ETV Bharat / business

ବିଏସଏନଏଲ ଓ ଏମଟିଏନଏଲରେ ବିନିବେଶକୁ ସରକାରଙ୍କ ନା - government refuses to disinvest bsnl mtnl

ଆର୍ଥିକ ସଙ୍କଟରେ ବୁଡିରହିଥିବା ରାଷ୍ଟ୍ରାୟତ ଟେଲିକମ କମ୍ପାନୀ ବିଏସଏନଏଲ ଓ ଏମଟିଏନଏଲର ଅଂଶକୁ ବିକ୍ରି ଓ ବିନିବେଶ ନେଇ ସରକାରଙ୍କ କୌଣସି ଯୋଜନା ନାହିଁ ।

government refuses to disinvest bsnl mtnl
ବିଏସଏନଏଲ ଓ ଏମଟିଏନଏଲରେ ବିନିବେଶକୁ ସରକାରଙ୍କ ନା
author img

By

Published : Dec 12, 2019, 6:46 PM IST

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟରେ ବୁଡିରହିଥିବା ରାଷ୍ଟ୍ରାୟତ ଟେଲିକମ କମ୍ପାନୀ ବିଏସଏନଏଲ ଓ ଏମଟିଏନଏଲର ଅଂଶକୁ ବିକ୍ରି ଓ ବିନିବେଶ ନେଇ ସରକାରଙ୍କ କୌଣସି ଯୋଜନା ନାହିଁ । ଗୁରୁବାର ଏନେଇ ସଂସଦରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଚଳିତ ଆର୍ଥିକ ବର୍ଷରେ 2 କମ୍ପାନୀ ସମ୍ପତ୍ତିର ମୁଦ୍ରିକରଣରୁ 200 ଓ 300 କୋଟି ଟଙ୍କା ଏକତ୍ର ପାଇଁ ଲକ୍ଷ୍ୟ ରହିଛି । ତେବେ ଏନେଇ ଏହି ସମ୍ପତ୍ତିର ଚିହ୍ନଟ ହୋଇନାହିଁ ବୋଲି ସଂସଦରେ ବିଭାଗୀୟ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଜଣାଇଛନ୍ତି । ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଜବାବରେ ସେ କହିଛନ୍ତି ଯେ, ବିଏସଏନଏଲ ଓ ଏମଟିଏନଏଲରେ ବିନିବେଶ ନେଇ କୌଣସି ପ୍ରସ୍ତାବ ବିଚାରଧୀନ ନାହିଁ ।

2017-18ରେ ବିଏସଏନଏଲ ଘାଟା ଦୁଇଗୁଣା ହୋଇ 2018-19ରେ ପାଖାପାଖୀ 15,000 କୋଟି ଟଙ୍କାରେ ପହଞ୍ଚିଛି । ଏହା ବ୍ୟତିତ ଏହାର ରାଜସ୍ବ ମଧ୍ୟ ଆର୍ଥିକ ବର୍ଷ 2019ରେ ହ୍ରାସ ପାଇ 19,321 କୋଟି ଟଙ୍କା ରହିଥିଲା ।

ଏମଟିଏନଏଲ ଦିଲ୍ଲୀ ଓ ମୁମ୍ବାଇ ମହାନଗରରେ କାମ କରୁଛି । ଯେତେବେଳେ କି ବିଏସଏନଏଲ ଭାରତର ବହୁ ସ୍ଥାନରେ ସଞ୍ଚାଳିତ ହେଉଛି । ଏପଟେ ବିଏସଏନଏଲ ଏବଂ ଏମଟିଏନଏଲର ପୁନରୁଦ୍ଧାର ତଥା ସମ୍ମିଶ୍ରଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରି ଦିଆଯାଇଛି । ଏହା ଦ୍ବାରା ଉଭୟ କମ୍ପାନୀକୁ ପ୍ରଫିଟ ମିଳିଛି ବୋଲି ମନ୍ତ୍ରୀ କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.