାହୁଁଛନ୍ତି ସରକାର - oil company dividend

ତେଲ କମ୍ପାନୀଙ୍କ ଠାରୁ ଲାଭାଂଶ ବାବଦକୁ 19,000 କୋଟି ଚାହୁଁଛନ୍ତି କେନ୍ଦ୍ର ସରକାର । ଏ ନେଇ ବିଭିନ୍ନ ତୈଲ କମ୍ପାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପେଟ ଲାଭ ହ୍ରାସ ପାଉଥିବାକୁ ଅଧିକ ଟଙ୍କା ଦେବା କଷ୍ଟକର ହେବ ବୋଲି କମ୍ପାନୀ ଅଧିକାରୀ କହିଛନ୍ତି ।

Government seeks Rs 19,000 crore dividend from oil companies
ତେଲ କମ୍ପାନୀଙ୍କଠୁ 19,000 କୋଟି ଚାହୁଁଛନ୍ତି ସରକାର
author img

By

Published : Jan 16, 2020, 4:09 PM IST

ନୂଆଦିଲ୍ଲୀ: ମାନ୍ଦାବସ୍ଥା ମାଡରେ ଚାପଗ୍ରସ୍ଥ କେନ୍ଦ୍ର ସରକାର ରାଷ୍ଟ୍ରାୟତ ତୈଳ କମ୍ପାନୀଙ୍କ ଠାରୁ 19,000 କୋଟି ଟଙ୍କା ଲାଭାଂଶ ଚାହୁଁଛନ୍ତି । ଯାହାକି ଗତ ଆର୍ଥିକ ବର୍ଷ ତୁଳନାରେ ଏହା 5 ପ୍ରତିଶତ ଅଧିକ ।

ଏହି ଲାଭାଂଶରେ ଓନଜିସି ଓ ଇଣ୍ଡିଆନ ଅଏଲକୁ 60 ପ୍ରତିଶତ ଦେବାକୁ ପଡିବ । ଏଥିସହ ଚଳିତ ବର୍ଷ ଅନ୍ୟାନ୍ୟ ତୈଳ କମ୍ପାନୀ ମଧ୍ୟ ଅଧିକ ଲାଭାଂଶ ଦେବାକୁ ଅର୍ଥମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି । ଏନେଇ କମ୍ପାନୀଗୁଡିକ ଚିନ୍ତାରେ ପଡିଛନ୍ତି । କାରଣ ଏଥର ଏତେ ଲାଭ ହୋଇନଥିଲେ ମଧ୍ୟ ଅଧିକା ଟଙ୍କା ପୈଠ କଷ୍ଟକର ହୋଇପାରେ ।

ଏନେଇ କମ୍ପାନୀ ଅଧିକାରୀମାନେ କହିଛନ୍ତି ଯେ, କମ୍ପାନୀ ଗୁଡିକରେ ସରକାରୀ ଅଂଶଧନ କମିଥିଲେ ବି ସରକାର ଅଧିକ ଲାଭାଂଶ ଚାହୁଁଛନ୍ତି ।

ପ୍ରକାଶ ଯେ, ଓଏନଜିସିକୁ ପ୍ରାୟ 6500 କୋଟି ଟଙ୍କା, ଇଣ୍ଡିଆନ ଅଏଲ 5,500 କୋଟି, ଭାରତ ପେଟ୍ରୋଲିୟମ 2500 କୋଟି, ଗେଲ 2000 କୋଟି, ଅଏଲ ଇଣ୍ଡିଆ 1500 କୋଟି ଏବଂ ଇଞ୍ଜିନିୟର୍ସ ଇଣ୍ଡିଆ 1000 କୋଟି ଟଙ୍କାର ଲାଭାଂଶ ଦେବ । ଏ ନେଇ ସରକାରୀ ସ୍ତରରେ ନିର୍ଦ୍ଦେଶ ଦିଆଯାଇଛି ।

Intro:Body:

bgbn

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.