ETV Bharat / business

ଅଭିବୃଦ୍ଧିକୁ ବୁଷ୍ଟର ଦେବାକୁ ପ୍ରସ୍ତୁତ ସରକାର, ହେବ ନୂଆ ଘୋଷଣା - ଇଣ୍ଡିଆ ଆଇଡିଆଜ ଶିଖର ସମ୍ମିଳନୀ

ଉଦ୍ୟୋଗ ଜଗତକୁ ଉପଶମ ଦେଇ ସୀତାରମଣ କହିଛନ୍ତି କି, ସରକାର ଶୀଘ୍ର ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ସୁନିଶ୍ଚିତ କରିବା ପାଇଁ ଆହୁରି ପଦକ୍ଷେପ ନେବେ । ଏଥିପାଇଁ ସେ ପଛକୁ ହଟିବେ ନାହିଁ । ଅଧିକ ପଢନ୍ତୁ..

Government open to announcing more measures to boost growth

author img

By

Published : Jul 22, 2020, 12:44 PM IST

ନୂଆଦିଲ୍ଲୀ: ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ସମସ୍ତ ନୀତିଗତ ପଦକ୍ଷେପ ଗ୍ରହଣ ପାଇଁ ପ୍ରତିଶୃତି ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ ଜୋର ଦେଇ କହିଛନ୍ତି କି ଅର୍ଥବ୍ୟବସ୍ଥା ପୁଣି ଟ୍ରାକକୁ ଫେରୁଥିବା ସଙ୍କେତ ଦେଖାଉଛି । ଏଥିସହ କୃଷି କ୍ଷେତ୍ର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରୁଛି।

ସୀତାରମଣ କହିଛନ୍ତି ଯେ ବିଦ୍ୟୁତ ଏବଂ ଇନ୍ଧନ ବ୍ୟବହାର, ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଏବଂ ରାଜ୍ୟ ମଧ୍ୟରେ ବସ୍ତୁଗୁଡିକର ଗତିବିଧି ( ପରିବହନ) ଆଦି ପିଏମଆଇ ( ପର୍ଚେଜିଂ ମ୍ୟାନେଜର ଇଣ୍ଡେକ୍ସ) ତଥ୍ୟ ଓ ଖୁଚୁରା ଆର୍ଥିକ ନେଣଦେଣରେ ବୃଦ୍ଧି ହେଉଛି ।

ଇଣ୍ଡିଆ ଆଇଡିଆଜ ଶିଖର ସମ୍ମିଳନୀରେ ଅର୍ଥମନ୍ତ୍ରୀ କହିଛନ୍ତି କି, ସରକାର ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର 10 ପ୍ରତିଶତ ସମାନ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି । ଯାହାର ପ୍ରଭାବ ଅର୍ଥବ୍ୟବସ୍ଥାର ପୁନରୁଦ୍ଧାରରେ ପଡୁଛି ।

ସେ କହିଛନ୍ତି କି, ‘‘ ସମସ୍ତ ବିକଳ୍ପ ଖୋଲିଯାଇଛି । ଭବିଷ୍ୟତରେ ଆହୁରି ପଦକ୍ଷେପ ଗ୍ରହଣ କରାଯିବ ।’’

ଉଦ୍ୟୋଗ ଜଗତକୁ ଉପଶମ ଦେଇ ସୀତାରମଣ କହିଛନ୍ତି କି, ସରକାର ଶୀଘ୍ର ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ସୁନିଶ୍ଚିତ କରିବା ପାଇଁ ଆହୁରି ପଦକ୍ଷେପ ନେବାକୁ ପଛକୁ ହଟିବେ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.