ETV Bharat / business

ଆତ୍ମନିର୍ଭର ଭାରତ: ଏବେ ଘରୋଇ କମ୍ପାନୀ ବି ଲଞ୍ଚ କରିପାରିବେ ସାଟେଲାଇଟ - ଆତ୍ମନିର୍ଭର ଭାରତ

ଶନିବାରର ପ୍ୟାକେଜରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିରକ୍ଷା ଠାରୁ ଅନ୍ତରୀକ୍ଷ ଭଳି 8ଟି ସେକ୍ଟରକୁ ଦେଇଛନ୍ତି ରିବ୍‌ଟ ପ୍ୟାକେଜ । କାରବାର ବୃଦ୍ଧି ଓ ରୋଜଗାର ସୃଷ୍ଟି ପାଇଁ ଘରୋଇ କମ୍ପାନୀଙ୍କୁ ବି ଦେଇଛନ୍ତି ନିବେଶ ସୁଯୋଗ । ଅଧିକ ପଢନ୍ତୁ...

government opens space for private companies
ଏବେ ଘରୋଇ କମ୍ପାନୀ ବି ଲଞ୍ଚ କରିପାରିବେ ସାଟେଲାଇଟ
author img

By

Published : May 16, 2020, 11:22 PM IST

ନୂଆଦିଲ୍ଲୀ: ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିର୍ଭର ଭାରତ ପ୍ୟାକେଜର ଚତୁର୍ଥ ପର୍ଯ୍ୟାୟର ଘୋଷଣା କରିଛନ୍ତି । ଏଥିରେ ଅର୍ଥମନ୍ତ୍ରୀ ଘରୋଇ କମ୍ପାନୀଙ୍କୁ ଉପଗ୍ରହ, ଉତକ୍ଷେପଣ ଏବଂ ଅନ୍ତରୀକ୍ଷ ଭିତ୍ତିକ ସେବା ବ୍ୟବସାୟ ଭଳି ଭାରତର ଅନ୍ତରୀକ୍ଷ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଘୋଷଣା କରିଛନ୍ତି ।

ଅର୍ଥମନ୍ତ୍ରୀ ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜର ଚତୁର୍ଥ କିସ୍ତିରେ ଘୋଷଣା କରି କହିଛନ୍ତି ଯେ, ଅନ୍ତରୀକ୍ଷ ଗତବିଧିରେ ଘରୋଇ ସହଭାଗୀତାକୁ ବଢାଇବା ପାଇଁ ସରକାର ସମସ୍ତ ପ୍ରକାର ସୁଯୋଗ ଦେବେ । ବେସରକାରୀ କମ୍ପାନୀଗୁଡିକ ପାଇଁ ସରକାର ବିଶ୍ୱସନୀୟ ନୀତି ଏବଂ ନିୟମାବଳୀ ଆଣିବେ ବୋଲି ସେ କହିଛନ୍ତି ।

ବେସରକାରୀ କ୍ଷେତ୍ରକୁ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ISRO ର ସୁବିଧା ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ସମ୍ପତ୍ତି ବ୍ୟବହାର କରିବାକୁ ଅନୁମତି ଦିଆଯିବ । ଗ୍ରହ ଅନୁସନ୍ଧାନ ଏବଂ ମହାକାଶ ପର୍ଯ୍ୟଟନର ଭବିଷ୍ୟତ ପ୍ରକଳ୍ପଗୁଡିକ ମଧ୍ୟ ଘରୋଇ କ୍ଷେତ୍ର ପାଇଁ ଖୋଲା ରହିବ । ଅର୍ଥମନ୍ତ୍ରୀ କହିଛନ୍ତି କି, ଉଦାର ଭୌଗୋଳିକ ତଥ୍ୟ ନୀତି ପ୍ରସ୍ତୁତ କରାଯିବ । ଏହା ଅଧୀନରେ, ଟେକ୍ନୋଲୋଜି ଉପରେ ଧ୍ୟାନ ଦେଇଥିବା ଉଦ୍ୟୋଗୀମାନଙ୍କୁ ଡାଟା ଉପଲବ୍ଧ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.